ମଝି ଆକାଶରେ ମେଣ୍ଟ ଚର୍ଚ୍ଚା, ଭାଜପା ସଭାପତିଙ୍କୁ ଘେରିଗଲେ ଯାତ୍ରୀ

ଭୁବନେଶ୍ୱର,୧୦।୩: ଓଡ଼ିଶା ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏକ ସମ୍ଭାବ୍ୟ ମେଣ୍ଟକୁ ନେଇ ପୂରା ରାଜ୍ୟରେ ଚହଳ। ଦିଲ୍ଲୀ ଦୌଡୁଛନ୍ତି ବଡ଼ ବଡ଼ ନେତା। ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର୍‌। ବାଟେଘାଟେ, ଚା’ ଖଟି। ସବୁଠି ଗୋଟିଏ କଥା ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ହେଲେ ସତରେ କ’ଣ ମେଣ୍ଟ ହେଉଛି?
ପ୍ରଥମେ ଓଡ଼ିଶା ଭାଜପା ସଭାପତିଙ୍କ ବୟାନ ଆସିବା ପରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଜବ ବାଣ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଥିବା କୁହାଯାଉଛି। ଏହାପରେ ବି ଥମୁନି ମେଣ୍ଟ ଚର୍ଚ୍ଚା। ଏ ଭିତରେ ଶୁକ୍ରବାର ମଝି ଆକାଶରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି। ଯେତେବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଇଣ୍ଡିକୋ ବିମାନରେ ଦିଲ୍ଲୀରୁ ଓଡ଼ିଶା ଫେରୁଥିଲେ, ଏହି ସମୟରେ ବିମାନରେ ବସିଥିବା ଅନ୍ୟଯାତ୍ରୀମାନେ ମନମୋହନ ସାମଲଙ୍କୁ ଘେରି ଯାଇଥିଲେ। କିଛି ଯାତ୍ରୀ ମନମୋହନଙ୍କୁ ପ୍ରଶ୍ନ କରିଥିଲେ ଯେ, ସାର୍‌ ସତରେ କ’ଣ ଓଡ଼ିଶାରେ ବିଜେଡି-ଭାଜପା ଭିତରେ ମେଣ୍ଟ ହେଉଛି। ଆଉ ଏହାର ଉତ୍ତରରେ ମନମୋହନ ସଫାସଫା ମେଣ୍ଟ ହେଉ ନ ଥିବା ଯାତ୍ରୀଙ୍କୁ କହିଥିଲେ। ସେ କହିଥିଲେ ଯେ, ଓଡ଼ିଶାରେ ଭାଜପା ଏକାକୀ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ନିର୍ବାଚନ ଲଢିବ। ଆଉ ଭାଜପା ହିଁ ଏକାକୀ ଓଡ଼ିଶାରେ ସରକାର ଗଢିବ।

ଏବେ ମଝି ଆକାଶରେ ମେଣ୍ଟ ଚର୍ଚ୍ଚାକୁ ନେଇ ଲୋକଙ୍କ ଭିତରେ ବେଶ୍‌ କୌତୁହଳ ଦେଖାଦେଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ମଝି ଆକାଶର ଚର୍ଚ୍ଚାକୁ ବେଶ୍‌ ଟ୍ରୋଲ କରାଯାଉଛି। ତେବେ ଓଡିଶା ରାଜନୀତିରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ଥିତି ଦେଖାଯାଇଛି ଯେ ଯାହା କେବେ ଦେଖାଦେଇ ନ ଥିଲା। ଗୋଟିଏ ରାଜ୍ୟରେ ଶାସକ ଓ ମୁଖ୍ୟ ବିରୋଧୀଙ୍କ ମଧ୍ୟରେ ମେଣ୍ଟ ହୋଇଯିବ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କେବଳ ସାଧାରଣ ଜନତା ନୁହନ୍ତି ବିଜେଡି-ଭାଜପାର ବହୁ ତୁଙ୍ଗନେତା ମଧ୍ୟ ଏହାକୁ ନାପସନ୍ଦ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ମେଣ୍ଟ ଚର୍ଚ୍ଚାରେ ଯଦିଓ ଆଶିଂକ ବିରାମ ଲାଗିଛି ହେଲେ, ଏବେ ବି ବିଜେଡି-ଭାଜପା ଭିତରେ ଯେ ଆଉ ମେଣ୍ଟ ହେବ ନାହିଁ ଏକଥା ମଧ୍ୟ କୁହାଯାଇ ପାରୁନାହିଁ। ଗତକାଲି ସଂଧ୍ୟାରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍‌ ପେଜ୍‌ରେ ଭି କେ ପାଣ୍ଡିଆନ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଛନ୍ତି ଯେ, ରାଜନୀତିରେ ସବୁଠୁ ଖରାପ ଜିନିଷ କ’ଣ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି, ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଉଛି ଗୁଜବ ଓ ମିଛକଥା। ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ରାଜନୈତିକ ମହଲ ଏହି କଥାରୁ ଆଉ ପାଦେ ଆଗକୁ ଯାଇ କହୁଛନ୍ତି ଯେ, ବିଜେଡି-ଭାଜପା ମେଣ୍ଟ ନେଇ ଗତକାଲି ସ୍ଥିତି ଯାହା ଥିଲା ତାହା ଏବେ ବି ବଳବତ୍ତର ରହିଛି। ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ହିଁ ମେଣ୍ଟର ଭାଗ୍ୟ ଝୁଲୁଛି। ଏବେ ସମସ୍ତଙ୍କର ନଜର ରହିଛି ମାର୍ଚ୍ଚ ୧୨। କୁହାଯାଉଛି ଏହିଦିନ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିପାରନ୍ତି। ସେହିଦିନ ହିଁ ଏହି ମେଣ୍ଟ ଚର୍ଚ୍ଚା ଉପରେ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ-ମୁକ୍ତ ପିକନିକ ଚ୍ୟାଲେଞ୍ଜ୍‌: ଶାଳ ପତ୍ର ବ୍ୟବହାର ପାଇଁ ସଂକଳ୍ପ

ଦାରିଙ୍ଗବାଡି, ୯/୧୨(ଅରୁଣ ସାହୁ):ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଅଞ୍ଚଳରେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପର୍ଯ୍ୟଟନ କ୍ଷେତ୍ରର ପରିବେଶ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

IPL 2026 Auction: ଅକ୍ସନର ଫାଇନାଲ ଲିଷ୍ଟରେ ବାଜିଲା ମୋହର, ୧୦୦୦ ଖେଳାଳି ଆଉଟ, ଷ୍ଟାର ଖେଳାଳିଙ୍କ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ,୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୧୬ରେ ଆବୁଧାବିରେ ଏକ ମିନି-ନିଲାମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।...

ୟୁଟ୍ୟୁବରୁ ଶିଖି ୫ ଏକର ଜମି କଲେ ଚାଷ: ଦୁଇମାସରେ…

ଭବାନୀପାଟଣା,୯ା୧୨(ଉତ୍ତମ କୁମାର ଦାଶ):ନେପିଆର୍‌ ଘାସ ଚାଷ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସିକେରଗୁଡା ଗାଁର ଅଜିତ ପ୍ରଧାନଙ୍କୁ ସ୍ବାବଲମ୍ବୀ କରିଛି। ଏଥିରେ ସେ ଆତ୍ମ...

ବିବାହ ଭାଙ୍ଗିବା ପରେ ସ୍ମୃତିଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ ସୃଷ୍ଟି କଲା ହଇଚଇ, ଲେଖିଲେ ଏମିତି…

ନୂଆଦିଲ୍ଲୀ,୯।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଛନ୍ତି। ରବିବାର, ସେ ଏକ...

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

ଆଇପିଏଲ ନାଁରେ ଏନଏଚଆରସିରେ ଅଭିଯୋଗ: ଦୂଷିତ ପାଣି ଗନ୍ଧରେ ଫାଟି ପଡୁଛି ଅଞ୍ଚଳ

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri