Posted inଜାତୀୟ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ: ପୁଣି ଧର୍ମେନ୍ଦ୍ର-ପ୍ରଣବ କଥା କଟାକଟି

ଭୁବନେଶ୍ୱର, ୨୨।୧ (ଅସମାପିକା ସାହୁ): କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ପ୍ରସଙ୍ଗ ନେଇ ପୁଣି ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଯେଉଁମାନେ ପାରଦର୍ଶିତାର ଡିଣ୍ଡିମ ପିଟୁଛନ୍ତି, ସେମାନଙ୍କୁ ଉତ୍ତର ଦେବାକୁ ପଡ଼ିବ। ୨୦ହଜାର ଚାକିରି ନିଯୁକ୍ତି ବେଳେ କାହିଁକି ଏ ଅବ୍ୟବସ୍ଥା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା ଏନ୍‌ଟିଏ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏନ୍‌ଟିଏ ସଂସ୍ଥା ତିଆରି କରାଯାଇଛି। କିନ୍ତୁ ଶିକ୍ଷକ ନିଯୁକ୍ତିରେ ସମ୍ପୃକ୍ତ ସଂସ୍ଥା ‘ଏଡସିଲ’ର କାମ ନୁହେଁ ଇଣ୍ଟରଭ୍ୟୁ ଆଦି କାର୍ଯ୍ୟ କରିବା। ପୂର୍ବରୁ ଏଡସିଲକୁ ନେଇ ଅଭିଯୋଗ ଆସିଥିଲା, କାର୍ଯ୍ୟାନୁଷ୍ଠାନ ନେଇଥିଲି। ଏଏସ୍‌ଓ ପରୀକ୍ଷାରେ କ’ଣ ହେଲା, ସେତେବେଳେ ତ ଏଡସିଲ ନ ଥିଲା। ଚାକିରି ପାଇଁ ପରୀକ୍ଷା କଲ, ପରୀକ୍ଷା ପରେ ସର୍ତ୍ତ ବଦଳାଇ ଦେଲ। ଓପିଏସ୍‌ସି ଅଧିକାରୀଙ୍କ ଦୁର୍ନୀତି ଧରାପଡ଼ିଲା, ଦଣ୍ଡର ବାହାନା କଲ। ମୁଁ ଏବେ ଶୁଣୁଛି ପୁନଃନିଯୁକ୍ତି ପ୍ରମୋଶନ ଦିଆଯାଇଛି। ତେଣୁ ଓଡ଼ିଆ ପିଲାମାନଙ୍କ ସ୍ବାର୍ଥ ସାଙ୍ଗରେ କେହି ନ ଖେଳିବା ଉଚିତ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେପଟେ ଧର୍ମେନ୍ଦ୍ରଙ୍କ କଥାର କଡ଼ା ଜବାବ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଏଡସିଲ ସଂସ୍ଥା ଆପଣଙ୍କ ମନ୍ତ୍ରଣାଳୟ ଅଧୀନରେ ଆସୁଛି ନା ନାହିଁ? ଉକ୍ତ ସଂସ୍ଥା ଭୁବନେଶ୍ୱର ଏମ୍ସ, ଭାରତୀୟ ସେନା, କୋଲ୍‌ ଇଣ୍ଡିଆ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ, ଇଣ୍ଟେଲିଜେନ୍ସ ବ୍ୟୁରୋ, କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ପାଇଁ ନିଯୁକ୍ତି ପରୀକ୍ଷା କରିଛି କି ନାହିଁ? ଯଦି ଏଡସିଲ ଭୁଲ୍‌ କରିଥିଲା ତେବେ କ’ଣ ଆକ୍ସନ ନେଇଛନ୍ତି? ଏହାକୁ ବ୍ଲାକ୍‌ ଲିଷ୍ଟେଡ୍‌ କରିବାକୁ ପଦକ୍ଷେପ ନେଲେନି କି? ଏଡସିଲ ଭାରତୀୟ ସେନା ଏବଂ ଅଗ୍ନିବୀର ପାଇଁ ନିଯୁକ୍ତି ପରୀକ୍ଷା କରିଛି। ଏହି ସଂସ୍ଥା ଜରିଆରେ ବହୁ ସଂଖ୍ୟାରେ ଯବାନ ନିଯୁକ୍ତି ପାଇଛନ୍ତି ଓ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ହେଲେ ନିଜ ରାଜନୈତିକ ସ୍ବାର୍ଥ ପାଇଁ ଆଜି ଆପଣ କେବଳ ନିଜ ସଂସ୍ଥାର ସ୍ବଚ୍ଛତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିନାହାନ୍ତି, ବରଂ ଦେଶର ସୁରକ୍ଷାକୁ ମଧ୍ୟ କାଠଗଡ଼ାକୁ ଟାଣି ଆଣିଛନ୍ତି। ପ୍ରଣବ ଆହୁରି ମଧ୍ୟ କହିଛନ୍ତି, ନ୍ୟାଶନାଲ ଟେଷ୍ଟିଙ୍ଗ ଏଜେନ୍ସି କ’ଣ କରେ, ତାହା ଗୋଟେ ଛୁଆକୁ ପଚାରିଲେ ବି ସେ କହିଦେବ। ଏହି ସଂସ୍ଥା ନିଯୁକ୍ତି ପରୀକ୍ଷା କରେନାହିଁ, କେବଳ ଏଣ୍ଟ୍ରାନ୍ସ ପରୀକ୍ଷା ପରିଚାଳନା କରିଥାଏ। ଦେଶର ଶିକ୍ଷାମନ୍ତ୍ରୀ ଥାଇ ମଧ୍ୟ ଆପଣ ଏକଥା ଜାଣିନାହାନ୍ତି, ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କ’ଣ ହୋଇପାରେ। ଆଇନା ଆଗରେ ନିଜ ମୁହଁ ଦେଖିଲା ବେଳେ ଆପଣଙ୍କୁ କିଭଳି ଲଜ୍ଜା ଲାଗୁନାହିଁ ବୋଲି ପ୍ରଣବ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏହାପୂର୍ବରୁ ସକାଳେ ମଧ୍ୟ ତିନି ରାଜନୈତିକ ଦଳର ନେତାମାନେ ଗଣମାଧ୍ୟମରେ ପରସ୍ପରକୁ ଟାର୍ଗେଟ କରିଥିଲେ। ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଥିଲେ, ଓଡ଼ିଶାରେ ମାହାଲ ମାଣ୍ଡା ସରକାର ଚାଲିଥିବାରୁ ରାଜ୍ୟର ଯୋଗ୍ୟ ନିଯୁକ୍ତି ଆଶାୟୀ ଯୁବତୀଯୁବକ ଏହି ଚାକିରି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ କଲେ, ସେତେବେଳେ ମାହାଲ ମାଣ୍ଡା କେମିତି ଆସିଲେ, ମାହାଲ ମାଣ୍ଡା-ପ୍ରୋ କେମିତି ଆସିଲେ ବୋଲି ଭାଜପା ପ୍ରଶ୍ନ କରିଛି। ସେପଟେ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଥିଲେ, ଯେହେତୁ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସି କରାଉଥିଲା, ପ୍ରଥମେ ଭାଜପା ସ୍ପଷ୍ଟୀକରଣ ରଖୁ। ଅନ୍ୟପଟେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ନିର୍ବାଚନ ଆଉ ମାତ୍ର ୩ ମାସ ରହିଲା। କିଏ ଫେକ୍‌ ତାହା ଓଡ଼ିଶାବାସୀ ଜାଣିଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଜବାବ ଦେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri