ମନୋରମାଙ୍କ ଉପରେ ଭରସା, କଟିଲେ ଭୂପିନ୍ଦର

ଭବାନୀପାଟଣା,୧୧।୪(ଉତ୍ତମ କୁମାର ଦାଶ): ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି କ୍ରମରେ କଳାହାଣ୍ଡିରେ ବିଜେଡି ପୁଣି ମହିଳା କାର୍ଡ ଖେଳିଛି।

ଜିଲାର ନର୍ଲା ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥିନୀ ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟପକ୍ଷେ ବର୍ତ୍ତମାନ ବିଧାୟକ ଥିବା ଭୂପିନ୍ଦର ସିଂହଙ୍କୁ ଟିକେଟ କାଟି ମନୋରମାଙ୍କୁ ଭରସା କରିଛି ଦଳ। ଏହା ପୂର୍ବରୁ ବିଜେଡି ମହିଳା କାର୍ଡ ଖେଳି ଭବାନୀପାଟଣା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥିନୀ ଭାବେ ଲଳିତା ନାଏକଙ୍କୁ ଟିକେଟ ଦେଇସାରିଛି।

ଜିଲାରେ ୫ଟି ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡି ୨ଟି ବିଧାନସଭା କ୍ଷେତ୍ରରେ ମହିଳାଙ୍କୁ ସୁଯୋଗ ଦେଇଛି। ମନୋରମାଙ୍କୁ ଟିକେଟ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ବାଗତ କରିଛନ୍ତି।

ମନୋରମା ପୂର୍ବରୁ ନର୍ଲା ବ୍ଲକ ଅଧ୍ୟକ୍ଷା ରହିଥିବାବେଳେ ଏଥର ମଧ୍ୟ ବ୍ଲକ ଅଧ୍ୟକ୍ଷା ରହିଛନ୍ତି। ତାଙ୍କ ସ୍ବାମୀ ଦୁର୍ଗା ପ୍ରସାଦ ମହାନ୍ତି ମଧ୍ୟ ବର୍ତ୍ତମାନ ବ୍ଲକ ଉପାଧ୍ୟକ୍ଷ ରହିଛନ୍ତି। ଚଳିତ ନିର୍ବାଚନରେ ନର୍ଲାରେ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ଅନିରୁଦ୍ଧ ପଧାନ, କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଟିକେଟ ପାଇଛନ୍ତି। ବର୍ତ୍ତମାନ ବିଜେଡି ମନୋରମାଙ୍କୁ ଟିକେଟ ଦେବାପରେ ଏଠାରେ ତ୍ରିମୁଖୀ ଲଢେଇ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ଆନ୍ଦୋଳନ: ସରକାର ଲଗାଇଲେ ‘ଏସ୍‌ମା’

ଭୁବନେଶ୍ୱର,୭ା୧(ରବିନାରାୟଣ ଜେନା): ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ...

ଯାତ୍ରୀଙ୍କୁ ହଇରାଣ କରୁଛନ୍ତି ଟିକେଟ୍‌ କାଉଣ୍ଟର ହକର: ଟଙ୍କା ଫେରେଇବାକୁ କହିବାରୁ… ସାମାଜିକ ଗଣମାଧ୍ୟମରେ ଦୁଃଖ ବଖାଣିଲେ ବିଧବା ମହିଳା

ଦାରିଙ୍ଗବାଡି, ୭ ।୧ (ଅରୁଣ ସାହୁ ): କନ୍ଧମାଳ ଜିଲାଦାରିଙ୍ଗବାଡି ଥାନା ଗୌଡ଼ ସାହିର ଜଣେ ବିଧବା ମହିଳାଙ୍କୁ ଘରୋଇ ବସର ଟିକେଟ୍‌ କାଉଣ୍ଟରର ହକର...

ଆମେରିକାର ଭେନେଜୁଏଲା ଆକ୍ରମଣ

ଆମେରିକା ୩ ଜାନୁଆରୀ ୨୦୨୬ରେ ଭେନେଜୁଏଲା ଉପରେ ସଂଘଟିତ ଆକ୍ରମଣ କରିଛି। ସ୍ଥାନୀୟ ସମୟ ଅନୁସାରେ ମଧ୍ୟରାତ୍ରି ପ୍ରାୟ ୨ଘଟିକା ସମୟରେ ଭେନେଜୁଏଲାର ରାଜଧାନୀ କାରାକାସ୍‌...

ପ୍ରମୁଖ ଲେଖନୀରୁ ନାରୀସ୍ବର

ସାହିତ୍ୟ ଆକାଶର ପ୍ରାଜ୍ଞ, ବିଜ୍ଞ, ବିଶେଷଜ୍ଞଗଣ- ଉଇଲିଅମ ସେକ୍ସପିଆର, ଲିଓ ଟଲଷ୍ଟୟ, ଅରନେଷ୍ଟ ହେମିଙ୍ଗ୍‌ୱେ କିମ୍‌ୱା, ଭାରତୀୟ ଆଦର୍ଶ ଚେତନ ଭଗତ ପ୍ରମୁଖଙ୍କ ଲେଖାରେ ମହିଳା...

ଆଜି ବନକଲାଗି: ୫ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୭ା୧(ଅଜିତ୍‌ କୁମାର ମହାନ୍ତି): ମାଘ କୃଷ୍ଣପକ୍ଷ ଚତୁର୍ଥୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ।...

ବିଦେଶୀ ଶିକ୍ଷାର୍ଥୀଙ୍କୁ ଆପଣାଇବାରେ କିଟ୍‌ ଦେଶର ୫ମ

ଭୁବନେଶ୍ୱର,୭।୧(ଅନୁରାଧା ମହାରଣା): ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୃତ୍ତିଗତ ପ୍ରତିଷ୍ଠାନଗୁଡ଼ିକୁ ବିଦେଶୀ ଶିକ୍ଷାର୍ଥୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିପାଉଛି ବୋଲି ନିକଟରେ ନୀତି ଆୟୋଗଙ୍କ ରିପୋର୍ଟ...

ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣଙ୍କ ପରେ ଜଣେ କରିଥିଲେ ବଳାତ୍କାର: ୩ ଜଣ ଜଣଙ୍କୁ ଅଟକ ରଖି…

ରାୟଗଡ଼ା/ଗୁଡ଼ାରି,୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଛି। ଜଣେ ୧୮ବର୍ଷୀୟା ଦିବ୍ୟାଙ୍ଗ ଯୁବତୀ ମାନସିକ ଦୁରବସ୍ଥା ଥିବାରୁ...

ଓଟିଇଟି ପରୀକ୍ଷାକୁ ନେଇ ବଡ଼ ଖବର: : ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର…

ଭୁବନେଶ୍ୱର,୭।୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri