Posted inଖେଳ

କଳିଙ୍ଗ ସୁପର୍‌ କପ୍‌: ଇଷ୍ଟ ବେଙ୍ଗଲ ଚାମ୍ପିୟନ୍‌

ଭୁବନେଶ୍ୱର, ୨୯।୧, (ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ରହିବା ଫଳରେ ଅତିରିକ୍ତ ସମୟରେ କ୍ଲେଟନ୍‌ ସିଲ୍‌ଭାଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)କୁ ୩-୨ଗୋଲରେ ପରାସ୍ତ କରିବାସହ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଇଷ୍ଟବେଙ୍ଗଲ। ଇଷ୍ଟବେଙ୍ଗଲ ପକ୍ଷରୁ ନନ୍ଦ କୁମାର ଶେକର (୫୨ ମିନିଟ) ଓ କ୍ଲେଟନ୍‌ ସିଲ୍‌ଭା (୬୦ ଓ ୧୧୧ ମିନିଟ)ରେ ୨ଟି ଗୋଲ ଦେଇଥିବାବେଳେ ଓଏଫ୍‌ସି ପକ୍ଷରୁ ୩୭ତମ ମିନିଟରେ ଡିଏଗୋ ମରିସିଓ ଓ ଅହମଦ ଜାହୋହ (୯୦+୬ ମିନିଟରେ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଫାଇନାଲ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବରେଯୋଗ ଦେଇଥିଲେ। ଉଭୟ ଦଳର ଖେଳାଳିଙ୍କୁ ଭେଟିବାସହ ପରିଚୟ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସୁପର କପ୍‌ ଭଳି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଓଡ଼ିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଟୁର୍ନାମେଣ୍ଟ ସହ ଜଡିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଉଭୟ ଦଳ ପ୍ରାରମ୍ଭରୁ ଆକ୍ରଣାତ୍ମକ ରଣନୀତି ସହ ଓହ୍ଲାଇଥିଲେ। ଓଏଫ୍‌ସି ଓ ଇଷ୍ଟବେଙ୍ଗଲ୪-୩-୩-୧କମ୍ବିନେଶନ ସହ ଓହ୍ଲାଇଥିଲେ। ପ୍ରଥମ ୨୦ ମିନିଟର ଖେଳ ସାଧାରଣତଃ ମିଡଫିଲ୍ଡରେ ରହିଥିଲା। ଇଷ୍ଟବେଙ୍ଗଲ ଖେଳାଳିଙ୍କୁ ଫାଉଲ୍‌ ମାରିବା କାରଣରୁ ୩୦ ମିନିଟରେ ରୟ କ୍ରିଷ୍ଣା ୟେଲୋ କାର୍ଡ ମିଳିଥିଲା। ୩୧ତମ ମିନିଟରେ ଇଷ୍ଟବେଙ୍ଗଲକୁ ଫ୍ରିକିକ୍‌ ମିଳିଥିବାବେଳେ କ୍ଲେଟନ୍‌ ସିଲ୍‌ଭାଙ୍କ ଶକ୍ତିଶାଳୀ ଶଟ୍‌କୁ ଅଟକାଇଥିଲେ ଲାଲଥୁମାଇୱାରାଲ୍‌ଟେ। ପରେ ଦୁଇଟି କର୍ନର ମିଳିଥିଲେହେ ଁରାଲ୍‌ଟେ ଏହାକୁ ଅଟକାଇଥିଲେ। ୩୪ ମିନିଟରେ ଇଷ୍ଟବେଙ୍ଗଲ ଫରୱାର୍ଡଙ୍କ ଫାଉଲ୍‌ କାରଣରୁ ଓଏଫ୍‌ସିକୁ ଫ୍ରିକିକ୍‌ ମିଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରି ନ ଥିଲେ। ତେବେ ୩୭ତମ ମିନିଟରେ ଓଏଫ୍‌ସି ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଡିଏଗୋ ମରିସିଓ। ଅହମଦ୍‌ ଜାହୋହଙ୍କୁ ମିଳିଥିବା ଫ୍ରିକିକ୍‌କୁ ଗୋଲରେ ପରିଣତ କରିଥିଲେ। ଏହାର ୨ ମିନିଟ ମଧ୍ୟରେ ଇଷ୍ଟବେଙ୍ଗଲ ନିକଟରେ ସ୍କୋରକରିବାରସୁଯୋଗ ଥିଲା। ତେବେ କ୍ଲେଟନ୍‌ ସିଲ୍‌ଭାଙ୍କ ଶଟ୍‌ ପୋଷ୍ଟ ବାହାରକୁଚାଲି ଯାଇଥିଲା। ପ୍ରଥମାର୍ଦ୍ଧରେ ଓଏଫ୍‌ସି ୧-୦ରେ ଆଗୁଆ ରହିଥିଲା।
ପ୍ରଥମାର୍ଦ୍ଧ ପରେ ଇଷ୍ଟବେଙ୍ଗଲ ଘନ ଘନ ଆକ୍ରମଣ କରିଥିଲା। ପୂର୍ବତନ ଓଏଫ୍‌ସି ଫରୱାର୍ଡ ଖେଳାଳି ନନ୍ଦ କୁମାର ଶେକର ୫୨ ତମ ମିନିଟରେ ଗୋଲ ଦେଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ଓଏଫ୍‌ସି ଡିଫେଣ୍ଡରଙ୍କ ତ୍ରୁଟିର ଫାଇଦା ଉଠାଇ ଶେକର ସ୍କୋର କରିଥିଲେ। ୬୦ତମ ମିନିଟରେ ଓଏଫ୍‌ସି ଡିଫେଣ୍ଡର ମୋର୍ଟାଡା ଫଲ୍‌ ଏକ ଫାଉଲ୍‌ ମାରିଥିଲେ। ଏଥିରୁ ମିଳିଥିବା ସ୍ପଟ୍‌ କିକ୍‌କୁ ଗୋଲରେ ପରିଣତ କରିବା ସହ କ୍ଲେଟନ୍‌ ସିଲ୍‌ଭା ଇଷ୍ଟବେଙ୍ଗଲକୁ ୨-୧ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧର ଅନ୍ତିମ ୨୦ ମିନିଟ୍‌ ଇଷ୍ଟବେଙ୍ଗଲ ପକ୍ଷରୁ ଖେଳକୁ ବିଳମ୍ବିତ କରାଯିବାକୁ ପ୍ରୟାସ କରାଯାଉଥିଲା। ତେବେ ୯୦+୬ ମିନିଟରେ ଗୋଲକିପର ପ୍ରଭସୁଖରନ୍‌ଗିଲ୍‌ ଫାଉଲ ମାରିବା କାରଣରୁ ଓଏଫ୍‌ସିକୁ ଏକ ସ୍ପଟ୍‌କିକ୍‌ ମିଳିଥିଲା। ଅହମଦ ଜାହୋହ ଫ୍ରିକିକ୍‌ରୁ ସ୍କୋର କରିବାସହ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟର ପ୍ରଥମ ୧୫ ମିନିଟରେ ଓଏଫ୍‌ସି ପକ୍ଷରୁ ରକ୍ଷଣାତ୍ମକ ପ୍ରଦର୍ଶନ କରାଯାଇଥିଲା। ୧୦୦ ତମ ମିନିଟରେ ଇଷ୍ଟବେଙ୍ଗଲର ସୌଭିକ ଚକ୍ରବର୍ତ୍ତୀଙ୍କୁ ରେଡ୍‌କାର୍ଡ ମିଳିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ ୧୫ ମିନିଟରେ କ୍ଲେଟନ୍‌ସିଲ୍‌ଭା(୧୧୧ ମିନିଟରେ) ବ୍ୟକ୍ତିଗତ ଦ୍ୱିତୀୟଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri