ଟ୍ରେନ୍‌ରେ ଘରକୁ ପଠାଇବେ ବାଇକ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍‌ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍‌ କରି କିମ୍ବା ବହୁ ହଇରାଣ ହରକତ ହୋଇ ଏସବୁକୁ ସିଫ୍ଟ କରିବାକୁ ପଡିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ ଟ୍ରେନରେ ମଧ୍ୟ ଅତି ସହଜରେ ଲଗେଜ କିମ୍ବା ପାର୍ସଲ ଭାବରେ ନିଜ ବ୍ୟକ୍ତିଗତ ବାଇକ୍‌କୁ ଗନ୍ତବ୍ୟ ସ୍ଥଳକୁ ପଠାଇ କିମ୍ବା ଆଣି ପାରିବେ। ଯଦି ଆପଣ ମଧ୍ୟ ଆପଣଙ୍କର ବାଇକ୍‌କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସିଫ୍ଟ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ।

ଯଦି ଆପଣ ଅନ୍ୟ ସହରକୁ ସିଫ୍ଟ ହୋଉଛନ୍ତି ତେବେ ଘରର ଜିନିଷପତ୍ର ସହ ନିଜ ବ୍ୟକ୍ତିଗତ ବାଇକ୍‌କୁ ସିଫ୍ଟ କରିବା କଷ୍ଟ ହୋଇପଡେ। ବାଇକ୍‌କୁ ଘରକୁ ପଠାଇବାକୁ ହେଲେ ଆପଣଙ୍କୁ ବହୁ ହଇରାଣ ହରକତ ହେବାକୁ ପଡିଥାଏ। ତେବେ ଏଥିପାଇଁ କୌଣସି ଟେନଶନ ନ ହୋଇ ସୁବିଧାରେ ଓ ସହଜରେ ବାଇକ୍‌କୁ ଟ୍ରେନରେ ପଠାଇପାରିବେ। ତେବେ ଜାଣି ନିଅନ୍ତୁ ଏଥିପାଇଁ କେତେ ଖର୍ଚ୍ଚ ହେବ ଆଉ ଏହାର ପ୍ରକ୍ରିୟା କ’ଣ।

ଆପଣଙ୍କର ବାଇକ୍‌ କିମ୍ବା ସ୍କୁଟିକୁ ଅନ୍ୟ ସହରକୁ ପଠାଇବାକୁ ଚାହୁଁଥିଲେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ଦୁଇ ଚକିଆ ପଞ୍ଜୀକରଣ ପ୍ରମାଣପତ୍ରର ଫଟୋଗ୍ରାଫି ସହିତ ସବୁ କାଗଜପତ୍ର ନେଇ ପାର୍ସଲ ଅଫିସକୁ ଯିବାକୁ ପଡିବ। ବାଇକ୍‌କୁ ଟ୍ରାନ୍ସପୋର୍ଟ କରିବା ପୂର୍ବରୁ, ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ନିଅନ୍ତୁ। ପାର୍ସଲ ଅଫିସକୁ ନେଉଥିବା ସବୁ ଦସ୍ତାବିଜରେ ବାଇକ୍‌ର ବୀମା ଏବଂ ଆରସି ନେବାକୁ ଭୁଲିବେ ନାହିଁ। ଆପଣଙ୍କୁ ପାର୍ସଲ ଅଫିସରେ ଏକ ଫର୍ମ ଦିଆଯିବ। ଫର୍ମରେ ପାର୍ସଲ କେଉଁଠିକୁ ଯିବ, ଡାକ ଠିକଣା, ଗାଡିର କମ୍ପାନୀ, ପଞ୍ଜୀକରଣ ନମ୍ବର, ଗାଡିର ଓଜନ ଏବଂ ଗାଡିର ମୂଲ୍ୟ ଭଳି ସମସ୍ତ ବିବରଣୀ ମଧ୍ୟ ପୂରଣ କରିବାକୁ ପଡିବ।

ପାର୍ସଲ ଅଫିସରେ ପଞ୍ଜୀକରଣ ପରିବା ପରେ ଏବେ ଆପଣ ନିଜ ବାଇକ୍‌କୁ ଟ୍ରେନ ଦ୍ୱାରା ପଠାଇପାରିବେ। ତେବେ ଏହାପୂର୍ବରୁ ବାଇକ୍‌ର ପେଟ୍ରୋଲ ଟାଙ୍କିକୁ ଭଲଭାବେ ଖାଲି କରନ୍ତୁ। କାର୍ଡବୋର୍ଡରେ କେଉଁ ଷ୍ଟେଶନରୁ ପଠାଇବେ ଏବଂ କେଉଁ ଷ୍ଟେଶନରେ ପଡଞ୍ଚିବ ସ୍ପଷ୍ଟଭାବେ ଲେଖନ୍ତୁ। ତା’ପରେ ଏହାକୁ ନିଜ ବାଇକ୍‌ରେ ଗୁଡାଇ ଦିଅନ୍ତୁ। ଗାଡିକୁ ଭଲ ଭାବରେ ପ୍ୟାକ୍‌ କରିବା ପୂର୍ବରୁ ଏହାର କ୍ଲଚ ଏବଂ ବ୍ରେକ୍‌କୁ ଢିଲା କରି ନିଅନ୍ତୁ। ଯାହାଫଳରେ ତାହା ସୁରକ୍ଷିତ ରହିବର ସହ ପ୍ୟାକ କରିବା ମଧ୍ୟ ସହଜ ହେବ। ପାର୍ସଲ ଫର୍ମ ପୂରଣ କରିବାବେଳେ ଆପଣଙ୍କୁ ବାଇକ୍‌ର ଇଞ୍ଜିନ ନମ୍ବର ଏବଂ ଖାସ ନମ୍ବର ପୂରଣ କରିବାକୁ ପଡିବ। ଯାହାଙ୍କ ନାମରେ ପଠାଇବେ ତାଙ୍କ ନାମ ମଧ୍ୟ ପୂରଣ କରିବା ଆବଶ୍ୟକ। ଫର୍ମ ପୂରଣ କରିବା ପରେ ଆପଣଙ୍କୁ ଏକ ରସିଦ ଦିଆଯିବ। ଯେତେବେଳେ ଆପଣ ବାଇକ୍‌ ରିସିଭ କରିବେ କିମ୍ବା ପଠାଇବେ ତାହା ଦରକାର ପଡିପାରେ। ଏଥିସହ ରସିଦର ମୂଳ କପି ମଧ୍ୟ ପାଖରେ ରଖିବା ଜରୁରୀ।

ତେବେ ବାଇକ୍‌କୁ ପ୍ୟାକ କରିବାକୁ ଆପଣଙ୍କୁ ମାତ୍ର ୩୦୦ଟଙ୍କା ପଡିବ। ଦୂରତା ଅନୁଯାୟୀ ଏହା ଅଧିକ କିମ୍ବା କମ ହୋଇପାରେ। ବେଳେବେଳେ ଦୂରତା ଅନୁଯାୟୀ ଏହା ହଜାର ଟଙ୍କା ମଧ୍ୟ ପଡିପାରେ। ଏବେ ଆପଣଙ୍କ ବାଇକ୍‌ ଟ୍ରାନ୍ସପୋର୍ଟ ହେବାକୁ ପ୍ରସ୍ତୁତ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri