ଦି’ରଙ୍ଗିଆ ରସଗୋଲା

ଅରବିନ୍ଦ ଦାସ
ଟିଭିରେ ହେଡ୍‌ଲାଇନ ଖବର ଦେଖି ଗୋପାଳବାବୁ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଡ଼ ପାଟିରେ କହିଉଠିଲେ, ଶୁଣୁଛ? ଆମ ଓଡ଼ିଶା ରସଗୋଲା ଜିଆଇ ଟ୍ୟାଗ୍‌ ପାଇଗଲା। ମୋର ଜଣେ ବନ୍ଧୁ ଏଥିପାଇଁ ବହୁତ ପରିଶ୍ରମ କରିଥିଲେ।
ପାଖକୁ ଆସି ଇନ୍ଦୁରେଖା କହିଲେ, ଏମିତି ଚିଲାଉଛ କାହିଁକି? ଆମ ରସଗୋଲା ଆମର ନ ହୋଇ କ’ଣ ଆଉ କାହାର ହୁଅନ୍ତା? ଏଥିରେ ବଡ଼କଥା କ’ଣ?
-ଜିଆଇ ଟ୍ୟାଗ୍‌ ମାନେ କ’ଣ କହିଲ?
ଟିକେ ଭାବି ଇନ୍ଦୁରେଖା କହିଲେ, ମୁଁ ପା ଦେଖିଛି, ମୋ ମିନାଦେଈ ବାହାଘରକୁ ସାଲେପୁର ରସଗୋଲା ଟିଣ ସବୁ କତା ଦଉଡ଼ିରେ ବନ୍ଧା ହୋଇ ଘରକୁ ଆସିଥିଲା ବୋଲି ଡବା ତଳେ ପଡ଼ି ଚେପା ହୋଇଯାଇଥିଲା ଓ ସିରା ବି ଢାଳି ହୋଇଯାଇଥିଲା। ଏବେ ରସଗୋଲା ଡବା ଥିବା ପ୍ୟାକେଟ୍‌ ତଳେ ନ ପଡ଼ିବା ପାଇଁ ଜିଆଇ ତାରରେ ବାନ୍ଧୁଥିବେ ବୋଧେ!
ଫେଁ କିନା ହସି ଗୋପାଳବାବୁ କହିଲେ, ହୁଣ୍ଡୀ କେଉଁଠିକାର। ଆରେ ଜିଆଇ ଟ୍ୟାଗ୍‌ ହେଉଛି ଏକ ମାନ୍ୟତା, ଯାହା ଭୌଗୋଳିକ ଅବସ୍ଥିତି ଦେଖି ଦିଆଯାଏ। ତା’ମାନେ ଯେଉଁ ଜିଣିଷ ଯେଉଁଠି ତିଆରି ହୁଏ, ସେଇ ଜିନିଷର ମୂଳ ଦାବି ସେଇ ସ୍ଥାନର ହୋଇଥାଏ। କିଛି ସ୍ପେଶାଲ ବା ବିଶିଷ୍ଟତା ଥିବା ଦରକାର। ଯେମିତି ସମ୍ବଲପୁରୀ ଶାଢ଼ି, ସେମିତି ଆମ ଓଡ଼ିଶା ରସଗୋଲା।
-ରସଗୋଲାରେ ପୁଣି ସ୍ପେଶାଲ କ’ଣ?
-କିଏ ଯଦି ସମ୍ପୂର୍ଣ୍ଣ ନୂଆ, ଭିନ୍ନ ଆଇଡିଆରେ ରସଗୋଲା ବନାଇବ ତାକୁ ନୂଆ ରସଗୋଲାର ମାନ୍ୟତା ମିଳିବ।
-କିଏ ନୂଆ କଥା ଭାବୁଛି? ଛେନା ଚକଟି ଗୁଳା ବନାଇ ସିରାରେ ଛାଣିଦେଲେ ଗଲା। ଚିନି ଗରମ କରି ଟିକେ କାରାମେଲ କଲେ ହାଲକା ଗୋଲାପି କଲର ଆସିବ, ଯେମିତି ସାଲେପୁର ରସଗୋଲା। ମୋ ଜେଜେମା ବଢ଼ିଆ ରସଗୋଲା ବନାଉଥିଲା। ବୋଉ ତା’ଠାରୁ ଶିଖିଥିଲା।
-ତମେ ଶିଖିଲନି?
-ସ୍କୁଲ ବେଳେ ବୋଉ ପାଖରେ ବସି କରୁଥିଲି। ପାଠପଢ଼ା ଓ ପରେ ତମ ଘର ଜଞ୍ଜାଳ ସମ୍ଭାଳି ମୋତେ ଟାଇମ୍‌ କେଉଁଠୁ ମିଳିଲା ଯେ ରସଗୋଲା ବନାଇବି?
-କି ପାଠ ତମେ ପଢ଼ୁଥିଲ? ଦୁଇଥର ମାଟ୍ରିକ ଫେଲ୍‌। ବାହାଘର ପରେ ଘରକାମ ସବୁ ବୋଉ, ଖୁଡ଼ୀ ସମସ୍ତେ ସମ୍ଭାଳୁଥିଲେ। ତମେ ଏବେ ରସଗୋଲା କରୁନ। ଖାଲି ତ ଫୋନରେ ଗପ। ନୂଆ ଆଇଡିଆରେ ବନାଇଲେ ତମକୁ ଜିଆଇ ଟ୍ୟାଗ୍‌ ମିଳିବ।
-ହଉ ଆଜି ବନେଇବି ନୂଆ ପ୍ରକାର ରସଗୋଲା। ତମ ସାଙ୍ଗଙ୍କୁ କହି ଏ ରସଗୋଲା ମୋ ନାଁରେ ରେଜିଷ୍ଟ୍ରି କରିଦେବ।
ସା ବେଳକୁ ଗୋପାଳବାବୁ ଘରକୁ ଫେରିଲା ବେଳକୁ ଘର ଭିତରେ ଗୋଟେ ମିଠା ମିଠା ବାସ୍ନା ଖେଳୁଥିଲା।
-ବାପା, ଆଜି ବୋଉ ଗୋଟେ ନୂଆ ପ୍ରକାର ରସଗୋଲା ବନେଇଛି।
ଝିଅ କଥା ଶୁଣି ଉତ୍ସାହିତ ହୋଇଉଠିଲେ ଗୋପାଳବାବୁ। ଡାଇନିଂ ଟେବୁଲ ଉପରେ ଘୋଡ଼ାହୋଇ ଥୁଆ ହୋଇଥିବା ପାତ୍ରର ଢାଙ୍କୁଣି ଖୋଲିଦେଇ ଚମକି ପଡ଼ିଲେ।
-ଇନ୍ଦୁ, ଏଗୁଡାକ କ’ଣ? ଧଳା ଓ ଖଇରିଆ ଦୁଇଟା ରଙ୍ଗ କ’ଣ ହୋଇଛି? ଅଧା ରସଗୋଲା, ଅଧା ଗୋଲାପଜାମୁ ଭଳି ଦିଶୁଛି। କ’ଣ କେମିିତି କରିଛ କି?
-ନୂଆ ପ୍ରକାର ହୋଇଛି ନା? ରସଗୋଲାର ଗୋଟେ ପଟକୁ ପ୍ୟାନରେ କାରାମେଲ ଚିନି ପକାଇ ଭାଜି କାଢ଼ିଛି ବୋଲି ସବୁ ରସଗୋଲାର ଅଧେ ଖଇରିଆ ହୋଇଯାଇଛି। ଆର ଅଧକ ଧଳା। ଟେଷ୍ଟ କିନ୍ତୁ ଅଛି। ଚାଖୁନ।
ତାଟିଆରୁ ଗୋଟେ ରସଗୋଲା ନେଇ ପାଟିରେ ପକାଇ ଚଟ୍‌କିନା ବାହାର କରି କହିଲେ, ଦାନ୍ତ ଭାଙ୍ଗିଯିବ ମୋର। ସିମେଣ୍ଟ ପକେଇଛ ନା କ’ଣ?
ଟିକେ ଚିଡ଼ିଯାଇ ଇନ୍ଦୁ କହିଲେ, ଦୁଇଲିଟର କ୍ଷୀର ଛିଣ୍ଡାଇ ଛେନା କରିଥିଲି। ତମ ପୁଅଝିଅ ମୁଠାଏ ଲେଖାଏ ଛେନା ପାଟିରେ ପକାଇଦେଲେ। ଛେନା କମିଗଲା ବୋଲି ଚକଟିଲା ବେଳେ ସୁଜି ମିଶାଉଥିଲି। ହାତ ହଲିଯାଇ ଅଧଡ଼ବା ସୁଜି ପଡ଼ିଗଲା। ନଷ୍ଟ କାହିଁକି କରିିିବି ବୋଲି ସବୁ ଚକଟିଦେଲି। ଟିକେ ଟାଣ ହୋଇଗଲା। ରୁହ ଏଇନା, ପ୍ରେସର କୁକରରେ ଦୁଇଟା ସିଟି ମାରି ନରମ କରି ଆଣୁଛି। କହିଲେ ଇନ୍ଦୁ।
ଆବାକାବା ହୋଇ ଗୋପାଳବାବୁ କହିଲେ, ରସଗୋଲାକୁ ପ୍ରେସର କୁକରରେ ସିଝାଇବ? ସିଏ ତ ଅନ୍‌ବ୍ରେକେବଲ ହୋଇଯିବ।
-ମଲା ମୋର, ଷ୍ଟିମ୍‌ ରସଗୋଲା ବୋଲି ଭାବ। ଶୁଣ, ଏଇ ଯେଉଁ ଦୁଇ ରଙ୍ଗବାଲା ନୂଆ ରସଗୋଲା ବନାଇଛି, ତମ ସାଙ୍ଗଙ୍କୁ କହି ଜିଆଇ ଟ୍ୟାଗ୍‌ କରାଇ ପାରିବନି?
-ଆଚ୍ଛା! କ’ଣ ନାଁ ଦେବ ସେ ରସଗୋଲାର?
ଟିକିଏ ଭାବି ଇନ୍ଦୁ କହିଲେ ‘ଦୋରଙ୍ଗୀ ରସଗୋଲା’।
ବିଶାଖାପାଟଣା, ମୋ- ୦୯୧୭୭୬୦୫୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri