Posted inଖେଳ

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC) କୁ ୨୩ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଚେନ୍ନାଇ ଚଳିତ ସିଜନରେ ନିଜର ପ୍ରଥମ ବିଜୟ ପଞ୍ଜିକରଣ କରିଛି। ସଞ୍ଜୁ ସାମସନଙ୍କ ଧୂଆଁଧାର ଶତକ ଏବଂ ଜେମି ଓଭରଟନଙ୍କ ଘାତକ ବୋଲିଂ ଚେନ୍ନାଇ ବିଜୟର ମୁଖ୍ୟ କାରଣ ସାଜିଥିଲା। ତେବେ ଦିଲ୍ଲୀ ଇନିଂସର ୧୯ତମ ଓଭରରେ ଫୋର୍ଥ ଅମ୍ପାୟାରଙ୍କ ଏକ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି, ଯାହାକୁ ନେଇ ବିବାଦ ଦେଖାଦେଇଛି।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୨ଟି ଉଇକେଟ ହରାଇ ୨୧୨ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଚେନ୍ନାଇ ପକ୍ଷରୁ ଓପନର୍‌ ସଞ୍ଜୁ ସାମସନ ମାତ୍ର ୫୬ଟି ବଲ୍‌ରୁ ଅପରାଜିତ ୧୧୫ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କର ଏହି ଶତକୀୟ ଇନିଂସରେ ୧୫ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା।
୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ଭଲ ଥିଲେ ମଧ୍ୟ ଚେନ୍ନାଇର ବୋଲିଂ ଆଗରେ ସେମାନେ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ। ଦିଲ୍ଲୀ ପକ୍ଷରୁ ଟ୍ରିଷ୍ଟନ ଷ୍ଟବ୍ସ ୬୦ ରନ (୩୮ ବଲ) କରି ଏକାକୀ ସଂଘର୍ଷ କରିଥିଲେ, କିନ୍ତୁ ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସାଥ ଦେଇ ନ ଥିଲେ। ପୂର ଦଳ ୨୦ ଓଭରରେ ୧୮୯ ରନ୍‌ କରିପାରିଥିଲା। ଚେନ୍ନାଇ ପକ୍ଷରୁ ଜେମି ଓଭରଟନ ଚମତ୍କାର ବୋଲିଂ କରି ୪ଟି ଉଇକେଟ ନେଇ ଦିଲ୍ଲୀର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।
ଏସବୁ ମଧ୍ୟରେ ମ୍ୟାଚ୍‌ର ୧୯ତମ ଓଭରରେ ଏକ ଅଭାବନୀୟ ଘଟଣା ଘଟିଥିଲା, ଯାହା ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା। ଦିଲ୍ଲୀର ବ୍ୟାଟର ଟ୍ରିଷ୍ଟନ ଷ୍ଟବ୍ସ ଅତ୍ୟଧିକ ଝାଳ ଯୋଗୁ ନିଜର ଗ୍ଲୋଭସ (Gloves) ବଦଳାଇବାକୁ ଚାହିଁଥିଲେ। ସେ ନୂଆ ଗ୍ଲୋଭସ୍‌ ପାଇଁ ଡ୍ରେସିଂ ରୁମ ଆଡ଼କୁ ଇଙ୍ଗିତ କରିଥିଲେ। କିନ୍ତୁ ପଡ଼ିଆରେ ଥିବା ଫୋର୍ଥ ଅମ୍ପାୟାର ତାଙ୍କୁ ଓଭର ମଝିରେ ଗ୍ଲୋଭସ ବଦଳାଇବାକୁ ଅନୁମତି ଦେଇ ନ ଥିଲେ।
ଷ୍ଟବ୍ସ ପୁରୁଣା ଗ୍ଲୋଭସ ପିନ୍ଧି ହିଁ ଖେଳିବାକୁ ବାଧ୍ୟ ହୋଇଥିଲେ ଏବଂ ସେହି ଓଭରରେ ହିଁ ଏକ କ୍ୟାଚ୍‌ ଆଉଟ ହୋଇଥିଲେ। ଏହି ଘଟଣା ସମୟରେ ଦିଲ୍ଲୀର ଖେଳାଳି ଏବଂ କୋଚ୍‌ମାନେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଷ୍ଟବ୍ସ ଆଉଟ ପରେ ଦିଲ୍ଲୀର ବିଜୟ ଆଶା ସମ୍ପୂର୍ଣ୍ଣ ଭାବେ ଧୂଳିସାତ  ହୋଇଯାଇଥିଲା।
ତେବେ କ୍ରିକେଟ ନିୟମ ଅନୁଯାୟୀ, ଜାରି ରହିଥିବା ଏକ ଓଭର ମଝିରେ ଖେଳାଳିମାନେ ଗ୍ଲୋଭସ ବଦଳାଇ ପାରିବେ ନାହିଁ। ଓଭର ଶେଷ ହେବା ପରେ ହିଁ ଗ୍ଲୋଭସ ବଦଳାଯାଇପାରିବ। ହେଲେ, ଯଦି ଗ୍ଲୋଭସ ଫାଟିଯାଇଥାଏ କିମ୍ବା ନଷ୍ଟ ହୋଇଯାଇଥାଏ, ତେବେ ଫୋର୍ଥ ଅମ୍ପାୟାରଙ୍କ ଅନୁମତି କ୍ରମେ ଓଭର ମଝିରେ ବି ତାହା ବଦଳାଯାଇପାରେ। କିନ୍ତୁ କେବଳ ଝାଳ ଯୋଗୁଁ ଗ୍ଲୋଭସ ବଦଳାଇବାକୁ ନିୟମରେ ଅନୁମତି ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?