ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ ଶେଷରେ ଲଞ୍ଚ କରିଦେଇଛି। ଏହା ସହିତ କମ୍ପାନୀ ଅଫିସିଆଲ ଭାବେ ଇଭି (EV) ସେଗ୍‌ମେଣ୍ଟରେ ପ୍ରବେଶ କରିଛି। ସହରୀ ଚଳାଚଳ ପାଇଁ ଡିଜାଇନ କରାଯାଇଥିବା ଏହି ବାଇକ ଅତ୍ୟନ୍ତ ହାଲୁକା ଏବଂ ଷ୍ଟାଇଲିସ।

ଏହି ବାଇକ୍‌ର ପ୍ରାରମ୍ଭିକ ମୂଲ୍ୟ ୨.୭୯ ଲକ୍ଷ ଟଙ୍କା ରଖାଯାଇଛି। ଯଦି ଆପଣ ‘ବ୍ୟାଟେରୀ-ଏଜ-ଏ-ସର୍ଭିସ’ ପ୍ଲାନ ନିଅନ୍ତି, ତେବେ ଏହାକୁ ମାତ୍ର ୧.୯୯ ଲକ୍ଷ ଟଙ୍କାରେ କିଣିପାରିବେ। ଏପ୍ରିଲ ୧୦ ତାରିଖ ମଧ୍ୟାହ୍ନ ୧୨ଟାରୁ ଏହାର ବୁକିଂ ଆରମ୍ଭ ହେବ। ମଇ ୨୦୨୬ରୁ କମ୍ପାନୀ ବାଇକ ଡେଲିଭରୀ ଆରମ୍ଭ କରିବ।

ଏହି ବାଇକ୍‌ରେ ଆଲୁମିନିୟମ ଫ୍ରେମ ବ୍ୟବହାର କରାଯାଇଛି, ଯାହା ଫଳରେ ଏହାର ଓଜନ ମାତ୍ର ୧୨୪ କିଲୋଗ୍ରାମ ରହିଛି। ଏହା ରୟାଲ ଏନଫିଲ୍ଡର ଏପର୍ଯ୍ୟନ୍ତର ସବୁଠାରୁ ହାଲୁକା ବାଇକ। ଏହାର ଲୁକ ରେଟ୍ରୋ ଏବଂ ମଡର୍ଣ୍ଣର ଏକ ମିଶ୍ରଣ। ଏଥିରେ ଗୋଲାକାର ଏଲଇଡି (LED) ହେଡ୍‌ଲାଇଟ, ୧୯-ଇଞ୍ଚର ଆଲୟ ହୁଇଲ ଏବଂ ଷ୍ଟର୍ମ ବ୍ଲାକ୍‌ ଓ ଫ୍ଲି ଗ୍ରୀନ ଭଳି ଆକର୍ଷଣୀୟ ରଙ୍ଗ ମିଳୁଛି।

ବାଇକ୍‌ରେ ୧୫.୪ କିଲୋୱାଟର ମୋଟର ଅଛି, ଯାହା ୨୦.୬ bhp ପାୱାର୍‌ ଏବଂ ୬୦ Nm ଟର୍କ ପ୍ରଦାନ କରେ। ଏହା ମାତ୍ର ୩.୭ ସେକେଣ୍ଡରେ ୦ ରୁ ୬୦ କିମି/ଘଣ୍ଟା ବେଗରେ ଗତି କରିପାରିବ। ଏହାର ସର୍ବାଧିକ ବେଗ ୧୧୫ କିମି/ଘଣ୍ଟା। ଥରେ ଫୁଲ ଚାର୍ଜ କଲେ ଏହା ୧୫୪ କିମି ପର୍ଯ୍ୟନ୍ତ ଚାଲିବ। ମାତ୍ର ୬୫ ମିନିଟ୍‌ରେ ବ୍ୟାଟେରୀ ୨୦% ରୁ ୮୦% ଚାର୍ଜ ହୋଇଯିବ।

ବାଇକ୍‌ରେ ୩.୫-ଇଞ୍ଚର ଟିଏଫ୍ଟି (TFT) ଟଚ୍‌ସ୍କ୍ରିନ୍‌ କନସୋଲ୍‌ ରହିଛି। ଏଥିରେ ସ୍ମାର୍ଟଫୋନ କନେକ୍ଟିଭିଟି, ନେଭିଗେସନ ଏବଂ ମ୍ୟୁଜିକ କଣ୍ଟ୍ରୋଲ ଭଳି ସୁବିଧା ଅଛି। ସୁରକ୍ଷା ପାଇଁ ଏଥିରେ ଡୁଆଲ-ଚ୍ୟାନେଲ ଏବିଏସ (ABS) ଏବଂ ଟ୍ରାକ୍ସନ କଣ୍ଟ୍ରୋଲ ଦିଆଯାଇଛି। ରାଇଡିଂ ଅନୁଭବକୁ ବଢ଼ାଇବା ପାଇଁ ସିଟି, ରେନ, ହାଇୱେ, ସ୍ପୋର୍ଟ ଏବଂ କଷ୍ଟମ ଭଳି ୫ଟି ମୋଡ୍ ମଧ୍ୟ ଉପଲବ୍ଧ ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri