Posted inଜାତୀୟ

ଗୀତ ପାଇଁ ଗାୟିକା ନେହାଙ୍କୁ ନୋଟିସ

ଲକ୍ଷ୍ନୌ, ୨୩।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନ ପ୍ରଣାଳୀକୁ ନେଇ ବ୍ୟଙ୍ଗାତ୍ମକ ଢଙ୍ଗରେ ଗୀତ ଗାଇବାରୁ ଭୋଜପୁରୀ ଲୋକ ଗାୟିକା ନେହା ସିଂ ରାଥୋଡଙ୍କୁ ୟୁପି ପୋଲିସ ନୋଟିସ ଜାରି କରିଛି। ନୋଟିସ୍‌ ଜରିଆରେ ନେହାଙ୍କୁ ୭ଟି ପ୍ରଶ୍ନର ଉତ୍ତର ରଖିବା ପାଇଁ କୁହାଯାଇଛି। ତେବେ ଏ ନେଇ ନେହା କହିଛନ୍ତି, ମୁଁ ଜଣେ ଲୋକ ଗାୟିକା। କାହା ଡରରେ ମୁଁ ଗାଇବା ବନ୍ଦ କରିବି ନାହିଁ। ପ୍ରଭାବଶାଳୀ ନେତାଙ୍କ ଆଗରେ ମୁଁ କିଛି ନୁହେଁ। ସରକାରଙ୍କ ଏ ପ୍ରକାର କାର୍ଯ୍ୟ ଗ୍ରହଣୀୟ ନୁହେଁ।

ପ୍ରତ୍ୟେକଙ୍କ ପ୍ରତିବାଦର ସ୍ବରକୁ ଜୋର ଜବରଦସ୍ତ ଦବାଇବାକୁ ଚେଷ୍ଟା କରିବା ଅନୁଚିତ୍‌। ଏହାର ପ୍ରଭାବ ସେମାନଙ୍କ ଭୋଟ ଉପରେ ପଡ଼ିବ ବୋଲି ନେହା କହିଛନ୍ତି। ଅନ୍ୟପକ୍ଷେ ୟୁପି ପୋଲିସ ନୋଟିସ ଜାରି କରିବା ପୂର୍ବରୁ ନେହାଙ୍କ ସ୍ବାମୀଙ୍କୁ ଫସାଇବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ ଆଣିଛନ୍ତି। ନିକଟରେ ନେହା ନିଜ ଗୀତ ‘ୟୁପି ମେ କା ବା’ର ନୂଆ ଭର୍ସନ ଗାଇଥିଲେ। ଏହି ଗୀତରେ ସେ କାନ୍‌ପୁରରେ ଉଚ୍ଛେଦ ସମୟରେ ପ୍ରାଣ ହରାଇଥିବା ପ୍ରମିଳା ଦୀକ୍ଷିତ (୪୫) ଏବଂ ତାଙ୍କ ଝିଅ ନେହା (୨୦)ଙ୍କ ସମ୍ପର୍କରେ କହିଥିଲେ। ତିନି ଦିନ ମଧ୍ୟରେ ନେହାଙ୍କୁ ପୋଲିସ ପକ୍ଷରୁ ଜାରି ନୋଟିସର ଉତ୍ତର ରଖିବା ଲାଗି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri