Posted inଜାତୀୟ

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ ଷଡ଼ଯନ୍ତ୍ର ରହିଛି। ପ୍ରଥମେ ଡକାୟତିରୁ ହତ୍ୟାକାଣ୍ଡ ବୋଲି କୁହାଯାଇଥିବାବେଳେ ତଦନ୍ତ ପରେ ତାହା ପରକୀୟା ପ୍ରୀତିରୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।
ଗତ ୭ ତାରିଖ ରାତିରେ ଦେବକୃଷ୍ଣ ପୁରୋହିତ ନାମକ ଜଣେ ୨୮ ବର୍ଷୀୟ ମସଲା ବ୍ୟବସାୟୀଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ମୃତଦେହରେ ତୀକ୍ଷ୍ଣ ଅସ୍ତ୍ରାଘାତର ଚିହ୍ନ ରହିଥିଲା। ଅଜଣା ଡକାୟତ ଘରେ ପଶି ୩.୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ସାମଗ୍ରୀ ଲୁଟିନେବା ସହ ବାଧାଦେବାରୁ ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ସ୍ତ୍ରୀ ପ୍ରିୟଙ୍କା ପୁରୋହିତ ପୋଲିସକୁ କହିଥିଲେ।
ଦେବକ୍ରିଷ୍ଣ ଓ ପ୍ରିୟଙ୍କାଙ୍କ ବିବାହକୁ ନେଇ ଦୀର୍ଘଦିନରୁ ସମସ୍ୟା ଲାଗିରହିଥିଲା। ଦେବକ୍ରିଷ୍ଣ କଳା ହୋଇଥିବାରୁ ତାଙ୍କ ଉପଯୁକ୍ତ ନୁହନ୍ତି ବୋଲି ପ୍ରିୟଙ୍କା ଅନେକ ସମୟରେ କହୁଥିବା ଭଉଣୀ ଜ୍ୟୋତି ପୋଲିସକୁ କହିଥିଲା। ତଦନ୍ତରୁ ଜଣାପଡ଼ିଥିଲା, ପ୍ରିୟଙ୍କାଙ୍କର ରାଜଗଡ଼ର କମଳେଶ ପୁରୋହିତଙ୍କ ସହ ପ୍ରେମ ସମ୍ପର୍କ ରହିଛି। ଦେବକ୍ରିଷ୍ଣ ଏଥିରେ ପ୍ରତିବନ୍ଧକ ସାଜିଥିବାରୁ ସେମାନେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ କମଳେଶ ସୁପାରି ଦେଇ ହିଟ୍‌ମ୍ୟାନ୍‌ ସୁରେନ୍ଦ୍ର ଭଟ୍ଟିଙ୍କୁ ଦେବବ୍ରତଙ୍କୁ ହତ୍ୟା କରିବା ପାଇଁ କହିଥିଲା। ହତ୍ୟାକାଣ୍ଡ ରାତିରେ ସେମାନେ ଜାଣିଶୁଣି ଘର କବାଟ ବନ୍ଦ କରି ନ ଥିଲେ। ସୁରେନ୍ଦ୍ର ଘରେ ପଶି ଦେବବ୍ରତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିବା ପରେ ଏହାକୁ ଡକାୟତି ରୂପ ଦେବାକୁ ଘରେ ଭଙ୍ଗାରୁଜା କରିଥିଲେ। ହତ୍ୟାକାରୀ ଚାଲିଯିବା ପରେ ପ୍ରିୟଙ୍କା ଚିତ୍କାର କରି ମନଗଢ଼ା କାହାଣୀ ଶୁଣାଇଥିଲେ। ତଦନ୍ତ ବେଳେ ପ୍ରିୟଙ୍କାଙ୍କ ବୟାନରେ ତାଳମେଳ ନ ରହିବା ଏବଂ ଚୋରି ଗହଣା ଘରୁ ମିଳିବା ପରେ ପୋଲିସ ସନ୍ଦେହ କରିଥିଲା। ବାରମ୍ବାର ଜେରା କରିବାରୁ ପ୍ରିୟଙ୍କା ପ୍ରେମିକ ସହ ମିଶି ଦେବକୃଷ୍ଣଙ୍କୁ ହତ୍ୟା କରିଥିବା ମାନିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?