ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଝିଅ-ନାତି ମୃତ, ଅଜା ଗୁରୁତର

ଖଲ୍ଲିକୋଟ,୨୦ା୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଦୁଇ ମୃତ ଏବଂ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଭଗି ନାହାକ(୬୮)ଙ୍କ ନୂତନ ଗୃହ ନିର୍ମାଣ ହେଉଥିବା ବେଳେ ଲୁହା ଛଡ଼ଗୁଡିକ ବାହାର କରିବା ସମୟରେ ନିକଟରେ ବିପଦପୂର୍ଣ୍ଣ ଭାବେ ଥିବା ବିଦ୍ୟୁତ୍‌ ସଂଯୋଗରେ ପ୍ରଥମେ ଭଗିଙ୍କ ଝିଅ ନିବାସୀ ପାହାନ(୪୨) ଲାଗି ଯାଇଥିଲେ। ତାଙ୍କୁ ଛଡ଼ାଇବାକୁ ଯାଇ ନିବାସୀଙ୍କ ପୁଅ ଜିତୁ (୨୪)ଙ୍କୁ କରେଣ୍ଟ ଲାଗିଥିଲା। ପରେ ପାଟି ଶୁଣି ଝିଅ ଏବଂ ନାତିଙ୍କୁ ଉଦ୍ଧାର କରିବା ପାଇଁ ଆସି ବିଦ୍ୟୁତ୍‌ ଝଟକା ଖାଇଥିଲେ। ପରେ ପଡ଼ୋଶୀ ଆସି ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲ ପଠାଇଥିଲେ। ଡାକ୍ତର ମା’ ଏବଂ ପୁଅକୁ ମୃତ ଘୋଷଣା କରିଥିବା ବେଳେ ଭଗିଙ୍କୁ ବ୍ରହ୍ମପୁର ପଠାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri