ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ମେଳକ କରାଯାଇଥିଲା। ସେତେବେଳେ ୧୧୮ ପ୍ରକାର ଅଳଙ୍କାର ଥିବାବେଳେ ଏବେ ତାହା ୧୪୭ରେ ପହଞ୍ଚତ୍ଛି।
ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂ, ଅଧିକୃତ ବରିଷ୍ଠ ଅଧିକାରୀ, ଛତିଶା ନିଯୋଗ ନାୟକ, ରତ୍ନଭଣ୍ଡାର ସବ୍‌କମିଟି ସେବକ ସଦସ୍ୟ ଏବଂ ସମସ୍ତ ସହଯୋଗୀ ପୂର୍ବାହ୍ନ ୧୦ଟା ୩୫ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବାହାରି ୧୦ଟା ୪୧ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସମସ୍ତ ସଦସ୍ୟ ଶ୍ରୀମନ୍ଦିର ପାଶର୍‌ବ ଦେବଦେବୀଙ୍କୁ ଦର୍ଶନକରି ବେହରଣ ଦ୍ୱାରଠାରେ ସ୍ଥାପିତ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ ପରେ ସ୍ବାକ୍ଷର ଦେଇ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୧ଟା ୩୦ରେ ରତ୍ନଭଣ୍ଡାର ଦ୍ୱାର ଖୋଲାଯାଇଥିଲା।
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ କାର୍ଯ୍ୟପ୍ରଣାଳୀକୁ ନିଷ୍ଠାର ସହ ସମ୍ପାଦନକରି ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରଗୁଡ଼ିକର ଗଣତି ପ୍ରକ୍ରିୟା ଶେଷ ହୋଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ
ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ୱାର ସନ୍ଧ୍ୟା ୬ଟା ୩୫ରେ ବନ୍ଦ କରାଯାଇ ମୁଦ ଦିଆଯାଇଥିଲା। ଉକ୍ତ ପ୍ରକ୍ରିୟାର ସମସ୍ତ ରେକର୍ଡିଂ ଡାଟା ଚିପ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସୁରକ୍ଷିତ ଭାବେ ରଖାଯାଇଥିଲା।
ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ୧୯୭୮ର ତାଲିକା ଅନୁଯାୟୀ କିଛି ଅଧିକ ଅଳଙ୍କାର ଭଣ୍ଡାରମେକାପ ଗଣତି କରିଥିଲେ, ଯାହାକୁ ୨୦୨୬ ମସିହା ତାଲିକାରେ ସାମଲ କରାଯାଇଛି। ସ୍ବଚ୍ଛତା ସହକାରେ ବାହାର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଶେଷ ହୋଇଛି। ସୋମବାରଠାରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି କରାଯିବ। ତେଣୁ ଉକ୍ତ ଦିନ ଜିଲା ଟ୍ରେଜେରିରୁ ଚାବି ଅଣାଯିବ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି ପ୍ରକ୍ରିୟା ଜାରି ରହିବ ବୋଲି ପାଢ଼ୀ ସୂଚନା ଦେଇଛନ୍ତି।
ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ରଥ କହିଛନ୍ତି, ୧୯୭୮ ମସିହା ତାଲିକା ଅନୁସାରେ ଅଳଙ୍କାର ମେଳକ କରାଯାଇଛି। ସେଥିମଧ୍ୟରୁ ୨ଟି ଅଳଙ୍କାର ମିଳିନାହିଁ। ତାହା ଭିତର ରତ୍ନଭଣ୍ଡାରରେ ଥାଇପାରେ, ଯାହା ଗଣତି ହେଲେ ଜଣାପଡ଼ିବ। ୧୯୭୮ ମସିହାରେ ୧୧୮ ପ୍ରକାର ଅଳଙ୍କାର ଥିବା ବେଳେ ୨୦୨୬ରେ ତାହା ବୃଦ୍ଧି ପାଇ ୧୪୭ରେ ପହଞ୍ଚତ୍ଛି।
ଦୁର୍ଲ୍ଲଭ ରତ୍ନକୁ ଚିହ୍ନିପାରିଲେନି ଜେମୋଲୋଜିଷ୍ଟ
ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ବାହାର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଶେଷ ହୋଇଛି। ସେଠାରେ ୧୯୭୮ ମସିହାରେ ୧୧୮ ପ୍ରକାର ଅଳଙ୍କାର ଥିଲା, ଏବେ ୧୪୦ରୁ ଊର୍ଦ୍ଧ୍ୱ ପ୍ରକାରର ଅଳଙ୍କାର ପ୍ରଶାସନର ହସ୍ତଗସ୍ତ ହୋଇଛି। ବିଶେଷଜ୍ଞମାନେ ଠିକ୍‌ଭାବେ କାର୍ଯ୍ୟ କରୁଛନ୍ତି। କିଛି ଅଳଙ୍କାର ବା ରତ୍ନକୁ ଜେମୋଲୋଜିଷ୍ଟ ବା ବିଶେଷଜ୍ଞମାନେ ଚିହ୍ନିପାରିନାହାନ୍ତି। ତେବେ ୨/୩ଟି ଅଳଙ୍କାର ମିଳୁ ନାହିଁ। ତାହା ଭିତର ରତ୍ନଭଣ୍ଡାର ଖୋଲାଗଲେ ଜଣାପଡ଼ିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?