ମଗାଇଲେ ପତିତପାବନ ବାନା, ଆସିଲା ଭାଜପା ପତାକା

ପୁରୀ,୨୫ା୩(ଅଜିତ୍‌ ମହାନ୍ତି): ଅନ୍‌ଲାଇନ୍‌ରେ ମଗାଇଲେ ପତିତପାବନ ବାନା, କିନ୍ତୁ ଆସିଲା ଭାରତୀୟ ଜନତା ଦଳ (ଭାଜପା)ର ପତାକା। ଫଳରେ ଠକେଇର ଶିକାର ହୋଇଥିବା ନେଇ ଅନ୍‌ଲାଇନ୍‌ ଆପ୍‌ ଆମାଜନ୍‌ ନାଁରେ ପୁରୀ ବାସେଳିସାହିର ଭଗବାନ ମହାପାତ୍ର ଅଭିଯୋଗ ଆଣିଛନ୍ତି। ଏ ସଂକ୍ରାନ୍ତରେ ସେ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରିବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଅନୁରୋଧ କରିଛନ୍ତି।
ମହାପାତ୍ର କହିଛନ୍ତି, କିଛିଦିନ ତଳେ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ସେ ଦେଖିବାକୁ ପାଇଥିଲେ ଦିଲ୍ଲୀର ଏକ ସଂସ୍ଥା ଅନ୍‌ଲାଇନ୍‌ ଶପିଙ୍ଗ୍‌ ଆପ୍‌ ଆମାଜନରେ ଶ୍ରୀମନ୍ଦିରର ପତିତପାବନ ବାନା ବିକ୍ରି କରୁଛି। ସେ ଏନେଇ ଉକ୍ତ କମ୍ପାନୀ ସହ ମେସେଜ ଜରିଆରେ କଥା ହୋଇଥିଲେ। ମହାପ୍ରଭୁଙ୍କ ବାନା ବିକ୍ରି ପାଇଁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଛି କି ନାହିଁ ବୋଲି ପଚାରିଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ ଠିକ ଭାବେ କୌଣସି ଉତ୍ତର ଦେଇ ନ ଥିଲେ। ନିଜେ ବାନା ପ୍ରସ୍ତୁତ କରି ବିକ୍ରି କରୁଥିବା ସୂଚନା ଦେଇଥିଲେ। ତେବେ ପ୍ରକୃତରେ ପତିତପାବନ ବାନା ବିକ୍ରି ହେଉଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ମହାପାତ୍ର ଅନ୍‌ଲାଇନ ଆପ୍‌ ଆମାଜନ୍‌ରେ ନାଲିରଙ୍ଗର ପତିତପାବନ ବାନା ଅର୍ଡର କରିଥିଲେ। ଅର୍ଡର ମୁତାବକ ତାଙ୍କ ନିକଟରେ ପ୍ୟାକେଟ ଆସି ପହଞ୍ଚତ୍ଥିଲା। ହେଲେ ସେ ଯେତେବେଳେ ପ୍ୟାକେଟ୍‌ ଖୋଲି ଦେଖିଥିଲେ ସେଥିରୁ ଭାଜପାର ପତାକା ମିଳିଥିଲା। ଏହା ଦେଖି ତାଙ୍କ ଭାବନାକୁ ଆଘାତ ଲାଗିଥିଲା। ଭକ୍ତଙ୍କ ଭାବନା ସହ କମ୍ପାନୀ ଖେଳୁଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ସେ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଇଥିବାବେଳେ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ସେହିପରି ଶ୍ରୀମନ୍ଦିର ଚୂନରା ସେବାୟତ ଡ. ଶରତ କୁମାର ମହାନ୍ତି କହିଛନ୍ତି, ଏହା ଚିନ୍ତାର ବିଷୟ। ପତିତପାବନ ବାନା ନାମରେ ଆମାଜନ ବ୍ୟବସାୟ କରିବା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ସଦୃଶ। ମହାପ୍ରଭୁଙ୍କ ଦ୍ରବ୍ୟ ଟିକିଏ ପାଇବା ପାଇଁ ଭକ୍ତ ଆକୁଳତାର ସହ ଆବେଗପୂର୍ଣ୍ଣ ଭାବେ ଚାହିଁବସିଥାଏ। କିନ୍ତୁ ଉକ୍ତ କମ୍ପାନୀ ଭକ୍ତଙ୍କ ଭାବନା ସହ ଖେଳିଛି। ଶ୍ରୀମନ୍ଦିର ପ୍ରଶାସନ କେବେ ମଧ୍ୟ ମହାପ୍ରଭୁଙ୍କ ପତିତପାବନ ବାନା ବିକ୍ରୟ କରିବା ପାଇଁ କୌଣସି କମ୍ପାନୀକୁ ଅନୁମତି ପ୍ରଦାନ କରିନାହିଁ। ଉକ୍ତ କମ୍ପାନୀ ଡୁପ୍ଲିକେଟ୍‌ ବାନା ବିକ୍ରି କରିବା ଭକ୍ତଙ୍କ ଭାବନା ପ୍ରତି କୁଠାରାଘାତ ସଦୃଶ। ତେଣୁ ଏପରି କାର୍ଯ୍ୟ ପାଇଁ ଆମାଜନ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମହାନ୍ତି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri