ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ ଆବେଲଙ୍କ ଦୁଇଶତ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ନରଓ୍ବେ ସରକାର ୨୦୦୨ ମସିହାରେ ଏହାକୁ ପ୍ରଚଳନ କରିଛନ୍ତି। ସ୍ବଳ୍ପ ଜୀବନକାଳ (୨୭ ବର୍ଷ) ମଧ୍ୟରେ ଆବେଲ ଗଣିତରେ କାଳଜୟୀ କାର୍ଯ୍ୟ କରିଯାଇଥିଲେ। ସାଧାରଣ ପଞ୍ଚଘାତୀ ସମୀକରଣର ସମାଧାନ ସମ୍ଭବ ନୁହେଁ ବୋଲି ସେ ପ୍ରମାଣ କରିଦେଇଥିଲେ। ଇଲିଫଟିକ୍‌ ଫଳନ ଏବଂ ଆବେଲୀୟ ଫଳନରେ ତାଙ୍କର ଶ୍ରେଷ୍ଠ ଅବଦାନ ରହିଛି।
ଆବେଲ ପୁରସ୍କାର ପ୍ରତିବର୍ଷ ସର୍ବାଧିକ ତିନିଜଣ ଗଣିତଜ୍ଞଙ୍କୁ ପ୍ରଦାନ କରାଯାଇଥାଏ। ଗଣିତର ନିର୍ଦ୍ଦିଷ୍ଟ କ୍ଷେତ୍ର, ଗଣିତଜ୍ଞମାନଙ୍କର ଭୌଗୋଳିକ ଅଞ୍ଚଳ କିମ୍ବା ବୟସ୍କ ନିର୍ବିଶେଷରେ ଏହା ଦିଆଯାଇଥାଏ। ପୁରସ୍କାରରେ ୭.୫ ନିୟୁତ ନରଓ୍ବେ କ୍ରୋନ୍‌ର (୭,୮୦,୦୦୦ ଆମେରିକୀୟ ଡଲାର) ପ୍ରଦାନ କରାଯାଏ। ଏପର୍ଯ୍ୟନ୍ତ ୨୯ ଜଣ ଗଣିତଜ୍ଞଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।
ଚଳିତ ବର୍ଷ ପାଇଁ ଜର୍ମାନୀର ଗଣିତଜ୍ଞ ଜର୍ଡ ଫାଲଟିଂସଙ୍କୁ ଏହି ପୁରସ୍କାର ପ୍ରଦାନ ପାଇଁ ଗତ ମାସ ୧୯ ତାରିଖରେ ନରଓ୍ବେ ବିଜ୍ଞାନ ଓ ସାହିତ୍ୟ ଏକାଡେମୀ ଘୋଷଣା କରିଛି। ସେ ମୋର୍ଡେଲଙ୍କ ଅନୁମାନକୁ ପ୍ରମାଣ କରିଥିବାରୁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସଂଖ୍ୟାତତ୍ତ୍ୱ ସହ ଜ୍ୟାମିତିକୁ ମିଶାଇ ସେ ଏହି ସଫଳତା ପାଇଥିଲେ।
ମୋର୍ଡେଲ ଅନୁମାନ ଡାଇଓଫାଣ୍ଟୀୟ ସମୀକରଣ ଉପରେ ପର୍ଯ୍ୟବସିତ। ତୃତୀୟ ଶତାବ୍ଦୀର ଗ୍ରୀକ୍‌ ଗଣିତଜ୍ଞ ଡାଇଓଫାଣ୍ଟିନ୍‌ ଅଜଣା ସଂଖ୍ୟାଗୁଡ଼ିକର ସମଷ୍ଟି ଓ ଘାତକୁ ନେଇ କେତେଗୁଡ଼ିଏ ସମୀକରଣ ପ୍ରକାଶ କରିଥିଲେ, ଯାହାର ସମାଧାନ ପରିମେୟ ସଂଖ୍ୟା ହେବ। ଯେଉଁ ସଂଖ୍ୟାକୁ ଦୁଇଟି ପୂର୍ଣ୍ଣସଂଖ୍ୟାର ଅନୁପାତ ଭାବରେ ପ୍ରକାଶ କରିହୁଏ, ତାକୁ ପରିମେୟ ସଂଖ୍ୟା କୁହାଯାଏ। ସମସ୍ତ ପୂର୍ଣ୍ଣସଂଖ୍ୟା ଓ ଭଗ୍ନାଂଶ ହେଉଛି ଏହାର ଅନ୍ତର୍ଗତ। ଅଧିକ ଜଣାଶୁଣା ପିଥାଗୋରସ ଉପପାଦ୍ୟ ହେଉଛି ଗୋଟିଏ ଡାଇଓଫାଣ୍ଟୀୟ ସମୀକରଣ, ଯାହାର କେତେଗୁଡିଏ ପୂର୍ଣ୍ଣସଂଖ୍ୟାଭିତ୍ତିକ ସମାଧାନ ଅଛି। ଅନ୍ୟ ଗୋଟିଏ ପ୍ରସିଦ୍ଧ ଡାଇଓଫାଣ୍ଟୀୟ ସମୀକରଣକୁ ନେଇ ଫର୍ମାଙ୍କ ଶେଷ ଉପପାଦ୍ୟ ଅଛି।
