Odisha Elections 2024

ନାଁ ନନେଇ କଟାକ୍ଷ କଲେ ଅପରାଜିତା, ”ଯୋ ଡରଗୟା, ୱ ମରଗୟା”

ଭୁବନେଶ୍ୱର,୨୭।୩: ୯ ଲୋକ ସଭା ଆସନ ପାଇଁ ବିଜୁ ଜନତା ଦଳ(ବିଜେଡି) ବୁଧବାର ଟିକେଟ ଘୋଷଣା କରିଛି। ପୂର୍ବରୁ ବହୁ ଆଲୋଚନା ହେଉଥିଲେ ମଧ୍ୟ ଶ୍ରିମୟୀ ମିଶ୍ରଙ୍କୁ ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଟିକେଟ୍ ମିଳିନାହିଁ। ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡିରୁ ଟିକେଟ୍ ମିଳିଛି। ଅନ୍ୟପଟେ ଭାଜପା ପ୍ରାର୍ଥୀଭାବେ ଅପରାଜିତାଙ୍କୁ ଟିକେଟ୍ ମିଳିସାରିଥିବା ବେଳେ ଶ୍ରିମୟୀଙ୍କୁ ଏପର୍ଯ୍ୟନ୍ତ କୌଣସି ଟିକେଟ୍ ମିଳିନାହିଁ।

ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନରୁ ଲଢ଼ିବା ପାଇଁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ବୁଧବାର ସେ ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାପରେ କର୍ମୀ ଓ ସମର୍ଥକଙ୍କୁ ନେଇ ସେ ବିଶାଳ ରାଲି କରି ଏୟାରପୋର୍ଟରୁ ପଦଯାତ୍ରାରେ ଲିଙ୍ଗରାଜ ଯାଇଥିଲେ।

କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖି ଅପରାଜିତା କହିଛନ୍ତି, ”ବିଗତ ୫ ବର୍ଷ ହେଲା ମୁଁ ନିଷ୍ଠାପର ଭାବେ ସମସ୍ତଙ୍କ ସେବା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନରେ ଭୁବନେଶ୍ୱର ପ୍ରମୁଖ ସ୍ଥାନ ନେବ । ମୋଦୀଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ ବୋଲି ଅପରାଜିତା କହିଛନ୍ତି।”

ସେ ଏହା ଅମଧ୍ୟ କହିଛନ୍ତି ”ବିଗତ କିଛି ଦିନ ହେବ ଜଣେ ମହିଳାଙ୍କୁ ପ୍ରର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସମ୍ପୃକ୍ତ ମହିଳା ବି ବିଭିନ୍ନ ଅଞ୍ଚଳରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଜଣେ ମହିଳାଙ୍କୁ ହଟାଯାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏହାଛଡ଼ା ବିଜେଡି ଉଦ୍ଦେଶ୍ୟରେ ଅପରାଜିତା ଚର୍ଚ୍ଚିତ ଗବର ସିଂ ଡାଏଲଗ ବି କହିଛନ୍ତି । ”ଯୋ ଡରଗୟା, ୱ ମରଗୟା”(ଯିଏ ଡରିଗଲା ସିଏ ମରିଗଲା) ବୋଲି କହି ଅପରାଜିତା କଟାକ୍ଷ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ବିକାଶ କରିବାରେ ବିଜେଡି ବିଫଳ ହୋଇଛି: ହେମା ମାଳିନୀ

ଭୁବନେଶ୍ୱର,୧୭।୫: ଗତ ୨୫ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ କିଛି କରି ନ ଥିବା ଅଭିଯୋଗ କରି ପୁଣିଥରେ ଭାଜପା ଶାସକ ବିଜେଡିକୁ ଟାର୍ଗେଟ...

ପ୍ରାର୍ଥୀ କିଏ ଆମେ ଜାଣିନୁ, ଚିହ୍ନ ଦେଖି ଭୋଟ୍‌ ଦେବୁ

ବରଗଡ଼ରୁ ଅନିଲ ଦାସ,୧୭ା୫: ବର୍ତ୍ତମାନ ଚାରିଆଡ଼େ ନିର୍ବାଚନ ଉଷ୍ମତା। ରାଜନେତାମାନେ ଘନଘନ ପ୍ରଚାରରେ ଆସୁଛନ୍ତି। ମାତ୍ର ଭୋଟରମାନେ ଏଥର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରୁନାହାନ୍ତି।...

ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ଏସ୍‌ଆଇଟି

କଟକ,୨୭।୫(କାର୍ତ୍ତିକ ସାହୁ): ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି। ଏହି ସ୍ବତନ୍ତ୍ର...

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଦେଲେ ପାଣ୍ଡିଆନ୍‌:ଦେଖନ୍ତୁ ଭିଡିଓ

ସମ୍ବଲପୁର,୧୭।୫: ଏବେ ଚାଲିଛି ନିର୍ବାଚନୀ ଋତୁ। ଚାରିଆଡେ ନିର୍ବାଚନ ପ୍ରଚାର। ଗୋଟିଏ ପଟେ କେନ୍ଦ୍ରୀୟ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି ମଧ୍ୟ...

ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ: ଅପରାଜିତା

ଭୁବନେଶ୍ୱର,୧୭।୫: ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ୍‌ କିଣିବାକୁ ବସିଛି ବିଜେଡି। ସାଲିଆସାହି ସମାବେଶରେ ଏଭଳି ଅଭିଯୋଗ ଆଣିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କହିଛନ୍ତି,...

‘ମୋଦି ଦେଲେ ଚାଉଳ, ନବୀନ ଦେଲେ ଅଖା’

ଭୁବନେଶ୍ୱର,୧୭।୫: ଓଡ଼ିଶାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଘନ ଘନ ପ୍ରଚାର। ଶୁକ୍ରବାର ହିମନ୍ତ କବି ସୂର୍ଯ୍ୟନଗରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରୁଛନ୍ତି। ଏହି ସମୟରେ...

ଭୋଟର ତାଲିକାରେ ନାହିଁ ନାଁ, କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ଭୁବନେଶ୍ୱର,୧୭।୫: ଭୋଟର ତାଲିକାରେ ତାଙ୍କ ନାମ ନ ଥିବାରୁ କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀ ଜ୍ୟୋତି ରଂଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ କରାଯାଇଛି। ଦୁଇ ଦିନ...

ଓଡ଼ିଶା ପାଇଁ ଭାଜପା ଖୋଜୁଛି ମୁଖ୍ୟମନ୍ତ୍ରୀ ଫେସ୍‌, ଆଗରେ ଅଛନ୍ତି ଧର୍ମେନ୍ଦ୍ରଙ୍କ ସମେତ ଏସବୁ ନେତା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭।୫: ଲୋକ ସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ରାଜ୍ୟରେ ନିର୍ବାଚନରେ ଭାଜପା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି। କାରଣ ବିଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri