Odisha Elections 2024

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର କ୍ୟାରିୟର ଗଢିଥାଆନ୍ତି। ହେଲେ ବଲିଉଡ ଦୁନିଆରେ ଏମିତି ଜଣେ ଆଗଧାଡିର ନାୟିକା ଅଛନ୍ତି ଯେ କି ଆଇନ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଥିଲେ। ହେଲେ ତାଙ୍କ ଭାଗ୍ୟରେ ଲେଖାଥିଲା ଆଉ କିଛି। ସେ କ୍ୟାମେରା ସାମ୍ନାକୁ ଆସିଲେ ଆଉ ଏମିତି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ଦେଲେ ଯେ ସେ ଆଉ କେବେ ପଛକୁ ଫେରି ଚାହିଁବାକୁ ଚିନ୍ତା ବି କରିପାରିଲେନି।
ଆଜି ଏହି ଅଭିନେତ୍ରୀ ବଲିଉଡ ଦୁନିଆରେ ଜରେ ମୋଷ୍ଟ ପପୁଲାର ହାଇଏଷ୍ଟ ପେଡ ଆର୍ଟିଷ୍ଟ ଭାବେ ଜଣାଶୁଣା। ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି କପୁର ଖାନଦାନର ଲାଡଲି କରିନା କପୁର ଖାନ। ହଁ ପ୍ରଥମେ ତାଙ୍କ ଭଉଣୀ କରିଷ୍ମା କପୁର ବଲିଉଡ ଦୁନିଆରେ ଏଣ୍ଟ୍ରି କରି ଦର୍ଶକଙ୍କ ମନପସନ୍ଦର ନାୟିକା ପାଲଟି ଯାଇଥିଲେ। ତା’ରେ କରିନା ବି ହେଲେ ଦର୍ଶକଙ୍କର ପସନ୍ଦର ନାୟିକା। ପ୍ରଥମେ କପୁର ବଂଶଧରର ଝିଅମାନଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅନୁମତି ନ ଥିଲା। ହେଲେ ପରେ ଏହି ଦୁଇ ଭଉଣୀ ଏହି ଟ୍ରେଣ୍ଡକୁ ଭାଙ୍ଗି ଦେଇଥିଲେ।
କରୀନା କପୁର ଖାନଙ୍କୁ ଆଜି ବଲିଉଡର ସୁପରଷ୍ଟାର ଭାବେ ବିବେଚନା କରାଯାଏ। ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଅନ୍ୟ ସ୍ବପ୍ନ ଏବଂ ଅଭିଳାଷ ଥିଲା। ବହୁତ କମ ଲୋକ ଜାଣନ୍ତି ଯେ କରିନା କପୁର ଖାନ ଏକଦା କ୍ରିମିନାଲ ଲୟର ହେବାକୁ ଚାହୁଁଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଯଦିଓ ସେ ଫିଲ୍ମ ପରିବେଶରେ ବଢିଥିଲେ ଏବଂ ସବୁବେଳେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ, ଏକ ସମୟ ଥିଲା ଯେତେବେଳେ ସେ ଓକିଲ ହେବାକୁ ମଧ୍ୟ ଭାବିଥିଲେ କିନ୍ତୁ ସେ ଏହା ମଧ୍ୟ ତାଙ୍କ ପାଇଁ ନୁହେଁ ବୋଲି ଅନୁଭବ କରିଥିଲେ।
ଏକ ପୁରୁଣା ସାକ୍ଷାତକାରରେ କରିନା କପୁର ଥରେ ପ୍ରକାଶ କରିଥିଲେ ଯେ ମୁଁ ଏକ ସରକାରୀ ଆଇନ କଲେଜରେ ଆଡମିଶନ ପାଇବାକୁ ଚେଷ୍ଟା କଲି। ମୁଁ ୫ ଦିନ ଗଲି ମୋ ପରିବାରର ଅଧିକାଂଶ ଲୋକ ଏହା ଉପରେ ମୋତେ ପରିହାସ କରିଥିଲେ ସେମାନେ କହିଥିଲେ ଯେ କପୁର ପରିବାରର ମସ୍ତିଷ୍କ ନାହିଁ। ପରେ, ଯେତେବେଳେ ମୁଁ ପୁସ୍ତକଗୁଡ଼ିକର ଆକାର ଦେଖିଲି, ମୁଁ ଭାବିଲି, ’ଏହା ମୋ ପାଇଁ ନୁହେଁ,’ ମୁଁ କ’ଣ ଭାବୁଥିଲି ଜାଣେ ନାହିଁ! କିନ୍ତୁ ମୁଁ କ୍ୟାମେରା ଆଗରେ ନହେବା କଳ୍ପନା କରିପାରିବି ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

ପ୍ରଭାସଙ୍କ ଜୀବନରେ ଡାର୍ଲିଂଙ୍କ ଏଣ୍ଟ୍ରି!

ହାଇଦ୍ରାବାଦ: ପ୍ରେମରେ ପଡ଼ିଛନ୍ତି ସାଉଥ୍‌ ସୁପରଷ୍ଟାର ପ୍ରଭାସ। ଏକଥା ମନଗଢ଼ା ନୁହେଁ ବରଂ ଅଭିନେତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଏଭଳି ଚର୍ଚ୍ଚା ଜୋର ଧରିଛି। ସେ...

ଭୁବନେଶ୍ୱରରେ ପହଞ୍ଚିଲେ ହେମାମାଳିନୀ

ଭୁବନେଶ୍ୱର,୧୭ା୫: ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମାମାଳିନୀ ଶୁକ୍ରବାର ପୂର୍ବାହ୍ନରେ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ପହଞ୍ଚି ତାଙ୍କୁ...

ପୁଣି ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍‌ ଡେଟ୍‌

ମୁମ୍ବାଇ:ଚଳିତ ଲୋକ ସଭା ନିର୍ବାଚନରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।...

ରଶ୍ମିକା ମନ୍ଦନାଙ୍କ ପୋଷ୍ଟ ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୫: ଅଭିନେତ୍ରୀ ରଶ୍ମିକା ମନ୍ଦନା ନ୍ୟାଶନାଲ କ୍ରସ ଜଣାଶୁଣା। ତାଙ୍କୁ ଶେଷ ଥର ପାଇଁ ଆନିମଲ ଫିଲ୍ମରେ ପରଦାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଅଭିନୟକୁ...

ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ...

ପ୍ରସିଦ୍ଧ ନିର୍ମାତାଙ୍କ ଝିଅ ସହ କାମ କରିବେ ଅମୀରଙ୍କ ପୁଅ

ମୁମ୍ବାଇ: ‘ମହାରାଜ’ ଏବଂ ସାଇ ପଲ୍ଲବୀଙ୍କ ସହିତ ଅନ୍‌ଟାଇଟେଲ୍ଡ ଫିଲ୍ମ ସମେତ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ସମାପ୍ତ କରିବା ପରେ ଅମୀର ଖାନଙ୍କ ପ୍ରତିଭାବାନ...

ବୋର୍ଡ ଅଛି, ପାଠ ପଢ଼… ଟ୍ରୋଲରଙ୍କୁ ଦଶମରେ ୮୩% ନମ୍ବର ରଖି ଜବାବ ଦେଲେ ‘ମୁନ୍ନି’

ବମ୍ବେ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନି ଭୂମିକାରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଳି ମଲହୋତ୍ରା। ଏବେ ସେ ବଡ଼ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri