Odisha Elections 2024

ଅର୍ଜୁନ ପୁରସ୍କାର ବିଜେତା ଡିଏସ୍‌ପିଙ୍କୁ ଗୁଳିକରି ହତ୍ୟା, କେନାଲ ନିକଟରେ ପଡ଼ିଛି ମୃତଦେହ

ଜଳନ୍ଧର,୨।୧: ପଞ୍ଜାବର ଜଳନ୍ଧର ଜିଲା ଅନ୍ତର୍ଗତ ଏକ କେନାଲ ନିକଟରୁ ଜଣେ ଡିଏସ୍‌ପିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମର୍ନିଂ ଓ୍ବାକ୍‌ କରିବାକୁ ଯାଇଥିବା କିଛି ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ତାଙ୍କର ପରିଚୟ ମିଳିଛି। ସେ ପଞ୍ଜାବ ସଶସ୍ତ୍ର ପୋଲିସ(ପିଏପି) ସାଙ୍ଗରୁରରେ ପୋଷ୍ଟ କରାଯାଇଥିବା ଡିଏସ୍‌ପି ଦଲବୀର ସିଂହ ଦେଓଲ ବୋଲି ଜଣାପଡ଼ିଛି। ତାଙ୍କ ବେକରେ ଗୋଟିଏ ଗୁଳି ଫସି ରହିଥିବା ଦେଖାଯାଇଛି। ପୋଲିସ ଗୁଳିକରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି।

ଡିଏସପି ଦଲବୀର ସିଂ ଦେଓଲ ଭାରୋତ୍ତୋଳନରେ ଏସିଆନ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ଏବଂ ପରେ ୨୦୦୦ ରେ ଅର୍ଜୁନ ପୁରସ୍କାର ପାଇଥିଲେ। ଦେଓଲଙ୍କୁ କେହି ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। କାରଣ ଡିସେମ୍ବର ୧୬ ରେ ଇବ୍ରାହିମ ଖାନ ବସ୍ତି ବାସିନ୍ଦାଙ୍କ ସହ ତାଙ୍କର ଝଗଡା ହୋଇଥିଲା। ସେ ନିଶାସକ୍ତ ଅବସ୍ଥାରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣାରେ ଦେଓଲଙ୍କୁ କିଛି ସମୟ ପାଇଁ ଅଟକ ରଖାଯାଇଥିଲା, କିନ୍ତୁ ପରଦିନ ଦୁଇ ଦଳ ମଧ୍ୟରେ ସମାଧାନ ହେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଏବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ଚାରିଆଡୁ ତଦନ୍ତକୁ ଜୋରଦାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରଷ୍ଟାଚାରୀଙ୍କୁ ବାହାରେ ରହିବାକୁ ଦେବି ନାହିଁ: ମୋଦି

କୋଲକାତା,୧୯।୫: ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପୁରୂଲିଆରେ ପହଞ୍ଚିଥିଲେ। ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି...

ପ୍ରଜ୍ଜ୍ୱଳ ରେଭନ୍ନାଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ୍‌, ଫେରାର ଅଛନ୍ତି ଅଭିଯୁକ୍ତ ଏମ୍‌ପି

ନୂଆଦିଲ୍ଲୀ, ୧୯।୫: ଲୋକ ସଭା ଏମ୍‌ପି ପ୍ରଜ୍ଜ୍ୱଳ ରେଭନ୍ନା ଯୌନ ଉତ୍ପୀଡ଼ନ ସହ ଜଡ଼ିତ ଭିଡିଓ ଭାଇରାଲ ହେବା ପରେ ଫେରାର ହୋଇଛନ୍ତି। ଏବେ ଏକ...

ନିର୍ବାଚନ ମଧ୍ୟରେ ରଶ୍ମିକାଙ୍କ ଉପରେ କାହିଁକି ରାଗିଲା କଂଗ୍ରେସ?

ନୂଆଦିଲ୍ଲୀ,୧୯।୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ଅଟଳ ବିହାରୀ ବାଜପେୟୀ ସେୱ୍ରି-ନଭା ଶେଭା ଅଟଳ ସେଟୁ’ର ଏକ ପ୍ରମୋସନାଲ ଭିଡିଓ ପୋଷ୍ଟ କରିଥିବାରୁ ଅଭିନେତ୍ରୀ ରଶ୍ମିିକା...

ଆଇସକ୍ରିମ ମ୍ୟାନ ରଘୁନନ୍ଦନ କମାଥଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୫: ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ କମାଥ ଆଉ ଆମ ମଧ୍ୟରେ ନାହାଁନ୍ତି। ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ...

କେଜରିଓ୍ବାଲଙ୍କ ଘରୁ ସିଲ ବନ୍ଦ ବାକ୍ସ ଧରି ବାହାରିଲା ପୋଲିସ

ନୂଆଦିଲ୍ଲୀ,୧୯।୫: ଏଏପି ଏମପି ଶ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ସଂପର୍କରେ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ କଜେରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳରୁ...

ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା

ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ...

ହାଇଭୋଲ୍‌ଟେଜ୍‌ ଡ୍ରାମାର ନୀରବତା ଭାଙ୍ଗିଲେ କେଜ୍‌ରିଓ୍ବାଲ, କହିଲେ…

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି, ରାଜନୈତିକ କାର୍ଯ୍ୟକଳାପ ଚରମସୀମାରେ ରହିଛି। କିନ୍ତୁ ଗତ ୩-୪ ଦିନ...

ପ୍ରେମ ପାଇଁ କାଙ୍ଗାଳ ହେଲେ କୋଟିପତିଙ୍କ ପୁଅ, ହରାଇଲେ ୭୦ କୋଟି ଟଙ୍କାର ସମ୍ପତ୍ତି

ଜୟପୁର,୧୯ା୫: ରାଜସ୍ଥାନର ଏଆର୍‌ଏଲ ଗ୍ରୁପ ଏବଂ ଅକ୍ଷତ ବିଲଡର୍ସଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା କରାଯାଇଥିବା ଚଢ଼ାଉରେ ପ୍ରିୟଜନଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା ଘଟଣା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri