ଏବେବି ଜଳୁଛି

ମଣିପୁର ଉଚ୍ଚ ନ୍ୟାୟାଳୟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏପ୍ରିଲ ତୃତୀୟ ସପ୍ତାହରୁ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହୋଇଥିଲା। ୩ ମାସରୁ ଊର୍ଦ୍ଧ୍ୱ ହେବ ମେଇତି ଓ କୁକି ଆଦିବାସୀଙ୍କ ମଧ୍ୟରେ ଲାଗି ରହିଥିବା ଏହି ଜାତିଆଣ ହିଂସାରେ ବହୁ ଧନଜୀବନ କ୍ଷତି ହେଲାଣି। ଆଦିବାସୀ ମାନ୍ୟତା ଦେଇ ସଂଖ୍ୟାବହୁଳ ହିନ୍ଦୁ ଥିବା ମେଇତି ସମ୍ପ୍ରଦାୟର ଭୋଟ ହାତେଇବା ଲାଗି ଭାଜପାର ପ୍ରୟାସରୁ ଏହି ହିଂସାର ସୂତ୍ରପାତ ଘଟିଛି ବୋଲି କୁହାଯାଉଛି। କିନ୍ତୁ ତା’ସହିତ ଆହୁରି ଅନେକ ବିଷୟ ପଦାକୁ ଆସିଲାଣି। ଉଦାହରଣ ସ୍ବରୂପ, ପାହାଡ଼ ଅଞ୍ଚଳରେ ଜମି ମିଲାକାନା ଉପରେ ଅଧିକ ଚାପ ରହୁଛି। ଯାହା ହାତରେ ଜମି ରହିଲା ସେହି ଗୋଷ୍ଠୀ, ବିଶେଷକରି ଏକ ସୀମାନ୍ତ ରାଜ୍ୟରେ ଅତ୍ୟନ୍ତ ଧନୀ ଓ ପ୍ରଭାବଶାଳୀ ହୋଇପାରିବ। କୁହାଯାଉଛି ଯେ, ସୀମା ଆରପାରିରେ ଥିବା ବର୍ମା ଅଞ୍ଚଳରେ ନିଶା ଦ୍ରବ୍ୟର ବିରାଟକାୟ ବ୍ୟବସାୟ ଚାଇନା ସାହାଯ୍ୟରେ ଚାଲିଛି। ସେଥିପାଇଁ ମଣିପୁରରେ ମଧ୍ୟ ନିଶାଦ୍ରବ୍ୟ ବ୍ୟବସାୟରେ ସମ୍ପୃକ୍ତ ଲୋକଙ୍କର ପ୍ରଭାବ ଏବଂ ଧନ ଉଭୟ ବୃଦ୍ଧି ପାଉଛି। ସେଭଳି ଧନର ଆକର୍ଷଣକୁ ଦେଖି ଶାସକ ଦଳର ଲୋକମାନେ ଏଭଳି ବିପୁଳ ବ୍ୟବସାୟରୁ କୌଣସି ଲାଭ ପାଇ ପାରୁ ନ ଥିବା ହେତୁ ବ୍ୟସ୍ତହୋଇ ପଡିଛନ୍ତି।
ହିଂସା ମଧ୍ୟରେ କୁକି ମିଲିଟାଣ୍ଟ ଗୋଷ୍ଠୀର ଉଗ୍ରବାଦୀମାନେ ସକ୍ରିୟ ହୋଇଉଠିବା ଖବର ମଧ୍ୟ ସାମ୍ନାକୁ ଆସିଛି। ରାଜନୈତିକ ଫାଇଦା ପାଇଁ ମଣିପୁର ହିଂସା ଭିଆଇବା ଏବେ ଭାଜପା ଲାଗି ସମସ୍ୟା ହୋଇଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ବି ସେଠାକାର ଭାଜପା ନେତୃତ୍ୱାଧୀନ ଏନ୍‌.ବୀରେନ ସିଂ ସରକାର ହିଂସାକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଅନିଚ୍ଛୁକ। କେନ୍ଦ୍ର ସରକାର ପୂରା ନିଷ୍କ୍ରିୟ ହୋଇ ବସିପଡ଼ିଛି। ତାହାର ଉଦାହରଣ ଅତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି, ଯେତେବେଳେ କେନ୍ଦ୍ର ପଠାଇଥିବା ଆସାମ ରାଇଫଲ୍ସ ସଶସ୍ତ୍ର ବାହିନୀର ଅଫିସରଙ୍କ ସହିତ ମଣିପୁର ପୋଲିସ ଅଧିକାରୀମାନଙ୍କର ଜୋର୍‌ଦାର ଯୁକ୍ତିତର୍କର ବିଭିନ୍ନ ଭିଡିଓ ବାରମ୍ବାର ପଦାକୁ ଆସୁଛି। ଏଥିରୁ ବୁଝାପଡ଼ୁଛି ଯେ, ସ୍ଥାନୀୟ ପୋଲିସ ସମ୍ପୂର୍ଣ୍ଣ ଭାବେ ଏକତରଫା କାର୍ଯ୍ୟ କରୁଛି, କାରଣ ସେଠାରେ ନିଯୁକ୍ତି ପାଇଥିବା ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ବାହ୍ୟ ହସ୍ତକ୍ଷେପ ପସନ୍ଦ କରୁନାହାନ୍ତି। ତେଣୁ ରାଜ୍ୟ ପୋଲିସର ସାହାଯ୍ୟ ଓ ସହଯୋଗ ହାସଲ କରିପାରୁ ନ ଥିବା କେନ୍ଦ୍ରୀୟ ବାହିନୀ ମଣିପୁରରେ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ ହୋଇ ବସିପଡ଼ିଥିବେ ବୋଲି ବୁଝାପଡୁଛି।
ତେବେ ଘଟଣାଚକ୍ରରେ ମଣିପୁରରେ ଦୁଇ ମହିଳାଙ୍କୁ ନିର୍ଯାତନା ଦେଇ ରାସ୍ତାରେ ଉଲଗ୍ନକରି ଚଲାଇବାର ୨ ମାସ ପୂର୍ବର ଏକ ଭିଡିଓ ପ୍ରକାଶ ପାଇଲା ପରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଥିଲେ। ତା’ ପରେ ଭାଜପାର ନେତାମାନେ ପଶ୍ଚିମବଙ୍ଗ ଓ ଅନ୍ୟ କେତେକ ଅଣ ଭାଜପା ଶାସିତ ରାଜ୍ୟରେ ଘଟିଥିବା ମହିଳାଙ୍କ ପ୍ରତି ହିଂସାକୁ ଦର୍ଶାଇବା ପାଇଁ ବିଶେଷ ଭାବେ ଚିତ୍କାର କରିଥିଲେ। ତତ୍‌ସହିତ ମଣିପୁର ହିଂସା ଘଟଣାକୁ ଘୋଡାଇ ଦେବା ପାଇଁ ଏପାଖ ସେପାଖ କରାଇବାର ପ୍ରଚେଷ୍ଟା ପଛରେ ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ବୁଝାପଡ଼ୁଛି। ତେବେ ଭାରତର ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ ପୋଲିସ ଏହି ନିର୍ଯାତନା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ଆରମ୍ଭ କରିଥିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେହି ମୂଳ ଭିଡିଓକୁ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଥିବା ଲୋକକୁ ମଧ୍ୟ ପୋଲିସ ଗିରଫ କରିଛି। ବାସ୍ତବରେ ମଣିପୁର ଘଟଣାକୁ ଅଣଦେଖା କରିବା ଦ୍ୱାରା ପ୍ରକୃତ ମୃତ୍ୟୁସଂଖ୍ୟା ଓ ମହିଳା ନିର୍ଯାତନାର ସ୍ପଷ୍ଟ ଛବି ଏବେ ପ୍ରଶ୍ନ ଘେରରେ। ଅନ୍ୟପକ୍ଷରେ ହିଂସା ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ଇସ୍ତଫା ନାଟକ କରି ପରେ ଚୁପ ବସିଯିବା ସରକାରଙ୍କ ରାଜନୈତିକ ଫାଇଦାବାଦୀ ଉଦ୍ଦେଶ୍ୟର ଏକ ସଙ୍କେତ କହିଲେ ଅତ୍ୟୁକ୍ତି ହେବନାହିଁ। ଅଗଷ୍ଟ ୫ରେ ପୁନର୍ବାର ହିଂସା ଘଟି ୫ ଜଣଙ୍କ ମୃତ୍ୟୁ ଓ ୧୬ ଜଣ ଆହତ ହେବା ପରଦିନ ଅର୍ଥାତ୍‌ ଅଗଷ୍ଟ ୬ରେ ତାଙ୍କ ସରକାରକୁ ବାହ୍ୟ ସମର୍ଥନ ଦେଇଥିବା କୁକି ପିପୁଲ୍‌ସ ଆଲିଆନ୍ସ(କେପିଏ) ତା’ସମର୍ଥନ ପ୍ରତ୍ୟାହାର କରିନେଇଛି। ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨୦୨୨ ନିର୍ବାଚନରେ ମୋଟ ୬୦ଟି ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ଏକାକୀ ୩୨ଟି ବିଧାୟକ ଜିଣିଥିଲା। ସେହି ୩୨ଜଣଙ୍କ ମଧ୍ୟରୁ ଏବେ ୮ ଜଣ ବିଧାୟକ ଏବଂ ଭାଜପାର ସହଯୋଗୀ କେପିଏର ୨ ଜଣ ବିଧାୟକ ବିଦ୍ରୋହ କରି ଘୋଷଣା କରିଛନ୍ତି ଯେ, କୁକି ଏବଂ ଅନ୍ୟ ଆଦିବାସୀ ବସବାସ କରୁଥିବା ଅଞ୍ଚଳ ପାଇଁ ଏକ ଭିନ୍ନ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି କରାଯାଉ। ଏହି ବିଧାୟକମାନଙ୍କର ଦାବି ସ୍ପଷ୍ଟ ଦର୍ଶାଉଛି ଯେ, ଭାଜପା ଏବଂ ତାହାର ସହଯୋଗୀଙ୍କ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୋଇଗଲାଣି। କେପିଏ ଏବେ ତାହାର ସମର୍ଥନ ପ୍ରତ୍ୟାହାର କରି ନେଇଥିବାରୁ ଏହି ଅନ୍ତର୍ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇଛି। କେବଳ ଏତିକି ନୁହେଁ, ଜାତିଗତ ହିଂସା ସମ୍ପର୍କିତ ମାମଲାଗୁଡ଼ିକର ଯାଞ୍ଚ କରିବା ଲାଗି ଅଗଷ୍ଟ ୭ରେ ସୁପ୍ରିମ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦତ୍ତାତ୍ରେୟ ପଡସାଲଗିକରଙ୍କୁ ନିଯୁକ୍ତ କରିବା ପୋଲିସର କାର୍ଯ୍ୟକଳାପର ସନ୍ଦେହାମତ୍କ ଦିଗକୁ ସୂଚିତ କରୁଛି। ଏଥିସହିତ ସୁପ୍ରିମକୋର୍ଟ ସୋମବାର ହାଇକୋର୍ଟର ୩ ଜଣ ପୂର୍ବତନ ମହିଳା ବିଚାରପତିଙ୍କୁ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି, ଯାହାକି ମଣିପୁର ଯାଇ ପରିସ୍ଥିତି ଅନୁଧ୍ୟାନ କରିବେ। କୋର୍ଟ କହିଛନ୍ତି ଆଇନର ଶାସନ ଉପରେ ବିଶ୍ୱାସ ଓ ଭରସା ଫେରାଇ ଆଣିବାରେ ଏହା ଏକ ପଦକ୍ଷେପ। ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ସୁପ୍ରିମକୋର୍ଟ ଯେତିକି ବ୍ୟଗ୍ର ତାହା ସରକାରଙ୍କଠାରେ ଦେଖିବାକୁ ମିଳୁନାହିଁ। ତେବେ ଏନ୍‌ଡିଏ ମେଣ୍ଟରେ ଥିବା କେପିଏର ସମର୍ଥନ ପ୍ରତ୍ୟାହାର ସେଠାକାର ରାଜନୈତିକ ପାଣିପାଗ ପରିବର୍ତ୍ତନର ପ୍ରାରମ୍ଭିକ ସୂଚନା ବୋଲି କୁହାଯାଇପାରେ। ମଣିପୁର କ୍ଷେତ୍ରରେ ଜାତିଗତ ହିଂସା ଲାଗି ରହିଲେ ତାହା କେବଳ ସେହି ରାଜ୍ୟରେ ନୁହେଁ, ବରଂ ସମ୍ପୂର୍ଣ୍ଣ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଚ୍ଛିନତାବାଦୀଙ୍କୁ ପୁଣି ସକ୍ର୍ରିୟ ହେବା ଲାଗି ସୁଯୋଗ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଜରାଟ ଭଦୋଦରାର ଶିକ୍ଷୟିତ୍ରୀ ଜୁନିନ୍‌ ଦତ୍ତ ତାଙ୍କ ଚାକିରି ସମୟରେ ସେଥିରୁ ସମୟ ବାହାରକରି ସମାଜସେବା କରୁଥିଲେ। ଥରେ ସେ ଡ୍ୟୁଟିରୁ ଫେରିବା ବେଳେ ଏକ...

ଅସନ୍ତୁଳିତ ପୃଥିବୀ ଓ ଋତୁଚକ୍ର

ବିଜ୍ଞାନ ଯେତେ ସମୃଦ୍ଧ ହେଲେ ମଧ୍ୟ ପ୍ରାକୃତିକ ଜିନିଷର ପ୍ରତିକଳ୍ପ ହୋଇପାରିବ ନାହିଁ କିମ୍ବା ତା’ର ସ୍ଥାନ ନେଇପାରିବ ନାହିଁ। ଯେତେ ଯାହା ହେଲେ ବି...

ଅସରନ୍ତି ଯୁଦ୍ଧ-ଚିରନ୍ତନ ଯୁଦ୍ଧଭୂମି

ହମାସ୍‌ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ ହେବା ପୂର୍ବରୁ ଇରାନ୍‌ର ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ୱକୁ ଆତଙ୍କିତ କରିଛି। ସିରିଆର ଡାମାସ୍‌କସ୍‌ରେ ଇରାନର...

ପ୍ରତିଭା ଅଭାବ

ଏସ୍‌.କେ.ଜି. ରାହାତେ ଅବସର ନେବା ପରେ ବରିଷ୍ଠ ଏଜିଏମ୍‌ୟୁଟି କ୍ୟାଡର ଆଇଏଏସ୍‌ ଅଧିକାରୀ ରାଜକୁମାର ଗୋୟଲଙ୍କୁ ନ୍ୟାୟ ସଚିବ ଭାବରେ ସାମୟିକ ଦାୟିତ୍ୱ ଦିଆଯାଇଛି। ଏଭଳି...

ପୁଅ ଯଦି ଯୋଗ୍ୟ…

ଆମ ଭାରତୀୟ ସମାଜ ଜୀବନରେ ବହୁ ଅଜବ ଜୀବନଶୈଳୀ ଦୃଷ୍ଟିଗୋଚରକୁ ଆସେ। ଏଇ ଯେମିତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବରିଷ୍ଠ ନାଗରିକମାନେ ତାଙ୍କ ଜୀବନ...

ମାଙ୍କଡ଼ଚିତ୍‌ ନେତା, ହତବାକ ଜନତା

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସମଗ୍ର ବିଶ୍ୱରେ ନିଜର ସ୍ୱାତନ୍ତ୍ର୍ୟ ସ୍ଥାପନ କରିଛି। ରାମ ରାଜ୍ୟର ପରିକଳ୍ପନା ତଥା ସାମ୍ୟବାଦର ପ୍ରତିଷ୍ଠା ପାଇଁ ରାଜତନ୍ତ୍ରର...

ସହର ସୁରକ୍ଷାରେ ଏଆଇ

ପ୍ରାୟ ୪.୪ ବିଲିୟନ ଲୋକ ରହୁଥିବା ସହରଗୁଡ଼ିକ ବିନାଶକାରୀ ଜଳବାୟୁଜନିତ ଘଟଣାର ସାମ୍ନା କରୁଛନ୍ତି ଓ ଅତ୍ୟଧିକ ବିପଦରେ ରହିଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଏବଂ...

ଏଇ ଭାରତରେ

ସ୍ୱାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ଏହି ବୟସରେ ସେମାନେ ପଶ୍ଚିମବଙ୍ଗ ସୁନ୍ଦରବନର ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମହମ୍ମଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri