Posted inଖେଳ

୩ ଓଭର ପୂର୍ବରୁ କୋଚ୍‌ କହିଲେ-ତୁମେ ବ୍ୟାଟିଂ କରିବାକୁ ଯିବ…ପରେ ଏହି ୨୧ ବର୍ଷୀୟ କ୍ରିକେଟର ହର୍ଷଲଙ୍କୁ କନ୍ଦାଇଦେଲେ…

ଚଣ୍ଡିଗଡ଼,୨୩।୩: ଯେଉଁଠାରେ ୱାର୍ନର ବିଫଳ ହେଲେ, ମିଚେଲ ମାର୍ଶ,ଋଷଭ ପନ୍ତଙ୍କ ବ୍ୟାଟ୍‌ ଚାଲିଲା ନାହିଁ , ସେଠାରେ ଜଣେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ ଝଡ଼ ଭଳି ବ୍ୟାଟିଂ କରି ଚର୍ଚ୍ଚାରେ ରହିଛନ୍ତି। ଏବେ ସମଗ୍ର ବିଶ୍ୱ ତାଙ୍କୁ ଅଭିବାଦନ ଜଣାଉଛି। ଆମେ ବାମହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ପୋରେଲଙ୍କ ବିଷୟରେ କହୁଛୁ, ଯିଏ ଆଇପିଏଲ୍‌ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ବୋଲରଙ୍କୁ ଘାଇଲା କରିଥିଲେ। ଅଭିଷେକ ୧୦ ବଲରେ ଅପରାଜିତ ୩୨ ରନ ସ୍କୋର କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ୍‌ ୩୨୦ ଥିଲା। ସେ ୨ ଛକା ଓ ୪ ଚୌକା ମାରିଥିଲେ। ଯଦିଓ ପୋରେଲ ମାତ୍ର ୩୨ ରନ ସ୍କୋର କରିଥିଲେ, ହେଲେ ଏହି ରନ୍‌ ଦଳର ସ୍କୋର୍‌କୁ ୧୭୪ ରନ୍‌ରେ ପହଞ୍ଚାଇଥିଲା।

ପଞ୍ଜାବର ଘରୋଇ ମଇଦାନ ମୁଲାନପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବର ବୋଲରମାନେ ଭଲ ବୋଲିଂ କରିଥିଲେ କରିଥିଲେ। ୧୮.୩ ଓଭର ପର୍ଯ୍ୟନ୍ତ ଦିଲ୍ଲୀ ଟିମ୍‌ ୮ ଉଇକେଟ ହରାଇ ମାତ୍ର ୧୪୭ କରିଥିଲା। ଏଭଳି ପରିସ୍ଥିତିରେ ଦିଲ୍ଲୀ ଅଭିଷେକଙ୍କୁ କ୍ରିଜକୁ ପଠାଇଥିଲା। ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଗତ ସିଜନରେ ଏହି ଖେଳାଳିଙ୍କୁ ସୁଯୋଗ ମିଳିଥିଲେ ହେଁ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ଏଥର ପୋରେଲ ନିଜକୁ ପ୍ରମାଣିତ କରିଥିଲେ। ପଞ୍ଜାବର ଇନିଂସର ୨୦ ଓଭରରେ ପୋରେଲ ଦିଲ୍ଲୀର ନିଷ୍ପତ୍ତିକୁ ଠିକ୍‌ ପ୍ରମାଣ କରିଥିଲେ।

ପନ୍ତ ଏବଂ ଓ୍ବାର୍ନରଙ୍କ ଉଇକେଟ ନେଇଥିବା ହର୍ଷଲ ପଟେଲ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ। ହେଲେ ୨୧ ବର୍ଷୀୟ ଅଭିଷେକ ହର୍ଷଲଙ୍କ ବଲ୍‌ରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ପୋରେଲ ହର୍ଷଲଙ୍କ ପ୍ରଥମ ବଲରେ ଚୌକା, ଦ୍ୱିତୀୟ ବଲରେ ଛକା, ତୃତୀୟ ବଲରେ ଚୌକା, ଚତୁର୍ଥ ବଲରେ ଚୌକା ଏବଂ ପଞ୍ଚମ ବଲରେ ଛକା ମାରିଥିଲେ। ଅର୍ଥାତ ହର୍ଷଲଙ୍କ କ୍ରମାଗତ ପାଞ୍ଚଟି ବଲରେ ପୋରେଲଙ୍କ ବ୍ୟାଟରୁ ରନ୍‌ ଆସିଥିଲା। ସେ ଶେଷ ବଲରେ ମାତ୍ର ଗୋଟିଏ ରନ ସ୍କୋର କରିପାରିଥିଲେ। ତେବେ ଏହି ବ୍ୟାଟ୍ସମ୍ୟାନ ୨୦ତମ ଓଭରରେ ୬ ବଲରେ ୨୫ ରନ୍‌ ଯୋଡିବାରେ ସଫଳ ହୋଇଥିଲେ। ଏହି କାରଣରୁ ତାଙ୍କ ଦଳ ୧୭୪ ରନ୍‌ରେ ପହଞ୍ଚିଥିଲା।

କହିରଖୁଛୁ, ଦିଲ୍ଲୀ ପ୍ରଶିକ୍ଷକ ରିକି ପଣ୍ଟିଂ ଅଭିଷେକ ପୋରେଲଙ୍କୁ ବହୁତ ପସନ୍ଦ କରନ୍ତି। ସେ ଏହି ଖେଳାଳିଙ୍କୁ ବହୁତ ଦକ୍ଷ ବୋଲି ବିବେଚନା କରନ୍ତି । ସେଥିପାଇଁ ସେ ପୋରେଲଙ୍କୁ ଏକ ପ୍ରଭାବଶାଳୀ ଖେଳାଳି ଭାବରେ ବାଛିଥିଲେ। ପୋରେଲ ତାଙ୍କ ଇନିଂସ ପରେ କହିଥିଲେ ଯେ ସେ ବ୍ୟାଟିଂ କରିବାକୁ ଯାଉଛନ୍ତି ବୋଲି ତିନି ଓଭର ଆଗରୁ ଜାଣିବାକୁ ପାଇଥିଲେ। ପୋରେଲଙ୍କ ପାଇଁ ଭଲ କଥା ହେଲା ସେ ଦଳର ଏହି ବିଶ୍ୱାସକୁ ଠିକ୍‌ ସାବ୍ୟସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri