ଏଇ ଭାରତରେ

ସ୍କୁଲ, କଲେଜ ଓ ଅନ୍ୟ ସଂସ୍ଥାରେ ବିଭିନ୍ନ କାର୍ଯ୍ୟରେ ପାଣି ବ୍ୟବହାର ପରେ ନଷ୍ଟ ହେଉଥିବା ପାଣି(ଗ୍ରେ ଓ୍ବାଟର)ର ରିସାଇକେଲ କରୁଛନ୍ତି ପ୍ରଶାନ୍ତ ଶର୍ମା। ଆଗାମୀ ଜଳ ସଙ୍କଟ ଦୂର କରିବାକୁ ସେ ଏଭଳି ଚେଷ୍ଟା ଜାରି ରଖିଛନ୍ତି । ଲଣ୍ଡନରୁ ଚାକିରି ଛାଡ଼ି ସେ ଏହିି କାର୍ଯ୍ୟ କରୁଛନ୍ତି। ପ୍ରଶାନ୍ତ ୨୦୨୨ରେ ‘ପଜିଟିଭ ଆକ୍ସନ ଫର୍‌ ଚାଇଲ୍ଡ ଆଣ୍ଡ୍‌ ଆର୍ଥ ଫାଉଣ୍ଡେଶନ’ ନାମକ ଏନ୍‌ଜିଓ ଗଠନ କରି ତା’ମାଧ୍ୟମରେ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି। ମୁଖ୍ୟତଃ ଦିଲ୍ଲୀ ଓ ଉତ୍ତରାଖଣ୍ଡର ଅନେକ ସ୍କୁଲ, ସୁନ୍ଦରଗଡ଼ର ସବୁ ସରକାରୀ କଲେଜ ଏବଂ ନୈନତାଲର ଅରବିନ୍ଦ ଆଶ୍ରମରେ ବର୍ଷକୁ ୬ ଲକ୍ଷ ଲିଟର ଗ୍ରେ ଓ୍ବାଟର ରିସାଇକେଲ କରାଯାଉଛି। ୧୦୦ ଲିଟର ପାଣି ରିଲିଜ ହେଲେ ସେଥିରୁ ୭୦ ଲିଟର ଗ୍ରେ ଓ୍ବାଟର ହେଉଛି ଏବଂ ଭାରତରେ ପ୍ରତିଦିନ ୩୧ ବିଲିୟନ ଲିଟର ଗ୍ରେ ଓ୍ବାଟର ବାହାରୁଛି। ଏଣୁ ଏହା ନିଶ୍ଚିତ ଯେ ପ୍ରଶାନ୍ତଙ୍କ ରିସାଇକେଲ ଉପାୟ ଆଗାମୀ ଦିନରେ ବହୁ ଉପଯୋଗୀ ହୋଇପାରିବ। ଗ୍ରେ ଓ୍ବାଟର ରିସାଇକେଲ ପରେ ତାହା ଭୂତଳ ଜଳସ୍ତର ବୃଦ୍ଧି ହେବା ସହ ଗଛରେ ପାଣି ଦେବା, ସଫା କରିବା ଏବଂ ବଗିଚାରେ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri