ଭିନ୍ନ ସ୍ବର: ଭିନ୍ନ ଯନ୍ତ୍ରଣା

ଡ. ନିର୍ମଳ ଚନ୍ଦ୍ର ଶୁରଦେଓ

ବର୍ତ୍ତମାନ ଆମେ ଆଉ ଆମର ହୋଇ ରହିନାହୁଁ। ପରିବେଶ, ପରିସ୍ଥିତି ଓ ସାମାଜିକ ବ୍ୟବସ୍ଥା ଆମକୁ ଧୀରେ ଧୀରେ ଗ୍ରାସ କରି ସାରିଲାଣି। ଆମେ ଏହାରି ସ୍ଥିତିରେ ହିଁ ଗତି କରୁଛୁ। ଭଲ କଥାଟିଏ ଅବା କାର୍ଯ୍ୟଟିଏ ସହଜରେ କରିପାରୁନା। ଏଥିପାଇଁ ଆମ ଚତୁଃପାର୍ଶ୍ୱରେ ରାବଣମାନେ ଜଗି ବସିଛନ୍ତି। ଏମାନେ ଚାହାନ୍ତି ଆମ ମତ, ଧର୍ମଭାବନା ବିରୋଧରେ କେହି କେବେହେଲେ ସ୍ବର ଉଠାନ୍ତୁ ନାହିଁ। ସେପରି କିଛି କାର୍ଯ୍ୟ କରନ୍ତୁ ନାହିଁ।
ଭାରତବର୍ଷରେ ସବୁ ଧର୍ମ ସମାନ। ଏଠାରେ ହିନ୍ଦୁ, ଇସଲାମ୍‌, ଶିଖ୍‌, ବୌଦ୍ଧ, ଜୈନ ଆଦି ପ୍ରତ୍ୟେକ ଧର୍ମର ଲୋକେ ବାସକରନ୍ତି। ଆମ ସମ୍ବିଧାନ ବ୍ୟବସ୍ଥାରେ ମଧ୍ୟ ସବୁ ଧର୍ମକୁ ସମାନ ଅଧିକାର ପ୍ରଦାନ କରାଯାଇଛି। ଗୋଟିଏ ଉନ୍ନତ ଭାଇଚାରାର ଦେଶ ହେଉଛି ଭାରତ। ଏଠାରେ ମୁସଲମାନ ମଧ୍ୟ ଦଶହରା ପର୍ବ ପାଳନ କରନ୍ତି ଏବଂ ରମ୍‌ଜାନ ଓ ଇଦ୍‌ରେ ମୁସଲମାନ ମଧ୍ୟ ନିମନ୍ତ୍ରଣ କରିଥାନ୍ତି ହିନ୍ଦୁମାନଙ୍କୁ। ତଥାପି ମଧ୍ୟ ଗୋଷ୍ଠୀ ବିବାଦ, ଦଳୀୟ ଚିନ୍ତାଧାରାରେ ଆଜି ଆମେ ବାନ୍ଧି ହୋଇଯାଇଛେ। କେଉଁଠି କେଉଁଠି ଏଥିଯୋଗୁ ଅନେକ ଜୀବନ ଓ ଧନ ସମ୍ପତ୍ତିର କ୍ଷୟ ହେଉଛି। ମାତ୍ର ଏଥିପ୍ରତି କାହାରି ନିଘା ନାହିଁ। ଆପେ ବଞ୍ଚତ୍ଲେ ବାପର ନାଁ ନ୍ୟାୟରେ ସମସ୍ତେ ବ୍ୟସ୍ତ। ବିଶେଷକରି ଧାର୍ମିକ ଉତ୍ତେଜନା ଦିନକୁ ଦିନ ଦେଶରେ ବଢ଼ିବାରେ ଲାଗିଛି। ଜାତିଗତ ହିଂସା ବି ବଢିବାରେ ଲାଗିଛି। ଏଇ ନିକଟରେ ହରିୟାଣାର ଏକ ଶୋଭାଯାତ୍ରାକୁ ନେଇ ହିଂସାରେ ବ୍ୟାପକ କ୍ଷତି ଘଟିଛି। ମଣିପୁର ହିଂସାରେ ଭାରତର ଛବି ମଳିନ ପଡ଼ିଯାଇଛି। ଲୋକଙ୍କ ସ୍ବାଧୀନତା ସଙ୍କୁଚିତ କରାଯାଇଛି। ଏପରିସ୍ଥଳେ ଆମେ ଆମର ସାମ୍ବିଧାନିକ ବ୍ୟବସ୍ଥାକୁ କିପରି ସମ୍ମାନ ଜଣାଉଛେ ତାହା ପାଠକ ସହଜରେ ବିଚାର କରିପାରିବେ। ଅସହିଷ୍ଣୁ ଭାବ ଆଜି ଆମମାନଙ୍କ ମଧ୍ୟରେ ବହୁମାତ୍ରାରେ ଦେଖାଦେଇଛି। କାହାର ଭଲ ଆମେ ଦେଖିପାରୁନୁ। କିଏ ଉପରକୁ ଉନ୍ନତି କରିଗଲେ ଆମେ ତାଙ୍କୁ ପଛରୁ ଟାଣିବାକୁ ଆମର ସବୁ କଳ, ବଳ ଓ କୌଶଳ ଲଗାଇ ଦେଉଛୁ। ଅନ୍ୟର ପ୍ରଶଂସା ଓ ଉତ୍‌ଥାନ ଆମର ଏବେ ହଜମ ହେଉନାହିଁ। ଏହି ସମୟରେ ଆମର ସ୍ବର ଭିନ୍ନ ହୋଇଯାଉଛି। ଆମର ଯନ୍ତ୍ରଣା ଏକ ଭିନ୍ନ ମୋଡ଼ ନେଉଛି। ଏହା ଆମପାଇଁ ଯେତିକି ବିପଦ, ଦେଶ ଜାତି ପାଇଁ ମଧ୍ୟ ସେତିକି ସଙ୍କଟ ସୃଷ୍ଟି କରୁଛି। ଏଥିରୁ ଆମକୁ କେତେ ଲାଭ ମିଳିବ ଅବା ଏହା ଦ୍ୱାରା ଆମର କ’ଣ ଉପକାର ହେବ ସେଥିପ୍ରତି ଆମର ନଜର ରହି ନ ଥାଏ। ଆମେ ଜାଣୁ ଅନ୍ୟକୁ ବିରୋଧ କରିବା ଆମର ମୂଳମନ୍ତ୍ର।
ଏହି ଧର୍ମୀୟ ଗୋଷ୍ଠୀ କନ୍ଦଳ ବ୍ୟତୀତ ଆଉ ଗୋଟିଏ ଚିତ୍ର ଆମ ଆଗକୁ ଆସୁଛି। ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନକରି ରାଜରାସ୍ତାରେ ଚଲାଇଚଲାଇ ନେବା ସବୁ ନୀତିହୀନତାକୁ ଟପିଯାଇଛି। ଏହା ସମସ୍ତଙ୍କୁ ସ୍ତବ୍‌ଧ କରିଦେଇଛି। ଥରେ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ-‘ଯେଉଁଦିନ ରାତିରେ ଜଣେ ମହିଳା ଏକାକୀ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରିବ, ସେଦିନ ଆମେ ପ୍ରକୃତ ସ୍ବାଧୀନତା ପାଇଛୁ ବୋଲି ଅନୁଭବ କରିବା’। ଏହି କଥାଟି ଏକବିଂଶ ଶତାବ୍ଦୀରେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଆମ ଦେଶର ନାରୀମାନେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରି ନିଜ ଦକ୍ଷତାର ପ୍ରମାଣ ବିଭିନ୍ନ ସମୟରେ ଦେଇଛନ୍ତି। ଏହା ସତ୍ତ୍ୱେ ସେମାନେ ଏପରି ଲାଞ୍ଛିତ ହେବା ପରିତାପର ବିଷୟ ନିଶ୍ଚିତ। ଏଥିଯୋଗୁ ଆମେ ଏହି ଆଲୋଚନାର ପ୍ରଥମରୁ କହିରଖିଛୁ- ଆମେ ଆଉ ଆମର ହୋଇନାହୁଁ। ଆମେ ଜାଣୁଛୁ ଏହା ମହିଳାମାନଙ୍କ ପ୍ରତି ଅସମ୍ମାନ। ସେମାନଙ୍କ ଜାତିପ୍ରତି ଦାରୁଣ କୁଠାରାଘାତ। ତଥାପି ଆମେ ଏସବୁ କୁକର୍ମ କରିବାକୁ ଅଣ୍ଟା ଭିଡି ବାହାରି ପଡୁଛୁ। ଏସବୁ ପରିସ୍ଥିତି ଦେଖି, ଏସବୁ ଦୃଶ୍ୟ ଅନୁଭବ କରି ଆମେ ତଥାପି ନିଦାବିଷ୍ଣୁ ପାଲଟିଛୁ। କ’ଣ କରିବା ଉଚିତ, କ’ଣ ନ କରିବା ଉଚିତ ସେଥିପ୍ରତି ଆମେ ଗୁରୁତ୍ୱ ଦେଉନା। ଭଲ ମଣିଷ ଆଜି ଆମ ପାଖରେ ନାହାନ୍ତି।
ଏଇଠି ଗୋଟିଏ କଥା ମନକୁ ଆସୁଛି: ଥରେ କେତେକ ପିଲା ଗୋଟିଏ ପଡିଆରେ କ୍ରିକେଟ ଖେଳୁଥାନ୍ତି। ବ୍ୟାଟିଂ କରୁ କରୁ ବଲ୍‌ଟି ଜଣେ ଭଦ୍ରବ୍ୟକ୍ତିଙ୍କ ବଗିଚାରେ ପଡିଲା। ଖେଳୁଥିବା ପିଲାଙ୍କ ମଧ୍ୟରୁ ଜଣେ ପିଲା ବଲ୍‌ଟି ଆଣିବାକୁ ସେହି ବ୍ୟକ୍ତିଙ୍କ ଗେଟ୍‌ ଖୋଲି ଯିବା ବେଳେ ସେ ଘରମାଲିକ ତାକୁ ପାଟିକରି ତାଗିଦ କରିବାରୁ ପିଲାଟି ନୀରବରେ ଫେରିଆସିଥିଲା। କିଛି ବର୍ଷ ବିତିଯାଇଛି, ପିଲାମାନେ ସେହି ପଡିଆରେ ଖେଳୁଥିବା ବେଳେ ପୁଣି ବଲ୍‌ଟି ସେହି ବ୍ୟକ୍ତିଙ୍କ ବଗିଚାରେ ଯାଇ ପଡିଛି। ପିଲାଟିଏ ଗେଟ୍‌ ଫିଟାଇ ଭିତରକୁ ଗଲା। ଏହି ସମୟରେ ଜଣେ ବୃଦ୍ଧ ପିଲାଟିକୁ କ’ଣ ହେଲା, କୁଆଡ଼େ ଆସିଛ ବୋଲି ସ୍ନେହରେ ପଚାରିଲେ। ପିଲାଟି ପାଖ ପଡ଼ିଆରେ ସେମାନେ ଖେଳୁଥିବା ବଲ୍‌ଟି ଏହି ବଗିଚାରେ ପଡିଯାଇଥିବା କହିଲା। ବୃଦ୍ଧ ଜଣକ ପିଲାଟିକୁ କହିଲେ ଖୋଜି ନେ।
ଏଥିରୁ ପାଠକେ ଉପଲବ୍ଧି କରୁଥିବେ- ସମୟ ସବୁବେଳେ ସମାନ ଯାଏ ନାହିଁ। ଏବେ ଆଲୋକ ତ’ ପରେ ଅନ୍ଧାର ନିଶ୍ଚିତ। କହି ରଖିଲେ ଭଲ ହେବ-ସମ୍ପୃକ୍ତ ବୃଦ୍ଧଜଣକ ସେତେବେଳେ ଥିଲେ ଆଇଏଏସ୍‌। ସେ ସମୟର ତେଜ ଏବେ ତାଙ୍କ ନିକଟରେ ନିଷ୍ପ୍ରଭ ହୋଇଯାଇଛି; ଯାହା ତାଙ୍କ ଚଳଣି ଓ ବ୍ୟବହାରରେ ପରିଲକ୍ଷିତ ହୋଇଛି।
ସମୟକୁ ଯଦି ଆମେ ସମ୍ମାନ ଦେବା ତା’ ହେଲେ ଆମେ ଆମରି ସ୍ବର, ଆମ ପରିଧି ଭିତରେ ସୁଖରେ ରହିପାରିବା।
ପୁରୁଣା ସହର, ନୟାଗଡ
ମୋ:୯୯୩୮୩୦୯୬୫୨


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri