ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ

ନୟାଗଡ଼,୧୪ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶଯ୍ୟା ନ ପାଇ ବାରଣ୍ଡାରେ ଶୋଇ ଚିକିସତ୍ିତ ହେଉଛନ୍ତି। ଏଭଳି ଘଟଣା ଦିନକର ନୁହେଁ। ପ୍ରାୟ ୧୫ ଦିନ ହେଲା ଏହି ଅବ୍ୟବସ୍ଥା ଲାଗି ରହିଛି। ସେପଟେ ସରକାରୀ ରେକର୍ଡ କହୁଛି ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ ବେଡ୍‌ ରହିଛି। ହେଲେ ମାତ୍ର ୧୮୮ ବେଡ୍‌ କାର୍ଯ୍ୟକ୍ଷମ ରହିଥିବା ଚିକିତ୍ସାଳୟ ସୁୂତ୍ରରୁ ଜଣାପଡିଛି। ବେଡ୍‌ ସଂଖ୍ୟା କମ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହଟହଟା ହୋଇ ଆସୁଛନ୍ତି। ପ୍ରଶ୍ନ ଉଠୁଛି ଯଦି ୩୦୦ ବେଡ୍‌ ସରକାରୀ ରେକର୍ଡ କହୁଛି ଅବଶିଷ୍ଟ ବେଡ୍‌ କାହିଁକି ସଚଳ କରାଯାଉନି। ସରକାର ମାତୃ ଓ ଶିଶୁ ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରିଥିଲେ। ମାତୃ ଓ ଶିଶୁ ଚିକିତ୍ସାଳୟରେ ୧୦୦ ଶଯ୍ୟା ରହିବାର ବ୍ୟବସ୍ଥା ଅଛି। ତେବେ ମାତୃ ଓ ଶିଶୁ ଚିକିସତ୍ାଳୟକୁ ଛାଡିଦେଲେ ଜିଲା ମୁଖ୍ୟ ଚିକିସତ୍ାଳୟରେ ମେଡିସିନ ୱାର୍ଡ ଓ ଅନ୍ୟାନ୍ୟ ୱାର୍ଡରେ କ’ଣ ୮୮ଟି ଶଯ୍ୟା ଅଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ନୂଆଗଁାର ରମା ମଳିକ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ସ୍ବାସ୍ଥ୍ୟସେବା ଉପରେ ଟିପ୍ପଣୀ ଦେଉନୁ। ତେବେ ନାତି ଟୋକାଟା ପାଇଁ ବେଡ୍‌ ମଳିଲା ନାହିଁ। ବାରଣ୍ଡାରେ ରହିବାକୁ ପଡୁଛି। କେହି ରୋଗୀ ଗଲେ ବେଡ୍‌ ମିଳିବ ବୋଲି ଅପେକ୍ଷାରେ ଅଛୁ। ହେଲେ ରୋଗୀ କମିବା ବଦଳରେ ବଢ଼ି ଚାଲିଛନ୍ତି। ଦଶପଲ୍ଲାର ସଦାଶିଷ ସାହୁ କୁହନ୍ତି, ମୋର ଜଣେ ସମ୍ପର୍କୀୟ ମେଡସିନ ୱାର୍ଡରେ ପଡିଛନ୍ତି। ଡାକ୍ତରଖାନାରେ ବେଡ୍‌ ମିଳୁ ନାହିଁ। ଯେଉଁ ୱାର୍ଡକୁ ଗଲେ ବେଡ୍‌ ନାହିଁ ଶୁଣିବାକୁ ମିଳୁଛି।
ବେଡ୍‌ ପାଇଁ ଲବି
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବେଡ୍‌ ପାଇବା ପାଇଁ ଲବି ଚାଲିଛି। ବର୍ଷା ଋତୁ ଯୋଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଯେନତେନ ପ୍ରକାରେଣ ବେଡ୍‌ ପାଇଁ ଉଦ୍ୟମ ହେଉଛି। କିଛି ଲୋକ ଲବିରେ ଧରାଧରି କରି ବେଡ୍‌ ପାଉଛନ୍ତି। ଅନେକ ଲୋକ ଭାଗ୍ୟକୁ ଆଦରି ବାରଣ୍ଡାରେ ପଡି ରହୁଛନ୍ତି। ଏନେଇ ଭାପୁରର ଗୋପାଳ ସ୍ବାଇଁ କୁହନ୍ତି, ବାରମ୍ବାର ଚେଷ୍ଟା ପରେ ବେଡ୍‌ ମିଳିଲା ନାହିଁ। ମୋର ଜଣେ ସମ୍ପର୍କୀୟଙ୍କ ହସ୍ତକ୍ଷେପ ପରେ ବେଡ୍‌ ଟିଏ ମିଳିଲା। ଚିହ୍ନା ଲୋକ ନ ଥିଲେ ବେଡ୍‌ ମିଳୁ ନାହିଁ।
୧୦୦ ବେଡ୍‌ ଉଦ୍‌ଘାଟନ ହେଉନି
୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ ହେଉନି। ପ୍ରାୟ ୪ମାସ ହେଲା ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ ଅପେକ୍ଷାରେ ରହିଛି। ନିକଟରେ ୫-ଟି ସଚିବ ୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ ଓ ସମୀକ୍ଷା କରି ଫେରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରୁ ନାହାନ୍ତି। ଏନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ସୁଧାଂଶୁ ମିଶ୍ର କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୮୮ ବେଡ୍‌ କାର୍ଯ୍ୟକ୍ଷମ ରହିଛି। ପ୍ରତିଦିନ ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କୁ ବେଡ୍‌ ଦେବା ସମ୍ଭବ ହେଉ ନାହିଁ। ଏଣୁ କିଛି ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ରୋଗୀ ଠିକରେ ଶଯ୍ୟା ପାଇବେ ବୋଲି ଆଶା କରାଯାଉଛି। ନୟାଗଡ଼ର ସୁଦାମ ମହାପାତ୍ର କୁହନ୍ତି, ୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ର ଖୁବ୍‌ଶୀଘ୍ର ଉଦ୍‌ଘାଟନ ହୋଇପାରେ। ତେବେ ସରକାର ରୋଗୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଉ ନ ଥିବାର ୧୦୦ ବେଡ୍‌ ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ କଲେ ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri