ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ ବିରୋଧ କରିଆସୁଛନ୍ତି। ମାତ୍ର ଏହି ବିରୋଧକୁ ବେଦାନ୍ତ କମ୍ପାନୀ ଖାତିର ନ କରି ଜିଲା ପ୍ରଶାସନ ଏବଂ ପୋଲିସ ସହାୟତାରେ ସେଠାରେ ଜୋର୍‌ ଜବରଦସ୍ତ ରାସ୍ତା ନିର୍ମାଣ କରିବା ପାଇଁ ଚେଷ୍ଟା ଚଳାଇଛି। ଏହି ଘଟଣାକୁ ନେଇ ଗତ ମଙ୍ଗଳବାର ସେଠାରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ରାଜ୍ୟର ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଏହି ବିଷୟରେ ଯେଭଳି ଢଙ୍ଗରେ ବିରୋଧ କରାଯିବା କଥା ତାହା କରାଯାଉନାହିଁ। ସମସ୍ତେ ଏହି ଘଟଣାରେ ମୁହଁରେ ତୁଣ୍ଡି ବାନ୍ଧି ଦେଇଥିବା ଭଳି ଲକ୍ଷ୍ୟ କରାଯାଉଛି।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ପକ୍ଷରୁ ଏହି କଥାକୁ ନେଇ ରାଜ୍ୟସ୍ତରର କୌଣସି ନେତା ମୁହଁ ଖୋଲୁନାହାନ୍ତି। ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଥର ଖବରଦାତା ସମ୍ମିଳନୀ କରୁଥିବା ବିଜେଡି ନେତାମାନେ ସିଜିମାଳିରେ ଆଦିବାସୀଙ୍କ ଉପରେ ଆକ୍ରମଣ ବିଷୟରେ ଯେମିତି କିଛି ଜାଣିନାହାନ୍ତି ସେମିତି ଅଛନ୍ତି। ମିଳିଥିବା ଖବର ଅନୁଯାୟୀ, ବିଜେଡିର କେତେଜଣ ଆଗଧାଡ଼ିର ନେତା ସିଜିମାଳି ଗସ୍ତକରି ଆଦିବାସୀମାନଙ୍କ ଉପରେ କରାଯାଉଥିବା ଆକ୍ରମଣ ଘଟଣାକୁ ବିରୋଧ କରିବା ଲାଗି ଦଳର ସଭାପତିଙ୍କଠାରୁ ଅନୁମତି ଲୋଡ଼ିଥିଲେ। ମାତ୍ର ଦଳ ପକ୍ଷରୁ କୌଣସି ପ୍ରକାର ଅନୁମତି ନ ମିଳିବା ପରେ ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏକାକୀ ସିଜିମାଳି ଗସ୍ତକରି ଆଦିବାସୀମାନଙ୍କ ମେଳିରେ ସାମିଲ ହୋଇଥିଲେ। ଏଥିଯୋଗୁ ନବୀନ ନିବାସରେ ଚିନ୍ତା ଘାରିଲା। ଜିଲାସ୍ତରକୁ ନିର୍ଦ୍ଦେଶ ଦିଆଗଲା ସ୍ଥାନୀୟ କେତେଜଣ ନେତା ପ୍ରଭାବିତ ଅଞ୍ଚଳ ଗସ୍ତ କରନ୍ତୁ। ସେମାନଙ୍କୁ କୁହାଗଲା, ସାଧାରଣରେ ବାର୍ତ୍ତା ଦେବାକୁ ଯେ ବିଜେଡି କୌଣସି ଭାବେ ବେଦାନ୍ତକୁ ସମର୍ଥନ କରୁନାହିଁ। ବିଜେଡି ସଭାପତି ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଅନେକ କଥାରେ ସକ୍ରିୟ ଥିଲେ ସୁଦ୍ଧା ଏହି ଘଟଣାକୁ ନେଇ କିଛି ଲେଖିବାକୁ ଇଚ୍ଛା କରିନାହାନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେବା ସମୟରେ ବିଜେଡି ରାଜ୍ୟରେ ସରକାରରେ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଆଦିତ୍ୟ ବିର୍ଲା କମ୍ପାନୀର ଉତ୍କଳ ଆଲୁମିନା ଏହି ଅଞ୍ଚଳରେ ବକ୍ସାଇଟ୍‌ ଖନନ କରୁଛି। ସେହି କମ୍ପାନୀ ମଧ୍ୟ ଜନବିରୋଧୀ କାର୍ଯ୍ୟ କରୁଥିବା ହେତୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅନେକ ବିରୋଧର ସମ୍ମୁଖୀନ ହୋଇଆସିଛି।
କୋରାପୁଟ ଏବଂ ରାୟଗଡ଼ା ଜିଲାରେ ସବୁବେଳେ କଂଗ୍ରେସ ପ୍ରତି ଜନସମର୍ଥନ ଭଲ ରହିଆସିଛି। ଲଗାତର ୨୦୧୯ରୁ କୋରାପୁଟ ଲୋକ ସଭା ଆସନ କଂଗ୍ରେସ ଦଖଲରେ ରହିଛି। ଅର୍ଥାତ୍‌ ଓଡ଼ିଶାର ୨୧ ଲୋକ ସଭା ଆସନରୁ କଂଗ୍ରେସ ଏହି ଜିଲାରୁ ଏକମାତ୍ର ଏମ୍‌ପି ପାଇପାରିଛି। ରାୟଗଡ଼ାରେ ମଧ୍ୟ କଂଗ୍ରେସର ସ୍ଥିତି ଅନ୍ୟ ଜିଲାଗୁଡ଼ିକ ତୁଳନାରେ ଭଲ। ହେଲେ ସେଠାକାର ଏତେବଡ଼ ଏକ ଘଟଣାରେ କଂଗ୍ରେସ ରାଜ୍ୟସ୍ତରରେ କିଛି ପାଟି ଖୋଲୁନାହିଁ। କେବଳ ଏକ ଟିମ୍‌ ଗଠନ କରିଦେଇ ଦଳ ସେଠାର ରିପୋର୍ଟ ଦେବାକୁ କହିଛି। ମାତ୍ର ଯେଉଁ କମିଟି ଗଠନ ସମ୍ପର୍କିତ ବିଜ୍ଞପ୍ତି କଂଗ୍ରେସ ଜାରି କରିଛି ସେଥିରେ କୌଣସି ସ୍ଥାନରେ ବେଦାନ୍ତ ପକ୍ଷରୁ ଖଣି ଲିଜ୍‌ ପାଇଁ ଏମିତି ଘଟୁଛି ତା’ର ରିପୋର୍ଟ ଦିଅ ବୋଲି କୁହାଯାଇନାହିଁ। କେବଳ ଧର୍ମକୁ ଆଖିଠାର ଭଳି ଏକ ଚିଠି କଂଗ୍ରେସ କରି କେତେଜଣ ନେତାଙ୍କୁ ପଠାଇଦେଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ୨ ବିରୋଧୀ ଦଳର ନୀରବତା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri