ଆଜିଠୁ ନାଟମଣ୍ଡପ ମରାମତି

ପୁରୀ,୧୭ା୧୧(ଅଜିତ୍‌ ମହାନ୍ତି): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପର ମରାମତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାରଠାରୁ ବିଧିବଦ୍ଧ ଭାବେ ଏଏସ୍‌ଆଇ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍‌ଆଇକୁ ଏନ୍‌ଓସି ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯିବ। ତା’ପରେ ନାଟମଣ୍ଡପରେ ଫାଟ ଥିବା ବିମ୍‌କୁ ଯାଞ୍ଚ କରାଯିବ। ଏଏସ୍‌ଆଇର ସ୍ବତନ୍ତ୍ର ଟେକ୍ନିକାଲ ଟିମ୍‌ ବିମ୍‌ ମରାମତି କରିବ। ବିମ୍‌ ତଳେ ଲୁହାଭାରା ବାନ୍ଧି ଷ୍ଟେଜିଂ କରାଯିବ ବୋଲି ସୂଚନା ମିଳିଛି।
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ହାଇକୋର୍ଟ ଏଏସ୍‌ଆଇକୁ ସମାଲୋଚନା କରିବା ସହ ଗୁରୁବାରଠାରୁ କାର୍ଯ୍ୟ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ ଏବଂ ଏଏସ୍‌ଆଇ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ପ୍ରଶାସକ ଦାସ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ନାଟମଣ୍ଡପ ଓ ରତ୍ନପଲଙ୍କ ମରାମତି, ପ୍ରଭା ନିର୍ମାଣ, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନାଟମଣ୍ଡପ ମରାମତି କାର୍ଯ୍ୟ କରିବା ପାଇଁ ଏଏସ୍‌ଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନ୍‌ଓସି ଦିଆଗଲା। ଶୁକ୍ରବାରଠାରୁ ଏଏସ୍‌ଆଇ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ। ଗରୁଡ଼ସ୍ତମ୍ଭ ନିକଟରୁ କାର୍ଯ୍ୟ ଆରମ୍ଭ ହେବ। ଯେଉଁଠାରେ କ୍ରାକ୍‌ ବା ଫାଟ ରହିଛି ସେଗୁଡ଼ିକୁ ଅନୁଧ୍ୟାନ କରାଯିବ। ଯେଉଁ ସବୁ ସ୍ଥାନରେ କାର୍ଯ୍ୟ ହେବ, ସେଠାରେ ଲୁହାଭାରା ବନ୍ଧାଯାଇ ଷ୍ଟେଜିଂ କରାଯିବ। ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ କାର୍ତ୍ତିକ ନୀତି ଓ ଭକ୍ତଙ୍କ ପ୍ରବଳ ସମାଗମ ଥିବାରୁ କାର୍ଯ୍ୟ କରିବା ପାଇଁ ୬ଘଣ୍ଟା ସମୟ ନ ମିଳିପାରେ। ସେମାନେ ସୁବିଧା ଦେଖି କାର୍ଯ୍ୟ କରିବେ। କାର୍ତ୍ତିକ ମାସ ପରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ। କାର୍ଯ୍ୟ ସମୟରେ ଯେପରି ନୀତି ପ୍ରଭାବିତ ନ ହେବ ଏବଂ ଭକ୍ତ ଓ ସେବାୟତମାନଙ୍କର କିଛି ସମସ୍ୟା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଭକ୍ତଙ୍କୁ ନିୟନ୍ତ୍ରଣ କରିବା ସହ କେଉଁ ସମୟରେ କାର୍ଯ୍ୟ କରାଯାଇପାରିବ ସେ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁପରଭାଇଜରଙ୍କୁ ଦାୟିତ୍ୱ ଦିଆଯାଇଛି। ଟେକ୍ନିକାଲ ଟିମ୍‌ ଓ ସେବକ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ କରାଯିବ। ୨୪ ତାରିଖରେ ଏଏସ୍‌ଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସ୍ଥିତି ଦେଖି ସମୟ ଅନୁଯାୟୀ କାର୍ଯ୍ୟ କରାଯିବ। ବର୍ତ୍ତମାନ ଗୋଟିଏ କ୍ରାକ୍‌ ଥିବା ଜଣାପଡ଼ିଛି। କାର୍ଯ୍ୟ ହେବା ପରେ ବିସ୍ତୃତ ଭାବେ ଜଣାପଡ଼ିବ କେତେ କ’ଣ କ୍ରାକ୍‌ ହୋଇଛି। ସେହି ଅନୁସାରେ କାର୍ଯ୍ୟ ହେବ। ସେହିପରି ଶ୍ରୀବିଗ୍ରହମାନଙ୍କର ରତ୍ନପଲଙ୍କଗୁଡ଼ିକ ବହୁ ପୁରୁଣା ହୋଇଥିବାରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ତେଣୁ ସେଗୁଡ଼ିକୁ ମରାମତି କରାଯିବାକୁ ନିଷ୍ପତ୍ତି ହୋଇଛି। ନୂତନ ଭାବେ ନିର୍ମାଣ ଲାଗି ମଧ୍ୟ ଅନୁମୋଦନ କରାଯାଇଛି। ଶୁକ୍ରବାରଠାରୁ ରତ୍ନପଲଙ୍କ ତିଆରି ହେବ। ୩ଟି ନୂଆ ରତ୍ନପଲଙ୍କ ବର୍ମାଟିକ୍‌ କାଠରେ ନିର୍ମାଣ କରାଯିବ। ଏଥିପାଇଁ କାଠ ଉପଲବ୍ଧ ଅଛି। ଲାଗିବାକୁ ଥିବା ରୁପାଗୁଡ଼ିକୁ ଜଣେ ଦାତା ଦେଇଛନ୍ତି। ଏହାଛଡ଼ା ରତ୍ନପଲଙ୍କରେ ଥିବା ହାତୀଦାନ୍ତକୁ ମରାମତି କରାଯାଇ ପୁନଃବ୍ୟବହାର କରାଯିବ। ଆସନ୍ତା ଓଡ଼ିିଆ ନବବର୍ଷ ତଥା ପଣାସଂକ୍ରାନ୍ତିଠାରୁ ମହାପ୍ରଭୁ ନୂତନ ରତ୍ନପଲଙ୍କରେ ଶୟନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଚଳନ୍ତି ପ୍ରତିମା ମଦନମୋହନ, ମାଧବ, ନାରାୟଣ, ଅମାବାସ୍ୟା ନାରାୟଣ, ଶୟନ ଠାକୁରଙ୍କ ସମେତ ଶ୍ରୀଦେବୀ ଓ ଭୂବେଦୀଙ୍କ ପ୍ରଭାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ତେଣୁ ପ୍ରଭା ନିର୍ମାଣ ମଧ୍ୟ କରାଯିବ। ଚନ୍ଦନଯାତ୍ରା ପୂର୍ବରୁ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷରେ ଦିବ୍ୟାଙ୍ଗ ଭକ୍ତମାନେ ଦାରୁଦିଅଁଙ୍କ ଦର୍ଶନ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ପ୍ରତ୍ୟେକ ଦିନ ୩୦ରୁ ୪୦ ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ସେମାନଙ୍କୁ କାର୍ଯ୍ୟାଳୟ ଠାରୁ ଚେୟାର ସାହାଯ୍ୟରେ ଦର୍ଶନ ପାଇଁ ନିଆଯାଉଛି। ତେବେ ଶ୍ରୀଜଗନ୍ନାଥ ରିସେପଶନ୍‌ ସେଣ୍ଟର ହେଲେ ବସିବା ସହ ଅଧିକ ସୁବିଧା ମିଳିବ। ଅନ୍‌ଲାଇନ ରେଜିଷ୍ଟ୍ରେଶନ କରାଯିବ। ଦିବ୍ୟାଙ୍ଗ ଭକ୍ତଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ହୁଇଲ ଚେୟାର ଯୋଗେ ନିଆଯିବ। ସେଠାରୁ ର଼୍ୟାମ୍ପ୍‌ ଯୋଗେ ଭିତରଦ୍ୱାର ଯାଏ ନିଆଯିବ। ପାଟଅଗଣାରେ ହୁଇଲ୍‌ଚେୟାର ଗଡ଼ିପାରିବ ନାହିଁ, ତେଣୁ ପାଟଅଗଣାଠାରୁ ପଲି କାର୍ବୋନେଟ୍‌ ସ୍ବତନ୍ତ୍ର ବ୍ୟବସ୍ଥା ଯୋଗେ ନିଆଯିବ। ଦିବ୍ୟାଙ୍ଗ ଭକ୍ତମାନେ ଜୟବିଜୟ ଦ୍ୱାରଠାରୁ ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ୧୦ରୁ ୧୧ଟା ଓ ଅପରାହ୍ନ ୩.୩୦ରୁ ୪ଟା ମଧ୍ୟରେ ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଅନ୍‌ଲାଇନ ମାଧ୍ୟମରେ ମଧ୍ୟ ପଞ୍ଜୀକରଣ କରିପାରିବେ ଦିବ୍ୟାଙ୍ଗ ଭକ୍ତ। ଭୋଗ ସମୟରେ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଛି। ତେବେ ଏନେଇ ଛତିଶା ନିଯୋଗରେ ଆଲୋଚନା କରାଯିବା ପରେ ବିଧିବଦ୍ଧ ଭାବେ ତାହା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri