Posted inUncategorized

ଅଜବ ନିଲାମ

ସଲିବ୍ରିଟିଙ୍କ ପାଇଁ ଲୋକ ଏତେ ପାଗଳ ଯେ, ତାଙ୍କ ସମ୍ବନ୍ଧିତ କିମ୍ବା ସେ ବ୍ୟବହାର କରିଥିବା ଜିନିଷକୁ କିଣିବା ପାଇଁ ସେମାନେ ଯେ କୌଣସି ଦାମ୍‌ ଦେବା ପାଇଁ ବି ପ୍ରସ୍ତୁତ ହୋଇଯାନ୍ତି…

 

କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ବିବାହ କେକ୍‌: ୧୯୪୭ରେ କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟ ଓ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ ହୋଇଥିଲା। ସେଇ ଖୁସିରେ କଟାଯାଇଥିଲା ଚାରି ଥାକର ୯ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁନ୍ଦର ଫ୍ରୁଟ୍‌ କେକ୍‌। ଯାହାକୁ କି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ସାମଗ୍ରୀ ନେଇ ପ୍ରସ୍ତୁତ କରାଯାଇଥିଲା। ଏହି ରାଜକୀୟ ବିବାହର ୬୫ ବର୍ଷ ପରେ ୨୦୧୨ରେ ପିଏଫସି ନିଲାମରେ ସେହି କେକ୍‌ର ଏକ ପିସ୍‌ ୫୬୦ ପାଉଣ୍ଡରେ ନିଲାମ ହୋଇଥିଲା।
ଟାଇଟାନିକ ଜାହାଜ ଅବଶେଷରୁ ମିଳିଥିବା ଭାଓଲିନ୍‌: ୧୯୧୨ରେ ସମୁଦ୍ରରେ ବୁଡ଼ିଯାଇଥିଲା ବିଶାଳ ଟାଇଟାନିକ ଜାହାଜ। ଯାହାର ଅବଶେଷ ଏବେବି ସମୁଦ୍ର ଗର୍ଭରେ ରହିଛି। କୁହାଯାଏ ଜାହାଜ ସମ୍ପୂର୍ଣ୍ଣ ବୁଡ଼ିବା ପର୍ଯ୍ୟନ୍ତ ଓ୍ବାଲେସ୍‌ ହାର୍ଟଲି ନାମକ ଜଣେ ଭାଓଲିନ୍‌ ବାଦକ ନିଜ ଭାଓଲିନ୍‌ ବଜାଉଥିଲେ। ଆଉ ଶେଷରେ ସମୁଦ୍ରରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କର ସେହି ଭାଓଲିନ୍‌ଟି ପରବର୍ତ୍ତୀ ସମୟରେ ସମୁଦ୍ର ଗର୍ଭରୁ ଉଦ୍ଧାର ହୋଇଥିଲା। ଆଉ ତାକୁ ୨୦୧୩, ଓ୍ବିଲ୍ଟଶାୟରରେ ନିଲାମ କରାଯାଇଥିଲା। ମାତ୍ର ୧୦ ମିନିଟ ଭିତରେ ଭାଓଲିନ୍‌ଟି ୯୦୦,୦୦୦ ପାଉଣ୍ଡରେ ନିଲାମ ହୋଇଥିଲା।
ବ୍ରାଡ୍‌ ପିଟ୍‌ ଓ ଆଞ୍ଜେଲିନା ଜୋଲିଙ୍କ ଶ୍ୱାସ: ହଲିଉଡ୍‌ର ଚର୍ଚ୍ଚିତ ଯୋଡ଼ିଭାବେ ଦିନେ ବ୍ରାଡ୍‌ ପିଟ୍‌ ଓ ଆଞ୍ଜେଲିନା ଜୋଲି ବହୁ ଲୋକପ୍ରିୟ ଥିଲେ। ଯଦିଓ ଏହି ଯୋଡ଼ି ଏବେ ଅଲଗା ହୋଇ ଯାଇଛନ୍ତି,ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦମ୍ପତିଙ୍କ ନିଶ୍ୱାସରେ ଭରା ଏକ ଜାର୍‌ ୫୨୩ ଡଲାର୍‌ରେ ନିଲାମ ହୋଇଥିଲା। ତେବେ ସେ ନିଶ୍ୱାସ ସେ ଜାର୍‌ରେ କିଭଳି ଭାବେ ଭର୍ତ୍ତି କରାଗଲା ତାହା କେବଳ ସେହି ଦମ୍ପତିଙ୍କୁ ହିଁ ଜଣା।
ଆବ୍ରାହମ ଲିଙ୍କନଙ୍କ କେଶ: ଆମେରିକାର ୧୬ତମ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କୁ ୧୮୬୫, ଏପ୍ରିଲ ୧୫ ତାରିଖରେ ହତ୍ୟା କରାଯାଇଥିଲା। ପୋଷ୍ଟମର୍ଟମ୍‌ ବେଳେ ସର୍ଜନ ଜର୍ନଲ ଯୋଶେଫ ବାର୍ନେସ୍‌ ତାଙ୍କର ୨ ଇଞ୍ଚର କିଛି କେଶ କାଟି ଥିଲେ। ଯାହାକୁ ଡା ଲିମେନ ବିଚର୍‌ ଟଡ୍‌୍‌ସ୍‌ (ଯେକି ଲିଙ୍କନଙ୍କ ପତ୍ନୀଙ୍କ ସମ୍ପର୍କୀୟ ଭାଇ)ଙ୍କୁ ଦିଆଯାଇଥିଲା। ସେ ଲିଙ୍କନଙ୍କର ଖୁବ୍‌ ନିକଟତର ଥିଲେ। ପରେ ଉକ୍ତ କେଶକୁ ଟେକ୍ସାସ୍‌ର ଡେଲାସ୍‌ରେ ୨୫୦୦୦ ଡଲାରରେ ନିଲାମ କରାଯାଇଥିଲା।
ଏଲ୍‌ଭିସ୍‌ ପ୍ରିସ୍‌ଲିଙ୍କ କେଶ: ଆମେରିକୀୟ ସିଙ୍ଗର ଓ ଆକ୍ଟର ଏଲ୍‌ଭିସ୍‌ ପ୍ରିସ୍‌ଲି ‘କିଙ୍ଗ୍‌ ଅଫ୍‌ ରକ୍‌ ଆଣ୍ଡ ରୋଲ୍‌’ ଭାବେ ପରିଚିତ ଥିଲେ। ଜାର୍‌ରେ ଥିବା ତାଙ୍କର କିଛି କେଶ କ୍ରୁସ୍‌ ଜିଡବ୍ଲ୍ୟୁଏସ୍‌ ଅକ୍ସନରେ ୭୨,୫୦୦ ଡଲାରରେ ନିଲାମ ହୋଇଥିଲା। ଏହି କେଶକୁ ତାଙ୍କର ବ୍ୟକ୍ତିଗତ କେଶ କଟାଳି ହୋମର୍‌ ଗିଲେଲାଣ୍ଡ କେଶ କାଟିବାବେଳେ ରଖିଥିଲେ।
ବ୍ରିଟନି ସ୍ପିୟର ଚୋବାଇ ଥିବା ବବଲ୍‌ ଗମ୍‌, ପ୍ରେଗନେନ୍ସି କିଟ୍‌: ଆମେରିକୀୟ ସିଙ୍ଗର ଓ ସଙ୍ଗ ରାଇଟର୍‌ ବ୍ରିଟନି ସ୍ପିୟର ଚୋବାଇ ଥିବା ବବଲ୍‌ ଗମ୍‌ ପାଇଁ ବି ତାଙ୍କ ଫ୍ୟାନ୍‌ ପାଗଳ। ସେଥିପାଇଁ ତ ଏହା ୨୦୦୪ର ଏକ ନିଲାମିରେ ୧୪୦୦୦ ଆମେରିକୀୟ ଡଲାରରେ ନିଲାମ ହୋଇଥିଲା। ତେବେ ତାହା ତାଙ୍କର ବବଲ୍‌ ଗମ୍‌ ବୋଲି ଦୃଢ ଭାବେ କହି ହେବ ନାହିଁ। ଏହି ଅଧା ଖିଆ ବବଲ୍‌ ଗମ୍‌ ତାଙ୍କ ମ୍ୟୁଜିକାଲ କନସର୍ଟରୁ ମିଳିଥିଲା। ଆଉ ସେହି କନସର୍ଟରେ ବ୍ରିଟନି ସ୍ପିୟର ବବଲ୍‌ ଗମ୍‌ ଚୋବାଉଥିବା ପବ୍ଲିକ୍‌ରେ ଦେଖିବାକୁ ମିଳିଥିଲା। ତେଣୁ ମିଳିଥିବା ବବଲ୍‌ ଗମ୍‌ ତାଙ୍କର ମନେ କରି ନିଲାମ କରାଯାଇଥିଲା। ସେହିଭଳି ସେ ବ୍ୟବହାର କରିଥିବା ପ୍ରେଗନେନ୍ସି ଟେଷ୍ଟ କିଟ୍‌ ୨୦୦୫ରେ ୫୦୦୧ ଡଲାରରେ ନିଲାମ ହୋଇଥିଲା। ଏହି କିଟ୍‌ ବ୍ରିଟନି ସ୍ପିୟର୍‌ ଓ ତାଙ୍କ ସ୍ବାମୀ ରହିଥିବା ହୋଟେଲ ରୁମ୍‌ରୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri