କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି ସେନାବାହିନୀରୁ ଅବସର ନେବା ପରେ ଚାଷ ଆଡ଼କୁ ମନ ବଳାଇଛନ୍ତି। ଆଜି ସେ ଏକସାଙ୍ଗରେ ଡ୍ରାଗନ୍‌ ଫ୍ରୁଟ୍‌ସ, ବନ୍ଧାକୋବି, କଳା ଆଳୁ, କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିପାଇଁ ସେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଲାଭ କରୁଛନ୍ତି। ଆଜି ତାଙ୍କ ଚାଷ ଦେଖି ଗାଁର ଅନେକ କୃଷକ ତାଙ୍କ ପରି ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି। କେବଳ ତାଙ୍କ ଗାଁ ନୁହେଁ ସମଗ୍ର ଜିଲାରୁ ଶତାଧିକ କୃଷକ ତାଙ୍କ ପଦ୍ଧତି ଶିକ୍ଷା କରି ଫଳ ଓ ପନିପରିବା ଚାଷ କରୁଛନ୍ତି।

ପ୍ରଗତିଶୀଳ କୃଷକ ହରିଚନ୍ଦ୍ର ୨୦୧୫ରେ ସେନାରୁ ଅବସର ନେଇଥିଲେ। ଅବସର ପରେ ସେ ବାରବାଙ୍କି ଜିଲାର ଆମସେରୁଓ୍ବା ଗ୍ରାମରେ ଜମି କିଣି ଏକ ଏକରରୁ ଫଳ ଓ ପନିପରିବା ଚାଷ କରିବା ଆରମ୍ଭ କଲେ। ଯେଉଁଥିରେ ସେ ଭଲ ଲାଭ ପାଇଲେ। ଆଜି ପ୍ରାୟ ଚାରି ଏକରରେ ଡ୍ରାଗନ ଫ୍ରୁଟ୍‌ସ, ବନ୍ଧାକୋବି, କଳା ଆଳୁ କଦଳୀ ଇତ୍ୟାଦି ଚାଷ କରିଛନ୍ତି। ଯେଉଁଥିରୁ ସେ ପ୍ରତିବର୍ଷ ୫ରୁ ୬ଲକ୍ଷ ଟଙ୍କା ଲାଭ କରୁଛନ୍ତି।

କର୍ନେଲ ହରିଚନ୍ଦ୍ର କହିଛନ୍ତି, ୨୦୧୫ରେ ଅବସର ନେବା ପରେ ମୁଁ ଚାଷ ଆରମ୍ଭ କରିଥିଲି। ପିଲାଦିନରୁ ଚାଷ କରିବାକୁ ଭଲ ପାଉଥିଲି। ଏହାକୁ ଦୃଷ୍ଟିରେ ରଖି ମୁଁ ପାରମ୍ପାରିକ ଭାବରେ ଧାନ ଏବଂ ଗହମ ଚାଷ କରିଥିଲି। ଯେଉଁଥିରେ ବିଶେଷ ଲାଭ ହେଲା ନାହିଁ। ଏହା ପରେ କିଛି ନୂଆ ଚିନ୍ତା କଲି। ଏହା ପରେ ମୁଁ ଡ୍ରାଗନ ଫ୍ରୁଟ୍‌ସ, ବନ୍ଧାକୋବ ି ଏବଂ କଳା ଆଳୁ ବିଷୟରେ ସୂଚନା ପାଇଲି। ତା’ପରେ ଗୋଟିଏ ଏକରରୁ ଆରମ୍ଭ କରିଲି। ଯେଉଁଥିରୁ ବେଶ୍‌ ଲାଭ ମିଳିଲା।

ହରିଶ୍ଚନ୍ଦ୍ର କହିଛନ୍ତି, ମଁ ଫଳ ଓ ପନିପରିବା ଲଗାଇଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଜୈବିକା ସାର ବ୍ୟବହାର କରାଯାଉଛି। ଯେଉଁଥିପାଇଁ ଏହା ଶୁଦ୍ଧ ଏବଂ ପୁଷ୍ଟିକର ହୋଇଥାଏ। ଏହି ଚାଷରୁ ୫ରୁ ୬ଲକ୍ଷ ଟଙ୍କା ହେଉଛି। ମୁଁ ମୋର କୃଷକ ଭାଇମାନଙ୍କୁ ଅନ୍ୟ ଫସଲ ସହିତ କିଛି ଫଳ ଏବଂ ପନିପରିବା ଚାଷ କରିବାକୁ ଏବଂ ସେଥିରେ ଜୈବିକ ସାର ବ୍ୟବହାର କରିବାକୁ କହିବାକୁ ଚାହେଁ। ଯେଉଁଥିପାଇଁ ଖର୍ଚ୍ଚ କମ୍‌ ହେବ ଏବଂ ଲାଭ ମଧ୍ୟ ଅଧିକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri