କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରାଏ ଭିଟାମିନ୍‌-ଡି

ଏକ ଅନ୍ତଃରାଷ୍ଟ୍ରୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରିଥାଏ। ଏହାର ଗବେଷଣା ହାର୍ଭାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଦ୍ୱାରା କରାଯାଇଥିଲା। ଯଦିଓ ଏହି ଭିଟାମିନ୍‌ ଆହାର ମାଧ୍ୟମରେ ସହଜରେ ପ୍ରାପ୍ତି ହୋଇ ନ ଥାଏ, ତେଣୁ ଚିକିତ୍ସକ ଭିଟାମିନ୍‌ର ସପ୍ଲିମେଣ୍ଟ୍‌ ସେବନ ପାଇଁ ପରାମର୍ଶ ଦେଇଥାନ୍ତି। ବୃହଦନ୍ତ୍ର କ୍ୟାନସର୍‌(କୋଲୋନ୍‌) ଏବଂ ମଳାଶୟ କ୍ୟାନସର୍‌(ରେକ୍ଟାଲ୍‌) ଏକସଙ୍ଗେ ହେଉଥିବାରୁ ଏହାକୁ କୋଲୋରେକ୍ଟାଲ୍‌ କ୍ୟାନସର୍‌ କୁହାଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ସିଡିସି ମତରେ, ଫୁସ୍‌ଫୁସ୍‌ କ୍ୟାନସର୍‌ ପରେ ବିଶ୍ୱସ୍ତରରେ ଏହା ଦ୍ୱିତୀୟ ସବୁଠୁ ସାଧାରଣ କ୍ୟାନସର୍‌। ଗବେଷଣାରେ ୫୭୦୦ ଜଣ କୋଲୋରେକ୍ଟାଲ୍‌ କ୍ୟାନସର୍‌ ପୀଡ଼ିତଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କଠାରେ ଭିଟାମିନ୍‌ ଡି’ର ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହୋଇଥିଲା। ୫ ବର୍ଷର ପ୍ରୟାସ ପରେ ଏମାନଙ୍କ ଶରୀରରେ ଭିଟାମିନ୍‌ ଡି’ର ମାତ୍ରା ଉଚ୍ଚସ୍ତରକୁ ଅଣାଯାଇଥିଲା। ପରେ ଦେଖାଗଲା, ୩୧ ପ୍ରତିଶତ ମାମଲାରେ ଏହି ରୋଗର ପ୍ରଭାବ ହ୍ରାସ ପାଇଥିଲା। ଆକଳନରୁ ଜଣାପଡ଼ିଛି, ମହିଳାଙ୍କଠାରେ ଏହି ରୋଗର ଆଶଙ୍କା ୪.୨ ପ୍ରତିଶତ ଥିବାବେଳେ ପୁରୁଷଙ୍କଠାରେ ୪.୫ ପ୍ରତିଶତ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri