Posted inଖେଳ

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର ଚତୁର୍ଥ ମ୍ୟାଚ୍‌ରେ ତୃତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ୍‌ ଲାଗି ଚତୁର୍ଥ ମ୍ୟାଚ୍‌ରେ ତୃତୀୟ ପରାଜୟ। ବୃନ୍ଦାବନରେ ଘଟିଥିବା ବୋଟ୍‌ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପଞ୍ଜାବ ଦଳର ଖେଳାଳିମାନେ ି କଳା ରଙ୍ଗର ଆର୍ମବ୍ୟାଣ୍ଡ ପିନ୍ଧିଥିଲେ।

ପାଇ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌କୁ ଅଭିଷେକ ଶର୍ମା ଓ ଟ୍ରାଭିସ ହେଡ୍‌ ବିସ୍ଫୋରକ ଆରମ୍ଭ ପ୍ରଦାନ କରିଥିଲେ। ଦୁହେଁ ପାଓ୍ବରପ୍ଲେ ଶେଷ ସୁଦ୍ଧା ଦଳୀୟ ସ୍କୋରକୁ ୧୦୫ ରନରେ ପହଞ୍ଚିବା ସହ ୮ ଓଭରରେ ୧୨୦ ରନ ଯୋଡ଼ିଥିଲେ। ନବମ ଓଭରରେ ପାର୍ଟ ଟାଇମ ବୋଲର ଶଶାଙ୍କ ସିଂ ଦୁଇ ଓପନରଙ୍କୁ ପାଭିଲିଅନ ପଠାଇଥିଲେ। ହେଡ୍‌ ୨୩ ବଲରେ ୩୮ (୫ ଚୌକା ଓ ୧ ଛକା) ଓ ଅଭିଷେକ ୨୮ ବଲରେ ୭୪ (୫ ଚୌକା ଓ ୮ ଛକା) ରନ କରି ଆଉଟ୍‌ ହୋଇଥିଲେ।

ଅଧିନାୟକ ଇଶାନ କିଶନ ୧୭ ବଲରେ ୨୭ (୩ ଚୌକା ଓ ୧ ଛକା), ହେନରିକ୍‌ କ୍ଲାସେନ ୩୩ ବଲରେ ୩୯ (୧ ଲେଖାଏ ଚୌକା ଓ ଛକା) ଓ ଅନିକେତ ବର୍ମା ୯ ବଲରେ ୧୮ (୧ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ଫଳରେ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୧୯ ରନ କରିଥିଲା। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ଓ ଶଶାଙ୍କ ସିଂ ୨ ଲେଖାଏ ଉଇକେଟ ନେଇଥିଲେ।

ଜବାବରେ ପଞ୍ଜାବକୁ ପ୍ରିୟାଂଶ ଆର୍ଯ୍ୟ ଓ ପ୍ରଭସିମରନ ସିଂ ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୁହେଁ ୬.୨ ଓଭରରେ ଦଳୀୟ ସ୍କୋରକୁ ୯୯ ରନରେ ପହଞ୍ଚାଇଥିଲେ। ପ୍ରିୟାଂଶ (୨୦ ବଲ, ୫୭ ରନ, ୫ ଲେଖାଏ ଚୌକା ଓ ଛକା) ଓ ପ୍ରଭସିମରନ (୨୫ ବଲ, ୫୧ ରନ୍‌, ୪ ଲେଖାଏ ଚୌକା ଓ ଛକା) ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ୍‌ ହୋଇଥିଲେ। ଦୁହିଁଙ୍କୁ ଶିବାଙ୍ଗ କୁମାର ଆଉଟ୍‌ କରିଥିଲେ। କୁପର କନୋଲୀ (୧୧) ଓ ନେହାଲ ଓ୍ବାଧେରା (୧୪) ଫେଲ୍‌ ମାରିଥିଲେ। ଏହାପରେ ଶଶାଙ୍କ ସିଂ(୧୬)ଙ୍କ ସହ ମିଶି ଅଧିନାୟକ ଶ୍ରେୟସ ଆୟାର ଦଳକୁ ଜିତାଇଥିଲେ। ପଞ୍ଜାବ ୧୮.୫ ଓଭରରେ ୪ ଉଇକେଟ ହରାଇ ୨୨୩ ରନ କରି ମ୍ୟାଚ୍‌ ଜିତି ନେଇଥିଲା। ଆୟାର ୩୩ ବଲରେ ୫ ଲେଖାଏ ଚୌକା ଓ ଛକା ସହିତ ୬୯ ରନ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri