Posted inଫୁରସତ

ପ୍ରଥମ ରୋଜଗାରରେ ବହି ଛାପିଥିଲି: ସାହିତି୍ୟକ ଡକ୍ଟର ଗୌରହରି ରାଉତ

ଅବିଭକ୍ତ କଟକ ଜିଲା(ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲା)ର ରାଜନଗର ବ୍ଲକ ଅନ୍ତର୍ଗତ ପ୍ରାକୃତିକ ପରିବେଶଘେରା ସମୁଦ୍ରକୂଳିଆ ଗାଁ ଏଣ୍ଡୁଳାପୁରରେ ମୋର ଜନ୍ମ। ବାପା ଉତ୍ତମ ଚରଣ ରାଉତ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ପିଲାବେଳେ ବଡ଼ବାପା ନାରାୟଣ ରାଉତ ମୋ ଖେଳିବା ପାଇଁ କଞ୍ଚାମାଟିରେ ବିଭିନ୍ନ ପ୍ରକାର ଖେଳନା ତିଆରି କରି ଦେଉଥିଲେ। ପରେ ମୁଁ ଯେତେବେଳେ ଆମ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିଲି, ତତ୍କାଳୀନ ପ୍ରଧାନ ଶିକ୍ଷକ ମହେଶ୍ୱର ପଲ୍ଲାଇ କଳାପଟାରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ଦେଉଥିଲେ ଓ ମୁଁ ସେସବୁକୁ ଅତିଆଗ୍ରହର ସହିତ ଡ୍ରଇଂ ଖାତାରେ ନକଲକରି ନେଉଥିଲି। ପିଲାଦିନେ ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଦ୍ୱାରା ମୁଁ ଗଭୀର ଭାବେ ପ୍ରଭାବିତ ହୋଇଥିଲି ଚିତ୍ର ଆଙ୍କିବା ପାଇଁ। କେନ୍ଦ୍ରାପଡ଼ା କଲେଜରେ ଓଡ଼ିଆ ଅନର୍ସ ନେଇ +୩ ପଢ଼ିଲାବେଳେ ବିଭିନ୍ନ ଲୋକଙ୍କ ପ୍ରେରଣା ଫଳରେ ଚିତ୍ର ଆଙ୍କିବାର ନିଶା ବହୁଗୁଣିତ ହୋଇଯାଇଥିଲା। ଶେଷରେ ନିଷ୍ପତ୍ତି ନେଲି ଭୁବନେଶ୍ୱରସ୍ଥିତ ବି.କେ. ଆର୍ଟ କଲେଜରେ ପଢ଼ିବା ପାଇଁ। ଆଡ୍‌ମିଶନ ନେଇ ପଢ଼ିଲି ବି। ୧୯୯୧ ମସିହାର ଘଟଣା। ସେତେବେଳେ ମୁଁ ବି.କେ. ଆର୍ଟ କଲେଜରେ ଶେଷବର୍ଷ ଡିଗ୍ରୀ ପରୀକ୍ଷା ଦେଇଥାଏ; କିନ୍ତୁ ଫଳ ବାହାରି ନ ଥାଏ। ଏହି ସମୟରେ ଜଣେ ଦିବଂଗତ ଡିଫେନ୍ସ କର୍ନେଲଙ୍କ ବରାଦିଆ ତୈଳରଙ୍ଗ ପ୍ରତିକୃତି ଅଙ୍କନ ବାବଦରେ ମୋତେ ମିଳିଥାଏ ୩୦୦୦ ଟଙ୍କା। ସେ ସମୟରେ ଏହି ଟଙ୍କା ମୋତେ ଭାରି ବଡ଼ ମନେହେଉଥାଏ। ଯଦିଓ ତା’ପୂର୍ବରୁ କିଛି କିଛି ପଇସା ରୋଜଗାର କରୁଥିଲି; ମାତ୍ର ସେଦିନ ପ୍ରଥମଥର ପାଇଁ ଏତେ ଟଙ୍କା ପାଇ ବହୁତ ଖୁସି ହୋଇଯାଇଥିଲି। ଏହା ହିଁ ଥିଲା ମୋ ପାଇଁ ପ୍ରଥମ ମୋଟାଅଙ୍କର ପାରିଶ୍ରମିକ। ସଂଯୋଗବଶତଃ ସେଇ ବର୍ଷ ରାଜ୍ୟ ସରକାର ମୋତେ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାରରେ ସମ୍ବର୍ଦ୍ଧିତ କରିଥାନ୍ତି; ଯେଉଁ ପୁରସ୍କାରର ଅର୍ଥରାଶି ଥିଲା ୫୦୦୦ ଟଙ୍କା। ସେ ସମୟରେ ଚିତ୍ରକଳା ସହ ମୋର କବିତା ଲେଖିବାର ଝୁଙ୍କ୍‌ ବି ଥିଲା। ଯାହା ବି କବିତା ଲେଖେ ସେହି ସମୟରେ କଲେଜର ଅଧ୍ୟକ୍ଷ ଥିବା ଡକ୍ଟର ଦିନନାଥ ପାଠୀ ସାର୍‌ଙ୍କୁ ନେଇ ଦେଖାଏ। ଦିନେ ସେ ଖୁସିହୋଇ ମୋତେ ପରାମର୍ଶ ଦେଲେ କବିତାର ଏକ ପାଣ୍ଡୁଲିପି ପ୍ରସ୍ତୁତକରି ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ। ପାଠୀ ସାର୍‌ କେବଳ ଜଣେ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ନ ଥିଲେ, ଆଗଧାଡ଼ିର ଲେଖକ ବି ଥିଲେ। ତାଙ୍କରି ପରାମର୍ଶକ୍ରମେ ତାହା ହିଁ କଲି। ପ୍ରଥମ କବିତା ପୁସ୍ତକ ହେତୁ ପାଣ୍ଡୁଲିପିର ନାମକରଣ କରିଥିଲି ‘ଉଦୟଧ୍ୱନି’। ଈଶ୍ୱରଙ୍କ କୃପାରୁ ପାଣ୍ଡୁଲିପିକୁ ସ୍ବୀକୃତି ମିଳିଲା ଛପାହେବା ପାଇଁ ଏବଂ ଛପାଖର୍ଚ୍ଚ ବାବଦକୁ ସଂସ୍କୃତି ବିଭାଗ ତରଫରୁ ଅନୁଦାନ ମିଳିଥିଲା ୩୦୦୦ ଟଙ୍କା। ଏହିପରି ଭାବରେ ସେହି କିଛିଦିନ ଭିତରେ ମୋର ସର୍ବମୋଟ ରୋଜଗାର ହୋଇଥିଲା ୧୧,୦୦୦ ଟଙ୍କା। ଆଉ ସେହି ସମୁଦାୟ ଅର୍ଥରାଶିରେ ମୋର ପ୍ରଥମ କବିତା ପୁସ୍ତକ ‘ଉଦୟଧ୍ୱନି’ ୧୯୯୧ ମସିହାରେ ଆତ୍ମପ୍ରକାଶ କଲା। ‘ଉଦୟଧ୍ୱନି’ ପୁସ୍ତକର ପ୍ରାୟ ସବୁ କବିତା ଥିଲା ଛନ୍ଦଧର୍ମୀ; ଯାହା ମୋତେ ଅନେକ ପ୍ରସିଦ୍ଧି ଦେଇଥିଲା। କବିତା, ପ୍ରବନ୍ଧ, ଗଳ୍ପ, ରମ୍ୟରଚନା, ଉପନ୍ୟାସକୁ ମିଶାଇ ଏଯାବତ୍‌ ମୋ କଲମରୁ ୧୩ଟି ପୁସ୍ତକ ପ୍ରକାଶ ପାଇସାରିଛି ଓ ଆଉ କିଛି ପ୍ରକାଶ ଅପେକ୍ଷାରେ l ମାତ୍ର ପ୍ରଥମ ରୋଜଗାରରେ ପ୍ରକାଶ ପାଇଥିବା କବିତା ପୁସ୍ତକ ‘ଉଦୟଧ୍ୱନି’ର ପହିଲି ପୁଲକ ଆଜି ବି ଅନେକ ସମୟରେ ମୋତେ ଆନମନା କରେ। ବର୍ତ୍ତମାନ ମୁଁ ପି.ଏମ୍‌. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, କ୍ରମାଙ୍କ-୪, ଭୁବନେଶ୍ୱରରେ ଚିତ୍ରକଳା ଅଧ୍ୟାପକ ଭାବେ କାର୍ଯ୍ୟରତ। ଏତଦ୍‌ବ୍ୟତୀତ ପୁସ୍ତକ ଓ ମୋ ଛବି ବିକ୍ରୟକରି ଆଉ କିଛି ରୋଜଗାର ବି କରୁଛି। କିନ୍ତୁ ପ୍ରଥମ ରୋଜଗାରରେ ପୁସ୍ତକ ଛାପିବା ଘଟଣା ମୋ ପାଇଁ ଅଭୁଲା ହୋଇ ରହିଛି। ଆଉ ପ୍ରଥମ ରୋଜଗାରରୁ ଆରମ୍ଭ ହୋଇଥିବା ମୋର ଏ ସୃଜନଯାତ୍ରା ପଥରେ ଧର୍ମପତ୍ନୀ ସାଧନା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛନ୍ତି l

