ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ ମଧ୍ୟ କୌଣସି ସହମତି ହୋଇପାରି ନାହିଁ। ଆମେରିକାର କଠୋର ସର୍ତ୍ତକୁ ମାନିବାକୁ ଇରାନ ସଫା ସଫା ମନା କରିଦେବା ପରେ, ଆମେରିକା ଉପରାଷ୍ଟ୍ରପତି ଜେଡି ଭେନ୍ସ (JD Vance) ପାକିସ୍ତାନ ଛାଡି ଚାଲିଯାଇଛନ୍ତି।

ଏହି ବାର୍ତ୍ତା ବିଫଳ ହେବା ପରେ ଇରାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘାନାସ୍ଥିତ ଇରାନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ଆମେରିକା ନିଜର ଉପରାଷ୍ଟ୍ରପତିଙ୍କୁ ଦୁନିଆର ଅନ୍ୟ ଏକ ପ୍ରାନ୍ତକୁ ପଠାଇଲା, କିନ୍ତୁ ସେଠାରେ ଏଭଳି ଦାବି ରଖିଲା ଯାହା ସେମାନେ ଯୁଦ୍ଧ ଜରିଆରେ ମଧ୍ୟ ହାସଲ କରିପାରି ନାହାନ୍ତି। ଇରାନ କହିଛି ଯେ ଆମେରିକା “ଅତ୍ୟଧିକ ଏବଂ ବେଆଇନ” ଅନୁରୋଧରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସୁଦ୍ଧା ସମୁଦ୍ର ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ଜଳପଥ (Strait) ବନ୍ଦ ରହିଛି ଏବଂ ଆମେରିକା ଉପରାଷ୍ଟ୍ରପତି ଖାଲି ହାତରେ ଫେରୁଛନ୍ତି।

ରବିବାର ଦିନ ଉପରାଷ୍ଟ୍ରପତି ଜେଡି ଭେନ୍ସ ସୂଚନା ଦେଇଛନ୍ତି ଯେ, ପଶ୍ଚିମ ଏସିଆ ସଂଘର୍ଷକୁ ରୋକିବା ପାଇଁ ହୋଇଥିବା ଏହି ପ୍ରୟାସ ସଫଳ ହୋଇପାରିଲା ନାହିଁ। ଗତ ୨୧ ଘଣ୍ଟା ଧରି କ୍ରମାଗତ ଭାବେ ଆଲୋଚନା କରୁଥିଲୁ। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା, ଯାହା ଏକ ଭଲ ଖବର। କିନ୍ତୁ ଖରାପ ଖବର ଏହା ଯେ, ଆମେ କୌଣସି ଚୁକ୍ତିରେ ପହଞ୍ଚି ପାରିଲୁ ନାହିଁ ବୋଲି ସେ କହିଛନ୍ତି। ଏଥିସହ ଭେନ୍ସ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ନିଜର ’ରେଡ ଲାଇନ’ (Red Line) ବା ସୀମା ନିର୍ଦ୍ଧାରଣ କରିସାରିଥିଲା, କିନ୍ତୁ ଇରାନର ପ୍ରତିନିଧି ଦଳ ସେହି ସର୍ତ୍ତଗୁଡ଼ିକୁ ଗ୍ରହଣ କଲେ ନାହିଁ।

ଶନିବାର ଦିନ ଉଭୟ ପକ୍ଷ ଇସଲାମାବାଦରେ ପହଞ୍ଚିଥିଲେ। ଏହି ବାର୍ତ୍ତାରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନେ ଯେମିତିକି ଆମେରିକା ପକ୍ଷରୁ ଉପରାଷ୍ଟ୍ରପତି ଜେଡି ଭେନ୍ସ, ସ୍ବତନ୍ତ୍ର ଦୂତ ଷ୍ଟିଭ ୱିଟକଫ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନର୍‌ ପ୍ରମୁଖ ସାମିଲ ଥିବା ବେଳେ ଇରାନ ପକ୍ଷରୁ ସଂସଦ ଅଧ୍ୟକ୍ଷ ମହମ୍ମଦ ବାଘେର ଘାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି।
ସୂଚନାଯୋଗ୍ୟ, ମାତ୍ର ଚାରି ଦିନ ପୂର୍ବରୁ ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ହୋଇଥିଲା। କିନ୍ତୁ ଏହି ଶାନ୍ତି ବାର୍ତ୍ତା ବିଫଳ ହେବା ପରେ ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ବଢିବା ଆଶଙ୍କା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?