ଯୁକ୍ତରାଷ୍ଟ୍ର ଆମେରିକାର ଗଣିତଜ୍ଞ ଲୁଇସ ମୋର୍ଡେଲ ୧୯୨୨ ମସିହାରେ ପ୍ରକାଶ କଲେ ଯେ କେତେକ ନିର୍ଦ୍ଦିଷ୍ଟ ଡାଇଓଫାଣ୍ଟୀୟ ସମୀକରଣ ପାଇଁ ପରିମେୟ ସମାଧାନ ହେଉଛି ସୀମିତ। କିନ୍ତୁ ସେ ଏହାର ଗାଣିତିକ ପ୍ରମାଣ ଦେଇ ପାରି ନ ଥିଲେ। ଏହାର ପ୍ରାୟ ୬୦ ବର୍ଷ ପରେ ଫାଲଟିଂସ ୧୯୮୩ ମସିହାରେ ଏହି ଅନୁମାନକୁ ପ୍ରମାଣ କଲେ ଏବଂ ଏହାପରେ ଏହା ‘ଫାଲ୍‌ଟିଂସ ପ୍ରମେୟ’ ଭାବରେ ଜଣାଗଲା। ଏହି କୃତି ପାଇଁ ତାଙ୍କୁ ୧୯୮୬ ମସିହାରେ ଫିଲ୍‌ଡସ ପଦକ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଗଣିତରେ ଉଲ୍ଲେଖନୀୟ କୃତି ପାଇଁ ୪୦ ବର୍ଷରୁ କମ୍‌ ବୟସ୍କ ଯୁବ ଗଣିତଜ୍ଞଙ୍କୁ ପ୍ରତି ଚାରି ବର୍ଷରେ ଏହି ପୁରସ୍କାର ଦିଆଯାଇଥାଏ। ଫାଲ୍‌ଟିଂସଙ୍କୁ ଚଳିତବର୍ଷ ମେ’ ୨୬ରେ ନରଓ୍ବେର ଓସ୍‌ଲୋଠାରେ ଆବେଲ ପୁରସ୍କାର ପ୍ରଦାନ କରାଯିବ।
ଜର୍ଡ଼ ଫାଲ୍‌ଟିଂସ ଜର୍ମାନୀର ଜେଲସେଙ୍କିଟେନଠାରେ ୧୯୫୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସ୍କୁଲରେ ପଢ଼ୁଥିବା ସମୟରେ ସେ ଜାତୀୟ ଗଣିତ ପ୍ରତିଯୋଗିତାରେ ଦୁଇଥର ବିଜୟୀ ହୋଇଥିଲେ। ସେ ମୁନଷ୍ଟେର ବିଶ୍ୱବିଦ୍ୟାଳୟରେ ଗଣିତ ଓ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରି ୧୯୭୮ ମସିହାରେ ଗଣିତରେ ପିଏଚ୍‌ଡି ଡିଗ୍ରୀ ଲାଭ କରିଛନ୍ତି। ସେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପରିଦର୍ଶନ ଛାତ୍ର ଭାବେ ଅଧ୍ୟୟନ କରିଥିଲେ। ସେ ୧୯୭୯ ମସିହାରେ ମୁନେଷ୍ଟର ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇ ୨୧ ବର୍ଷ ବୟସରେ ଉପରତାଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ ନିଯୁକ୍ତି ପାଇଲେ। ସେ ୧୯୮୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରିନ୍‌ସଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ଯୋଗ ଦେଲେ ଏବଂ ୧୯୯୪ ମସିହାରେ ସେଠାରୁ ଫେରି ବନ୍‌ସ୍ଥିତ ମାକ୍‌ସ ପ୍ଲାଙ୍କ ଗଣିତ ପ୍ରତିଷ୍ଠାନରେ ଗବେଷଣା ଓ ଅଧ୍ୟାପନା କରୁଛନ୍ତି। ସେ ୨୦୨୩ ମସିହାରୁ ସେଠାରେ ନିର୍ଦ୍ଦେଶକ ଏମିରେଟ୍‌ସ ଭାବରେ କାର୍ଯ୍ୟରତ ଅଛନ୍ତି। ସେ ୧୯୮୪ରେ ଆଞ୍ଜେଲିନା ସିମେଲ୍‌ଙ୍କୁ ବିବାହ କରିଥିଲେ ଏବଂ ୨୦୧୧ ମସିହାରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ତାଙ୍କର ଦୁଇ ଜଣ କନ୍ୟା ସନ୍ତାନ ଅଛନ୍ତି।
ଗଣିତରେ କୃତି ପାଇଁ ଫାଲ୍‌ଟିଂସଙ୍କୁ ଅନେକ ସମ୍ମାନ ଓ ପୁରସ୍କାର ମିଳିଛି। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ରହିଛି- ଡାନି ହେଇନମାନ ପୁରସ୍କାର (୧୯୮୩), ଫିଲ୍‌ଡସ ପଦକ (୧୯୮୬), ଗୁଗେନହେମ୍‌ ଫେଲୋସିପ (୧୯୮୮-୮୯), ଭନ୍‌ ଷ୍ଟାଉଟ ପୁରସ୍କାର (୨୦୦୮), ହିଞ୍ଜ ଗୁମିନ ପୁରସ୍କାର (୨୦୧୦), ସାଓ ପୁରସ୍କାର (୨୦୧୫) ଏବଂ ଆବେଲ ପୁରସ୍କାର (୨୦୨୬)।

ଇଂ. ମାୟାଧର ସ୍ବାଇଁ
-୭୦ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?