 


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ଏହି ଦେଶରେ ପୁରୁଷଙ୍କ ଅଭାବ; ଏହିକାମ ପାଇଁ ସ୍ୱାମୀ ‘ଭଡ଼ାରେ’ ନେଉଛନ୍ତି ମହିଳା

ନୂଆଦିଲ୍ଲୀ,୫ା୧୨: ୟୁରୋପୀୟ ଦେଶ ଲାଟଭିଆରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ବହୁତ କମ୍ ଥିବାରୁ ଏଠାରେ ଏକ ଅଭାବନୀୟ ସାମାଜିକ ଧାରା ଦେଖିବାକୁ ମିଳିଛି। ଘରର...

ଏହି ଭୟଙ୍କର ଜୀବର ଚମଡ଼ାରୁ ତିଆରି ଘଣ୍ଟା ପିନ୍ଧନ୍ତି ପୁଟିନ୍‌, ଦାମ୍‌ ଜାଣିଲେ…

ମସ୍କୋ,୫ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି ଗସ୍ତ ଉଭୟ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।...

ବାହା ହେଉ ହେଉ ଭାଙ୍ଗିଲା ସମ୍ପର୍କ, ଚତୁର୍ଥୀ ରାତିରେ ଛାଡ଼ପତ୍ର ପେପରରେ ସାଇନ୍‌ କଲେ କନ୍ୟା

ଲକ୍ଷ୍ନୌ,୪ା୧୨: ଉତ୍ତରପ୍ରଦେଶର ଦେଓରିଆରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଚତୁର୍ଥୀରେ ଜଣେ ନବବିବାହିତା କନ୍ୟା ସମ୍ପର୍କ ଭାଙ୍ଗି ତାଙ୍କ...

ବିଶ୍ୱର ସବୁଠୁ ମହଙ୍ଗା ଅଣ୍ଡା: ଏହା ମୂଲ୍ୟରେ କିଣିହୋଇଯିବ ୧୦୦ ହେଲିକପ୍ଟର

ଗୋଟିଏ ଅଣ୍ଡାର ମୂଲ୍ୟ କେତେ ହୋଇପାରେ? ୮ ଟଙ୍କା, ୧୦ ଟଙ୍କା, କିମ୍ବା ସର୍ବାଧିକ ୨୫ ଟଙ୍କା। କିନ୍ତୁ ବିଶ୍ୱରେ ଏମିତି ଏକ ଅଣ୍ଡା ଅଛି,...

ଗାଁର ନାଁ କିଡ୍‌ନୀ ଭ୍ୟାଲି, ଏହା ପଛର କାରଣ ଜାଣିଲେ ନିଶ୍ଚିତ ହେବେ ଚକିତ

ବିଶ୍ୱରେ ଏପରି ଅନେକ ସ୍ଥାନ ଅଛି, ଯାହା ସେମାନଙ୍କର ଅନନ୍ୟତା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଏହି କାରଣରୁ ଦେଶ ଏବଂ ବିଶ୍ୱର ସବୁଠି ଚର୍ଚ୍ଚା। ଆଜି...

ରହସ୍ୟମୟ ଜାଙ୍ଗବେଟୋ ନୃତ୍ୟ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିଶ୍ୱର ପ୍ରତ୍ୟେକ ଦେଶର କିଛି ନା କିଛି ଇତିହାସ ଥାଏ, ଯାହା ଏହାକୁ ସ୍ବତନ୍ତ୍ର କରିଥାଏ। ଆଫ୍ରିକା ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର ଏବଂ ଏହାକୁ ମାନବ...

ଭାରତରେ ମଦ୍ୟପାନବେଳେ ଅଧିକ ଖିଆଯାଏ ଏହି ଚାଖାଣା, ନାଁ ଜାଣିଲେ ହସି ଉଠିବେ…

ନୂଆଦିଲ୍ଲୀ,୨।୧୨: ଭାରତରେ, ଚାଖାଣା ବିନା ମଦ୍ୟପାନ ଅସମ୍ପୂର୍ଣ୍ଣ। ଲୁଣିଆ ଏବଂ ମସଲାଯୁକ୍ତ ଖାଇବା ବିନା ମଦ୍ୟପାନ ଆସର ଅସମ୍ପୂର୍ଣ୍ଣ। ଫ୍ୟାନ୍ସି ବାର୍‌ ହେଉ କିମ୍ୱା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri