ସାମ୍ପ୍ରଦାୟିକ ହିଂସା ଘଟଣାକୁ ମାସେ ପୂରିଲା

ସମ୍ବଲପୁର,୧୩।୫(ବ୍ୟୁରୋ):ସମ୍ବଲପୁର ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ୍‌ ଶୋଭାଯାତ୍ରା ଉପରେ ପଥର ମାଡ଼ ସାଙ୍ଗକୁ ପୋଡ଼ାଜଳା ଆକ୍ରମଣ ଭଳି ସାମ୍ପ୍ରଦାୟିକ ହିଂସା ଘଟଣାକୁ ଶୁକ୍ରବାର ଏକମାସ ପୂରିଛି। ହେଲେ ସେଦିନର ଦୃଶ୍ୟ ଲୋକଙ୍କ ମନରୁ ଲିଭି ନାହିଁ। ପରିସ୍ଥିତି ସ୍ବାଭାବିକ ହୋଇଥିଲେ ବି ପୀଡିତ ଓ ମୃତକ ପରିବାର ଆଜି ମଧ୍ୟ ଦୁଃଖରେ ରହିଛନ୍ତି ା ଅନେକ ଲୋକ ସହର ଛାଡି ବାହାରକୁ ଚାଲିଯାଇଛନ୍ତି। ଭୟରେ ସେମାନେ ଫେରୁ ନାହାନ୍ତି। ପୋଲିସ ଓ ଜିଲା ପ୍ରଶାସନ ସ୍ଥିତି ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଅନ୍ୟପଟେ ଗିରଫ ସଂଖ୍ୟା ବୃଦ୍ଧି ପାଇଛି। ଏପ୍ରିଲ ୧୨ ଓ ୧୪ ତାରିଖ ଘଟଣାରେ ମୋଟ ୧୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି।
ସେ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣ ହୋଇଛି ା ହେଲେ ସାମାଜିକ ଗଣମାଧ୍ୟମରେ ଆଜି ମଧ୍ୟ କଟକଣା ରହିଛି ା ଘଟଣାକୁ ନେଇ ଉତ୍ତେଜନା ପୂର୍ଣ୍ଣ ମେସେଜ ପଠାଇବା କିମ୍ବା ପୋଷ୍ଟ କରିବା ଉପରେ ନଜର ରଖାଯାଇଛି। ପୂର୍ବରୁ ଅନେକ ଲୋକଙ୍କ ନାମରେ ମାମଲା ରୁଜୁ ସହ ଥାନାକୁ ଆଣି ଚୁକ୍ତିନାମା କରି ଛାଡି ଦିଆଯାଇଛି। ଏବେ ମଧ୍ୟ ପୋଲିସ ସ୍ବତନ୍ତ୍ର ଟିମ୍‌ କାମ କରୁଛନ୍ତି। ଗିରଫ ସଂଖ୍ୟା ଆହୁରି ବୃଦ୍ଧି ପାଇବ ା ସେମାନଙ୍କୁ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ। ଅନ୍ୟପଟେ ଆସନ୍ତା ଶୀତଳଷଷ୍ଠୀ ଯାତ୍ରା ପାଇଁ ବିଭିନ୍ନ ଯାତ୍ରା କମିଟି ସହ ବୈଠକ ହୋଇଛି ା ସେମାନଙ୍କ ସହ ଆଲୋଚନା କରି ଯେଭଳି ଠିକ୍‌ ଭାବେ ଯାତ୍ରା ହେବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ସମ୍ବଲପୁର ହନୁମାନ ଜୟନ୍ତୀ ପାଇଁ ଏପ୍ରିଲ ୧୨ରେ ବାଇକ୍‌ ଶୋଭାଯାତ୍ରା ଓ ୧୪ରେ ଜୟନ୍ତୀ ଶୋଭାଯାତ୍ରା ହୋଇଥିଲା। ସେ ସମୟରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ପୋଲିସ ଦୁଇଟି ମାମଲା ରୁଜୁ କରି ସୁନାପାଲି ଅଞ୍ଚଳର କେତେଜଣଙ୍କ ଘରୁ ପେଟ୍ରୋଲ ବୋମା, ୧୮ ପ୍ଲାଷ୍ଟିକ ଟ୍ରେରେ ଥିବା ଧାରୁଆ ପଥର, ମାରଣାସ୍ତ୍ର ଜବତ କରିଥିଲା। ଶୋଭାଯାତ୍ରା ସମୟରେ ସାନସିଂହାରି ଗ୍ରାମର ଚନ୍ଦ୍ରଶେଖର ମିର୍ଦ୍ଧା ହତ୍ୟା ଘଟଣାରେ ପୋଲିସ ଏପର୍ଯ୍ୟନ୍ତ ୯ଜଣଙ୍କୁ ଗିରଫ କରିସାରିଛି ା ଜିଲାରେ କର୍ଫ୍ୟୁ ଲଗାଯିବା ସହ ନେଟ୍‌ ସେବା ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ଭାଜପା ସଂସଦୀୟ କମିଟି, ଜାତୀୟ ଏସ୍‌ଟି କମିଶନ, ରାଜ୍ୟ ମାନବାଧିକାର କମିଶନ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

ଧନୁଯାତ୍ରା ଦେଖିବେ ମୁଖ୍ୟମନ୍ତ୍ରୀ: ରାଜ ଦରବାରରେ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ ଧନୁଯାତ୍ରା ମହୋତ୍ସବରେ ମଥୁରାନଗରୀ ଉଠୁଛି ଓ ପଡୁଛି। କଂସ ମହାରାଜଙ୍କ ଅତ୍ୟାଚାରରେ ସମଗ୍ର ମଥୁରା ନଗରୀ ଥରହର...

ପିକ୍‌ନିକ୍‌ ପାଇଁ ଆସି ୨ ଗୋଷ୍ଠୀ ପିଟାପିଟି: ଆଜି ଖାଁ ଖାଁ ଡୁଲୁରୀ ପାଇନ୍‌ ବଣ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ସୋମବାର ସକାଳେ ଉକ୍ତ ଡୁଲୁରୀ...

ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ: ଛତିଶଗଡ଼ କରିବ ବ୍ୟାରେଜ

ଭବାନୀପାଟଣା,୨୯।୧୨ (ଉତ୍ତମ କୁମାର ଦାଶ): ଶୁଖିଯିବ ଓଡ଼ିଶାର ଉଦନ୍ତୀ ନଦୀ। ଛତିଶଗଡ଼ ନିର୍ମାଣ କରିବ ବ୍ୟାରେଜ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦୁର୍ଭାଗ୍ୟର ବିଷୟ ଏନେଇ...

ବାଇକ୍‌ ଚାଳକଙ୍କୁ ଚାପି ଦେଇ ଗଛରେ ପିଟିହେଲା ହାଇଓ୍ବା

ବୌଦ୍ଧ,୨୯ା୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଚାରିଛକ କୁସଙ୍ଗ ପୂର୍ତ୍ତ ରାସ୍ତାର ଏକତାଳଠାରେ ସୋମବାର ସକାଳେ ଏକ ହାଇଓ୍ବା ଧକ୍କାରେ ମୋଟରସାଇକେଲ ଚାଳକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri