ଏଇ ଭାରତରେ

ଅନେକ ସମୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ଲୋକଙ୍କ ହାତରେ ପ୍ଲାକାର୍ଡରେ ଦେଖିବାକୁ ମିଳେ, ଯେଉଁଥିରେ ଲେଖାଥାଏ-‘ସଡ଼କ ସୁରକ୍ଷା ଜୀବନ ରକ୍ଷା’। କିନ୍ତୁ ଦୁର୍ଘଟଣା ଉପରେ ଲୋକଙ୍କୁ ସଚେତନ କରିବା ଲାଗି ଲକ୍ଷ୍ନୌର ଜଣେ ମହିଳା ରାସ୍ତା କଡ଼ରେ ଏକ ପ୍ଲାକାର୍ଡ ଧରି ଠିଆ ହେଉଛନ୍ତି, ଯେଉଁଥିରେ ଲେଖାଅଛି-‘ସାଇକେଲରେ ଲାଇଟ ଲଗାଅ’। ଦୁର୍ଘଟଣା ହ୍ରାସ କରିବା ଲାଗି ୨୨ ବର୍ଷୀୟା ଖୁସି ପାଣ୍ଡେଙ୍କ ଏହି ଅଭିଯାନ ବେଶ୍‌ ପ୍ରଭାବୀ ହୋଇପାରୁଛି। ଖୁସି ରାସ୍ତା କଡ଼ରେ ଠିଆ ହୋଇ ପ୍ରତିଟି ସାଇକେଲରେ ମାଗଣାରେ ସେଫ୍ଟି ଲାଇଟ୍‌ ଲଗାଉଛନ୍ତି। ସଡ଼କ ଦୁର୍ଘଟଣାରେ ଖୁସି ତାଙ୍କ ଜେଜେମା’ଙ୍କୁ ହରାଇବା ପରେ ଏହି ଅଭିଯାନ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ୧୫୦୦ ବାଇସାଇକେଲରେ ମାଗଣାରେ ନାଲି ଲାଇଟ ଲଗାଇ ସାରିଲେଣି। ଖୁସିଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ଆଇଏଏସ୍‌ ଅଧିକାରୀ ଅଓ୍ବନିଶ ସରନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। କେବଳ ଏତିକି ନୁହେଁ ସରନ ମଧ୍ୟ ଏହା ପୂର୍ବରୁ ‘ହେଲ୍‌ମେଟ ମ୍ୟାନ ଅଫ୍‌ ଇଣ୍ଡିଆ’ ଭାବେ ଜଣାଶୁଣା ରାଘବେନ୍ଦ୍ର କୁମାରଙ୍କ ଭିଡିଓ ପୋଷ୍ଟ କରିଥିଲେ। ରାଘବେନ୍ଦ୍ର ବିଗତ ୧୦ ବର୍ଷରେ ୫୬,୦୦୦ ହେଲ୍‌ମେଟ ବାଣ୍ଟି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri