୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ‘ଅଟଳ ବସ୍‌ଷ୍ଟାଣ୍ଡ’ ଯୋଜନାକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ପରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ କହିଛନ୍ତି, ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ୨୦୩୧-୩୨ ବର୍ଷ ପର୍ଯ୍ୟନ୍ତ ୩ ହଜାର ୪୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗର୍ଗ କହିଛନ୍ତି, ରାଜ୍ୟବ୍ୟାପୀ ଜିଲା ମୁଖ୍ୟାଳୟ, ଉପଖଣ୍ଡ ମୁଖ୍ୟାଳୟ, ବ୍ଲକ ମୁଖ୍ୟାଳୟ, ପର୍ଯ୍ୟଟନସ୍ଥଳ ଏବଂ ଓଡ଼ିଶାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ ସ୍ଥାନ ସମେତ ସହରାଞ୍ଚଳ ପୌର ସଂସ୍ଥାସ୍ତରରେ ଅଟଳ ବସ୍‌ଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ; ଯାହା ଏକ ରଣନୈତିକ ଏବଂ ପରିବର୍ତ୍ତନକାରୀ ପ୍ରୟାସର ପ୍ରତିନିଧି କରିବ। ପରିବେଶଗତ ସ୍ଥିରତା ସହିତ ରାଜ୍ୟ ସାରା ସାମାଜିକ ଏକତା ବୃଦ୍ଧି, ଆର୍ଥିକ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶ ଭଳି ବିଭିନ୍ନ ଲାଭ ପ୍ରଦାନ ପାଇଁ ଅତ୍ୟନ୍ତ ସହାୟକ ହେବ। ଏହି ଯୋଜନାର ଲକ୍ଷ୍ୟ ହେଉଛି, ରାଜ୍ୟର ସମସ୍ତ ସାର୍ବଜନୀନ ବସ୍‌ଷ୍ଟାଣ୍ଡକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ ଯୋଜନାର ପରିଚାଳନାର ଏକ ଛାୟା ତଳେ ଏକୀକୃତ କରିବା। ଯେଉଁଥିରେ ପୂର୍ବ ଯୋଜନା ଏବଂ ରାଜ୍ୟର ସହରାଞ୍ଚଳ ପୌର ସଂସ୍ଥା ଅଧୀନରେ ଥିବା ସମସ୍ତ ବସ୍‌ଷ୍ଟାଣ୍ଡ ଅନ୍ତର୍ଭୁକ୍ତ କରିବ; ଯଦ୍ଦ୍ବାରା ରାଜ୍ୟ ସାରା ବିକାଶ, ନବୀକରଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନାରେ ସମାନତା ସୁନିଶ୍ଚିତ ହୋଇପାରିବ।
ମୁଖ୍ୟଶାସନ ସଚିବ କହିଛନ୍ତି, ଅଟଳ ବସ୍‌ଷ୍ଟାଣ୍ଡ ଯୋଜନା ଅଧୀନରେ ବସ୍‌ଷ୍ଟାଣ୍ଡଗୁଡ଼ିକୁ କ’, ଖ’ ଏବଂ ଗ’ ଶ୍ରେଣୀ ବ୍ୟବସ୍ଥାରେ ବର୍ଗୀକୃତ କରାଯିବ। ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଯଥେଷ୍ଟ ବସ୍‌ ପରିବହନ ଏବଂ ଯୋଗାଯୋଗ ସୁବିଧା ଉପଲବ୍ଧ ହେବ। ସମସ୍ତ ବସ୍‌ଷ୍ଟାଣ୍ଡକୁ ସାର୍ବଜନୀନ ପରିବହନ ଭିତ୍ତିଭୂମି ଭାବରେ ନାମିତ ଏବଂ ସୂଚିତ କରାଯିବ । ସମନ୍ବିତ ସାର୍ବଜନୀନ ସେବା ଏବଂ ସୁବିଧା ପାଇଁ ସରକାରୀ ଏବଂ ବେସରକାରୀ ବସ୍‌ ଅପରେଟରମାନଙ୍କ ଦ୍ବାରା ବ୍ୟବହାର କରାଯିବ। ‘ଅଟଳ ବସ୍‌ଷ୍ଟାଣ୍ଡ’ ଯୋଜନା ବାଣିଜ୍ୟ ଏବଂ ପରିବହନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ବାରା କାର୍ଯ୍ୟକାରୀ କରାଯିବ। ରାଜ୍ୟବ୍ୟାପୀ ବସ୍‌ ଷ୍ଟାଣ୍ଡଗୁଡ଼ିକର ନିର୍ମାଣ, ଉନ୍ନୟନ, ନବୀକରଣ, କାର୍ଯ୍ୟକାରିତା, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ୨୦୩୧-୩୨ ବର୍ଷ ପର୍ଯ୍ୟନ୍ତ ୩,୪୦୦ କୋଟି ଟଙ୍କାର ବଜେଟକୁ ଅନୁମୋଦନ ଦିଆଯାଇଛି ବୋଲି ମୁଖ୍ୟ ସଚିବ ଗର୍ଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri