ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ
ଆଜି ଆପଣ ଅନ୍ୟକୁ ଭୁଲ୍‌ ପରାମର୍ଶ ଦେଇ ସମାଲୋଚିତ ହୋଇପାରନ୍ତି। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ ହାସଲ କରିବେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ଏବଂ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ନିଜ ଲୋକମାନଙ୍କ ପ୍ରତିରୋଧ ବ୍ୟବସାୟକୁ ବିଶୃଙ୍ଖଳିତ କରିବା ସୂଚନା ରହିଛି।
ବୃଷ
ବୃଷ
ବନ୍ଧୁଙ୍କ ପ୍ରତ୍ୟେକ କଥାକୁ ସରଳ ଭାବରେ ଗ୍ରହଣ କରି ଜଟିଳତା ଭିତରକୁ ଟଣାହୋଇପାରନ୍ତି। ରୋହିଣୀ ନକ୍ଷତ୍ର କୃଷି, ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ମାର୍ଗ ସୁଗମ ହେବ। କର୍ମକ୍ଷେତ୍ରରେ ଶତ୍ରୁଙ୍କ ଅଭିସନ୍ଧିମୂଳକ ମନ୍ତବ୍ୟକୁ ବୁଝିବାରେ ଅସମର୍ଥ ହେବେ।
ମିଥୁନ
ମିଥୁନ
ଭଲ ସମ୍ପର୍କ ନ ଥିବା ସହକର୍ମୀ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରନ୍ତି। କିନ୍ତୁ ଆପଣ ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ଆରଦ୍ରା ନକ୍ଷତ୍ର ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯାଇପାରନ୍ତି। ପାରିବାରିକ ସ୍ଥିତି ମଧ୍ୟ ଆଜି ବିଶେଷ ଭଲ ରହି ନ ପାରେ।
କର୍କଟ
କର୍କଟ
ଆପଣଙ୍କ ବିଚାରଧାରା ସର୍ପିଳ ଗତିରେ ଅଙ୍କାବଙ୍କା ରାସ୍ତା ଦେଇ ଆଗକୁ ବଢ଼ିବ। ସାମୟିକ ସମସ୍ୟା ମଧ୍ୟରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆମତ୍ୀୟଙ୍କ ସହାୟତାରେ ହାତକୁ ନେଇଥିବା କାଯର୍‌ୟ ସମ୍ପନ୍ନ ହେବ। ଆଲୋଚନା ପରିସରରେ ନିଷ୍ପତ୍ତି ନେବାରେ ପଛେଇଯାଇପାରନ୍ତି।
ସି˚ହ
ସି˚ହ
ଆର୍ଥିକ ଅନଟନ ଓ ପାରିବାରିକ କ୍ଷେତ୍ରରେ ରହିଥିବା ବ୍ୟତିକ୍ରମରୁ ମାନସିକ ଶାନ୍ତି ବ୍ୟାହତ ହେବ। ରାଜନୈତିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ସରକାରୀ ସ୍ତରରେ ରହିଥିବା ସମସ୍ୟାର ସମାଧାନ କରିବା ଦିଗରେ ସଫଳତା ହାସଲ କରିବେ।
କନ୍ୟା
ନିଜ ସପକ୍ଷରେ ଲଢ଼ିବା ସକାଶେ ଆମତ୍ୀୟସ୍ବଜନଙ୍କୁ ମନାଇବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିପାରନ୍ତି। ଆଇନ ଓ ଗଣତନ୍ତ୍ରର ଗ୍ରହ ଶନି ହେତୁ ଅଦାଲତରୁ ସୁଫଳ ପାଇବାରେ ଅସୁବିଧା ହେବନାହିଁ। ହସ୍ତା ନକ୍ଷତ୍ର ସକାଶେ ଜମିଜମା କ୍ଷେତ୍ର ପାଇଁ ପ୍ରତିକୂଳତା ସୃଷ୍ଟି ସମ୍ଭାବନା ରହିବ। ବନ୍ଧୁଙ୍କ ଦ୍ୱାରା ପାରିବାରିକ ସମସ୍ୟା ସମାଧାନ ହେବ।
ତୁଳା
ତୁଳା
ଭାରାକ୍ରାନ୍ତ ମନ ନେଇ କାମ କରିବେ, କିନ୍ତୁ ବିଫଳତା ବଦଳରେ ସଫଳତାରୁ ବିସ୍ମୟାନ୍ବିତ ହେବେ। ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ନୀରବତାକୁ ପ୍ରାଥମିକତା ଦେଇପାରନ୍ତି। ଚିତ୍ରା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଅପରାହ୍ନରେ ମାନସିକ ଅସ୍ଥିରତା ଦୂରକରିବାରେ ସହାୟକ ହେବ।
ବିଛା
ବିଛା
ଅଭାବ ପୂରଣ କରିବା ସକାଶେ ଧାରସୂତ୍ରରେ ଅର୍ଥ ଆଣିବା ପାଇଁ ଆଲୋଚନା ଜାରି ରଖିବା ଠିକ୍‌ ହେବ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ପ୍ରାଧାନ୍ୟ ଦେବେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ବାଣିଜ୍ୟ ବ୍ୟବସାୟରେ ପରିସ୍ଥିତି ପୂର୍ବ ପରି ରହିବ। ରାଜନେତା, ସାହିତି୍ୟକ ଓ କଳାକାରଙ୍କ ସକାଶେ ଦିନଟି ଭଲ।
ଧନୁ
ଧନୁ
ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟସ୍ଥଳକୁ ଯିବାରେ କୌଣସି ଅସୁବିଧା ହେବ ନାହିଁ। ପ୍ଳଟିଂ କାରବାର, ଆଲୋଚନା, ପ୍ରେସ୍‌ ଓ ପବ୍ଲିକେଶନରେ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ନେଇ କଳହ ଲାଗିପାରେ।
ମକର
ମକର
ଶାରୀରିକ ଅସୁସ୍ଥତା ହେତୁ ପ୍ରତ୍ୟେକ କାମରେ ପଛୁଆ ରହିବେ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବରୁ ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାର ସାମର୍ଥ୍ୟ ଅର୍ଜନ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ନ ହେଲେ ମଧ୍ୟ ଏଥିପାଇଁ ମୁଣ୍ଡ ଖେଳାଇ କାମ କରିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ଆର୍ଥିକ ଅନଟନ ଦୂରେଇବାରେ ସମର୍ଥ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ସୁଧାରିନେବେ। ପରିବାର ସହ ଭ୍ରମଣହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବ। ବନ୍ଧୁଙ୍କ ସମସ୍ୟା ସମାଧାନ କରିବାକୁ ଯାଇ ନିଜେ ସମସ୍ୟା ଭୋଗିବେ। ବ୍ୟବସାୟ, ପରିବହନ, କଳା, ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ଶନିଙ୍କ କୁପ୍ରଭାବରେ ଆଜି ହଠାତ୍‌ ଭ୍ରାତୃ ସମ୍ପର୍କ ନିମ୍ନାଭିମୁଖୀ ହେବା ଆଶଙ୍କା ରହିଛି।
ମନର ଭାବକୁ ଗୋପନ ରଖି ବନ୍ଧୁଙ୍କ ସହ ଭାବ ବିନିମୟ କରିବାକୁ ମନସ୍ଥ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ କେତେକ ଆକସ୍ମିକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ରୁକ୍ଷ ବ୍ୟବହାର ଯୋଗୁ ଭୁଲ୍‌ ବୁଝାମଣା ହେତୁ ଝଡ଼ ସୃଷ୍ଟି ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri