ପଶ୍ଚିମବଙ୍ଗରୁ ଆଳୁ ପରିବହନ ବନ୍ଦ:କିଲୋ ପିଛା ଏତିକି ଟଙ୍କା ଛୁଇଁଲା ଆଳୁ ଦର

ଜଳେଶ୍ୱର, ୨୬ା୭(ରବିନାରାୟଣ ପାତ୍ର):ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟରେ ଆଳୁ ଆବଶ୍ୟକତାକୁ ଲକ୍ଷ୍ୟ କରି ଅନ୍ୟ ରାଜ୍ୟକୁ ପରିବହନ ଉପରେ ଗତ ୬ଦିନ ତଳେ ରୋକ ଲଗାଇଛନ୍ତି। ପଶ୍ଚିମବଙ୍ଗରେ ଥିବା ସମସ୍ତ ଶୀତଳଭଣ୍ଡାରରୁ ଆଳୁ ବାହାରି ପାରୁନାହିଁ। ଫଳରେ ବାଲେଶ୍ୱର ଜିଲା ଜଳେଶ୍ୱର ବଜାରରେ ଆଳୁ କିଲୋ ପ୍ରତି ମୂଲ୍ୟ ୫୦ ଟଙ୍କା ଛୁଇଁଛି। ୨୦୧୪ ମସିହା ପରିସ୍ଥିତି ଉପୁଜିବାକୁ ଯାଉଥିବାରୁ ଏହାର ସମାଧାନ ଲାଗି ଉଭୟ ରାଜ୍ୟ ପ୍ରଶାସନିକ ଆଲୋଚନା କରାଯିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟଥା ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଅନ୍ୟ ସମସ୍ତ ଜିନିଷର ପରିବହନକୁ ବନ୍ଦ କରାଯିବ ବୋଲି ଉପାନ୍ତରେ ପ୍ରସ୍ତୁତି ଚାଲିଛି ା ପଶ୍ଚିମବଙ୍ଗ ରାଜ୍ୟ ସରକାର ଗତ ୨୦ତାରିଖରୁ ଅନ୍ୟ ରାଜ୍ୟକୁ ଆଳୁର ରପ୍ତାନୀ ଉପରେ ରୋକ ଲଗାଇଛନ୍ତି। ତାଙ୍କ ରାଜ୍ୟରେ ଆଳୁ କିଲୋଗ୍ରାମ ପ୍ରତି ୨୦ଟଙ୍କାରେ ବିକ୍ରି କରିବାକୁ ଆଳୁ ବ୍ୟବସାୟୀ ମହାସଂଘକୁ ପଶ୍ଚିମବଙ୍ଗ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଉପାନ୍ତରେ ଥିବା ତନଖି ଫାଟକ ଓ ଥାନାଗୁଡିକୁ ଅନ୍ୟ ରାଜ୍ୟକୁ ନ ଛାଡିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ୬ଦିନ ହେଲାଣି ପଶ୍ଚିମବଙ୍ଗ ଆଳୁ ମହାସଂଘ ରପ୍ତାନୀ ବନ୍ଦ ରଖିଛି ା ଫଳରେ ଓଡିଶା, ଝାଡଖଣ୍ଡ, ଛତିଶଗଡ, ବିହାର, ଆସାମ ରାଜ୍ୟକୁ ଆଳୁ ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି ବୋଲି ପଶ୍ଚିମବଙ୍ଗ ଆଳୁ ମହାସଂଘ ପକ୍ଷରୁ ସୂଚନା ମିଳିଛି ା ଗୁରୁବାର ପଶ୍ଚିମବଙ୍ଗର ପ୍ରଶାସନିକ ଅଧିକାରୀ ଓ ବ୍ୟବସାୟୀ ମହାସଂଘ ମଧ୍ୟରେ ଆରମବାଗଠାରେ ଆଲୋଚନା କରାଯାଇଛି। ଅନ୍ୟପକ୍ଷରେ ଆଳୁ ପରିବହନ ବନ୍ଦ ହୋଇଥିବାରୁ ଜଳେଶ୍ୱର ଅଞ୍ଚଳର ବ୍ୟବସାୟୀମାନେ ଗଡବେତା, ଚନ୍ଦ୍ରକଣା, ବର୍ଦ୍ଧମାନ ଅଞ୍ଚଳରୁ ଆଳୁକୁ ଚୋରାରେ ଆଣି କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି କରୁଥିବା ବେଳେ ଗ୍ରାମାଞ୍ଚଳରେ ୬୦ଟଙ୍କା ଛୁଇଁଛି।
ସୂଚନାଯୋଗ୍ୟ, ଜଳେଶ୍ୱରକୁ ପ୍ରତିଦିନ ୮୦ଟନ୍‌ ଆଳୁ ବିକ୍ରି ପାଇଁ ଆସୁଥିବା ବେଳେ ଓଡ଼ିଶାକୁ ପ୍ରତିଦିନ ୧୨ହଜାର ଟନ୍‌ ଆଳୁ ଆସୁଥିବା ଜଣାଯାଇଛି। ଓଡ଼ିଶାକୁ ଆଳୁ ପରିବହନ ହେଉ ନ ଥିବାରୁ ଶୁକ୍ରବାରଠାରୁ ଆଳୁର ମୂଲ୍ୟ ଅଧିକ ହେବା ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀମାନେ ଆକଳନ କରୁଛନ୍ତି ା ୨୦୧୪ ମସିହା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯଥାଶୀଘ୍ର ରାଜ୍ୟ ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ା ଅନ୍ୟଥା ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଇଥିବା ବିଭିନ୍ନ ଜିନିଷର ପରିବହନ ଉପରେ ଉପାନ୍ତ ଅଞ୍ଚଳରେ ରୋକ ଲଗାଯିବ ବୋଲି ସ୍ଥାନୀୟ ଲୋକେ ସଜବାଜ ହେଉଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri