ସୁନାବେଶ ଦେଖିଲେ ୧୧୦ ବର୍ଷୀୟା ମହିଳା

ପୁରୀ,୩୦ା୬(ଅଜିତ୍‌ ମହାନ୍ତି): ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଅବସରରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଥିଲେ ଜଣେ ଶତାୟୁ ମହିଳା ଭକ୍ତ। ଉକ୍ତ ମହିଳାଙ୍କୁ ୧୧୦ ବର୍ଷ ହୋଇଥିବା ବେଳେ ଠିକ୍‌ ଭାବେ ଚାଲିପାରୁ ନ ଥାନ୍ତି। ତାଙ୍କ ପୁଅ ତାଙ୍କୁ ଧରି ପୁରୀରେ ପହଞ୍ଚତ୍ବା ପରେ ପୁରୀ ରେଳ ଷ୍ଟେଶନଠାରୁ ତାଙ୍କୁ ଅଟୋରେ ବଡ଼ଦାଣ୍ଡ ଯାଏଁ ଆଣିଥିଲେ। ପରେ ସେଚ୍ଛାସେବୀମାନେ ତାଙ୍କୁ ହାତରେ ଆଣି ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ବେଶ୍‌ ଖୁସିଥିବା ସୁନ୍ଦରମଣି ରାଓ କହିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ନୂଆ ଜୀବନ ପାଇଥିବା ସେ କହିଛନ୍ତି।
ଆଶାବାଡ଼ି ସହାୟତାରେ ଯାଜପୁରରୁ ପୁରୀ
ମହାପ୍ରଭୁଙ୍କୁ ଦୁଲ୍ଲର୍ଭ ସୁନାବେଶ ଦେଖିବାକୁ କାହିଁ କେଉଁ ଦୂରରୁ ଭକ୍ତ ଶ୍ରୀକ୍ଷେତ୍ରକୁ ଧାଇଁଆସେ। ଏହି ମଧ୍ୟରେ ଭକ୍ତଙ୍କ ଜନ ସମୁଦ୍ରକୁ ଖାତିର ନ କରି ଜଣେ ଦିବ୍ୟାଙ୍ଗ ଭକ୍ତ କାଳିଆ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଶା ବାଡି ସାହାଯ୍ୟରେ ଯାଜପୁର ଜିଲା କୋରେଇ ଅଞ୍ଚଳରୁ ଶ୍ରୀକ୍ଷେତ୍ରକୁ ଆସିଥିଲେ। ମହାପ୍ରଭୁଙ୍କୁ ସୁନାବେଶରେ ଦେଖି କଷ୍ଟ ଲାଘବ ହୋଇଥିବା କହିଥିଲେ। ତେବେ ସେ ଜନ୍ମରୁ ଭଲ ଥିବାବେଳେ ତାଙ୍କ ଗୋଡ ଖରାପ ହେବାରୁ ୧୯୮୦ ମସିହାରେ ଗୋଡ କଟା ହୋଇଥିଲା। ତେବେ ସେହିଦିନଠାରୁ ସେ ତାଙ୍କର ଆଶାବାଡିକୁ ଭରସା କରି ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ଫେରନ୍ତି।
ଛାତରେ ଚଢ଼ି ସୁନାବେଶ ଦେଖିଲେ
ମହାପ୍ରଭୁଙ୍କ ସୁନାବେଶ ଦିନ ପୁରୀ ଅସଂଖ୍ୟ ଭକ୍ତଙ୍କ ଭିଡ଼ ରହିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଗହଳିକୁ ଯାଇପାରି ନ ଥିଲେ। ପୋଲିସ ମଧ୍ୟ କିଛି ଜଣଙ୍କୁ ରଥ ନିକଟକୁ ଛାଡି ନ ଥିଲା। ଫଳରେ ଶହ ଶହ ଭକ୍ତ କାକୁଡି ଖାଇ ଛକ ନିକଟରେ ଥିବା ଛାତ ଏବଂ ଉଚ୍ଚା ସ୍ଥାନରେ ଠିଆ ହୋଇ ମହାପ୍ରଭୁଙ୍କ ଦୁଲ୍ଲର୍ଭ ସୁନାବେଶକୁ ଦର୍ଶନ କରି ଆଶିଷ ନେଇଥିଲେ।
ଶ୍ରୀପୟର, ଶ୍ରୀଭୁଜ ଦର୍ଶନରୁ ବଞ୍ଚତ୍ତ ଭକ୍ତ
ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବା ପାଇଁ ଗୁରୁବାର ଲକ୍ଷାଧିକ ଭକ୍ତ ପୁରୀ ଆସିଥିଲେ। ହେଲେ ସୁନାବେଶ ପରେ ସେବକମାନେ ମହାପ୍ରଭୁଙ୍କ ସମ୍ମୁଖରେ ବସିବା ସହ ଅନେକ ସମୟରେ ମହାପ୍ରଭୁଙ୍କୁ ବେଢି ରହିଥିଲେ। ଫଳରେ ଅଧିକାଂଶ ସମୟ ଭକ୍ତମାନେ ଶ୍ରୀବିଗ୍ରହମାନଙ୍କ ଶ୍ରୀପୟର ଏବଂ ଶ୍ରୀଭୂଜ ଦର୍ଶନ କରିବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri