କେନ୍ଦୁଝର ପାଲଟିଛି ମୁକ୍ତାକାଶ ହାତୀ ସଫାରୀ

କେନ୍ଦୁଝର,୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହିଛି। ଏକଦା ଜଙ୍ଗଲରେ ରହୁଥିବା ହାତୀପଲ ଗତ କିଛିବର୍ଷ ହେଲା ଜଙ୍ଗଲ ବାହାରେ ମୁକ୍ତାକାଶରେ ବୁଲୁଛନ୍ତି। ଅବାଧରେ ରାସ୍ତା ପାର୍‌ ହେଉଛନ୍ତି। ରାସ୍ତା ପାର୍‌ ସମୟରେ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଉଛି। ରାସ୍ତା ପାର୍‌ ହେବା ସମୟରେ ହାତୀପଲଙ୍କ ଧାଡ଼ି ଦେଖିବାକୁ ଭିଡ଼ ଜମିଯାଏ। ପଥଚାରୀମାନେ ଗାଡ଼ିରୁ ଓହ୍ଲାଇ ଦୂରରୁ ହାତୀମାନଙ୍କୁ ଦେଖି ବେଶ ଆନନ୍ଦ ନେଇଥାନ୍ତି। ସେହିପରି ଚାଷଜମିରେ ହାତୀମାନଙ୍କ ବିଚରଣ ମଧ୍ୟ ଏକ ନିଆରା ଦୃଶ୍ୟ ସୃଷ୍ଟି କରିଥାଏ। ଯଦିଓ ହାତୀମାନେ ଫସଲ ନଷ୍ଟ କରୁଥିବାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଥାଆନ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ମିଳୁ ନ ଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

ସେହିପରି ଧନ ଓ ଜୀବନର ସୁରକ୍ଷା ପାଇଁ ଗ୍ରାମବାସୀ ହାତୀମାନଙ୍କୁ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମ ଓ ଜଙ୍ଗଲକୁ ଘଉଡ଼ାଇଥାନ୍ତି। ତେବେ ହାତୀପଲଙ୍କ ଦୌଡ଼ିବା ଦୃଶ୍ୟକୁ ଦୂରରୁ ଦେଖି ଅନେକ ଉପଭୋଗ କରିଥାନ୍ତି। ଏପରିକି ସହରାଞ୍ଚଳର ଲୋକମାନେ ହାତୀ ଦେଖିବାକୁ ଗ୍ରାମାଞ୍ଚଳକୁ ଧାଇଁ ଯାଆନ୍ତି। ଅନେକ ଫଟୋ ଓ ଭିଡିଓ ଉଠାଇ ଏବଂ କେତେକ ହାତୀ ସହ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିଥାନ୍ତି। ଅନେକ ଅଞ୍ଚଳରେ ହାତୀମାନଙ୍କ ନଦୀ, ପୋଖରୀ, ଡ୍ୟାମ୍‌ ଆଦିରେ ସ୍ନାନ କରିବାର ନିଆରା ଦୃଶ୍ୟ ଦେଖିବାକୁ ହାତଛଡ଼ା କରି ନ ଥାଆନ୍ତି। ହାତୀମାନେ ଦଳଦଳ ହୋଇ ବୁଲନ୍ତି ଓ ଗାଧୋଇ ଥାଆନ୍ତି। ବିଶେଷ ଦଳରେ ଥିବା ଛୁଆହାତୀ ଅନେକଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆକର୍ଷଣ ହୋଇଥାଏ। ହାତୀଛୁଆକୁ ଧରି ମା ଓ ଅନ୍ୟ ହାତୀମାନେ ଯେଉଁ ଭଳି ଭାବରେ ଚାଲିଥାନ୍ତି ତାହାର ଦୃଶ୍ୟ ବିମୋହିତ କରିଥାଏ। ଏଣୁ ଏହି ସବୁ ଦୃଶ୍ୟ ଦେଖିବାକୁ ଜିଲା ବାହାରୁ ମଧ୍ୟ ଅନେକ ଧାଇଁ ଆସୁଛନ୍ତି। ସତେ ଯେପରି ସମଗ୍ର ଜିଲା ପାଲଟିଛି ମୁକ୍ତାକାଶ ହାତୀ ସଫାରୀ। ବନ ବିଭାଗ ହାତୀ ଚଳପ୍ରଚଳ ଉପରେ ନଜର ରଖି ସମସ୍ତଙ୍କୁ ସଜାଗ କରିବା ସହ ରାସ୍ତା ପାର୍‌ ସମୟ ରେ ରାସ୍ତାରେ ଗାଡ଼ି ଅଟକାଇ ସେମାନଙ୍କୁ ସୁରକ୍ଷିତ ପାର କରିବା, ହାତୀ ପାଖକୁ ଯାଆନ୍ତୁ ନାହିଁ କିମ୍ବା ସେମାନଙ୍କୁ ହଇରାଣ ନ କରିବାକୁ ସଚେତନ କରୁଛନ୍ତି, ତେବେ ଅନେକ ସମୟରେ ଲୋକେ ହାତୀମାନଙ୍କ ପାଖକୁ ଯାଇ ହଇରାଣ କରି ମଜା ନେଇଥାନ୍ତି। ଫଳରେ ଆକ୍ରମଣର ଶିକାର ହୋଇଥାନ୍ତି। ବାରମ୍ବାର ହାତୀ ଦେଖି ଅନେକ ଆଉ ଭୟ ନ କରି ଅତି ନିକଟକୁ ଯାଇ ଫଟୋ ଉଠାଇ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରୁଛନ୍ତି। ଯାହାକୁ ନେଇ ବନ ବିଭାଗ ଚିନ୍ତା ବ୍ୟକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଜିଲାରେ ପାଖାପାଖି ଦେଢ଼ ଶହ ହାତୀ ବିଭିନ୍ନ ଅଞ୍ଚଳରେ ଦଳଦଳ ହୋଇ ବୁଲୁଛନ୍ତି। କେଉଁଠି ହାତୀ ଗ୍ରାମ ଭିତରେ ପଶି ଗାଁ ଦାଣ୍ଡରେ ବୁଲୁଛନ୍ତି, ତ କେଉଁଠି ଖାଦ୍ୟ ପାଇଁ ଚାଷଜମିରେ ପଶୁଛନ୍ତି ଓ ପିଇବା ଓ ଗାଧୋଇବା ପାଇଁ ଜଳାଶୟରେ ପଶୁଛନ୍ତି। କେତେକ ସ୍ଥାନରେ ରାତିରେ ନିଆଁହୁଳା ଧରି, ବାଜା ବଜାଇ କିମ୍ବା ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼ାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri