ଏଇ ଭାରତରେ

ପ୍ଲାଷ୍ଟିକ୍‌ ବୋତଲରେ ଘର ନିର୍ମାଣ କରି ପରିବେଶ ପ୍ରଦୂଷଣ ରୋକିବାରେ ଅଭିନବ ଉପାୟ ଆପଣାଇଛନ୍ତି ଓରଙ୍ଗାବାଦ୍‌ର ନମିତା କାପାଡେ ଏବଂ କଲ୍ୟାଣୀ ଭାରମ୍ବେ। ଘରକାନ୍ଥ ନିର୍ମାଣ କରିବାରେ ୧୬,୦୦୦ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରାଯାଇଛି। ନମିତା ଆର୍ଟ ଆଣ୍ଡ୍‌ ଡିଜାଇନ ଓ କଲ୍ୟାଣୀ ଫାଇନ୍‌ ଆର୍ଟରେ ଡିଗ୍ରୀ ହାସଲ କରିଛନ୍ତି। ବୋତଲରେ ମାଟି ଭର୍ତ୍ତିକରି ପ୍ଲାଷ୍ଟିକ୍‌ ଇଟା ନିର୍ମାଣ କରାଯାଇଛି। ଓରଙ୍ଗାବାଦ୍‌ର ସରକାରୀ ଇଞ୍ଜିନିୟରିଂ କଲେଜରେ ସେ ଇଟା ପରୀକ୍ଷା କରାଯିବା ପରେ ଏହି ଘରେ ବ୍ୟବହାର କରାଯାଇଛି। ଏହିସବୁ ବୋତଲ ସେମାନେ ଓରଙ୍ଗାବାଦ୍‌ର ବର୍ଜ୍ୟ ସଂଗ୍ରହକାରୀ, ହୋଟେଲ ଏବଂ ଗ୍ରୋସେରି ଦୋକାନରୁ ସଂଗ୍ରହ କରୁଛନ୍ତି। ବର୍ଜ୍ୟ ସଂଗ୍ରହ କରୁଥିବାରୁ ନମିତାଙ୍କୁ ଲୋକେ ପ୍ରଥମେ ବୋତଲବାଲି କିମ୍ବା ପ୍ଲାଷ୍ଟିକ୍‌ବାଲି ଡାକୁଥିଲେ। ହେଲେ ସେ ଏହାକୁ ଖାତିର ନ କରି ଏବେ ଯେଉଁ ଘର ନିର୍ମାଣ କରିଛନ୍ତି ତାହାକୁ ଅନ୍ୟମାନେ ପ୍ରଶଂସା କରୁଛନ୍ତି। ସେ ପ୍ଲାଷ୍ଟିକ୍‌ ବୋତଲରେ ନିର୍ମିତ ଇଟାକୁ ଉପରକୁ ଉପର ରଖି ସେଗୁଡ଼ିକୁ ଗୋବର ଓ ମାଟିରେ ଯୋଡ଼େଇ କରୁଛନ୍ତି। ଘରର ଛାତ ବାଉଁଶ ଓ କାଠରେ କରାଯାଇଛି। ଘରଟି ୧୦ ମାସରେ ସମ୍ପୂର୍ଣ୍ଣ ହୋଇଛି। ଏହି ଘର ଲାଗି ଖର୍ଚ୍ଚ ହୋଇଛି ୭ ଲକ୍ଷ ଟଙ୍କା । ଏହି ଦୁଇ ବାନ୍ଧବୀ ଅଧିକ ଘର ନିର୍ମାଣ କରିବା ଯୋଜନା କରିଛନ୍ତି। ନମିତା କହନ୍ତି, ଏହି ଘରେ ଖରାଦିନେ ଏୟାରକଣ୍ଡିଶନର ଆବଶ୍ୟକ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri