ଅବସର ପରେ ଭଲ ଲାଗୁନି

ଦିନେ ସନ୍ଧ୍ୟାବେଳେ ମୁଁ ଓ ମୋର ବନ୍ଧୁ ଏକ ପାର୍କ ପାଖରେ ବୁଲୁଥିବାବେଳେ ଜଣେ ବାବୁଙ୍କ ସହିତ ଦେଖାହେଲା। ବାବୁଙ୍କୁ ପଚାରିଲି ଆପଣ କେମିତି ଅଛନ୍ତି ? ବାବୁ କହିଲେ, ଅବସର ପରେ କିଛି ଭଲ ଲାଗୁନି। ମୁଁ କହିଲି ଏତେ ବର୍ଷ କାମ କଲେ, ଟିକେ ବିଶ୍ରାମ ନିଅନ୍ତୁ, ପରିବାର ସହିତ ସମୟ କାଟନ୍ତୁ ।
ବାବୁ କହିଲେ, ଆଗରୁ କେତେ ଲୋକ ମୋ ପାଖକୁ ଆସୁଥିଲେ, କିନ୍ତୁ ଏବେ କେହି ଆସୁନାହାନ୍ତି। ଚେଷ୍ଟା କରୁଛି ଯଦି କୌଣସି ସଂସ୍ଥାରେ କିଛି ନିଯୁକ୍ତି ମିଳିଯାଆନ୍ତା ତେବେ ଭଲ ଲାଗନ୍ତା। ତା’ପରେ ବାବୁଙ୍କ ପାଖରୁ ବିଦାୟ ନେଇ ମୁଁ ଓ ମୋର ବନ୍ଧୁ ଘରକୁ ଆସିବା ସମୟରେ ବନ୍ଧୁ ପଚାରିଲେ, ବାବୁ ଜଣକ ଅବସର ପରେ ପୁଣି ଚାକିରି କରିବାକୁ ଆଗ୍ରହୀ ଅଛନ୍ତି। ଶିକ୍ଷିତ ଯୁବତୀଯୁବକମାନେ ଚାକିରିକୁ ଅନେଇ ବସିଛନ୍ତି କିନ୍ତୁ କେତେକ କ୍ଷେତ୍ରରେ ଦେଖିବାକୁ ମିଳେ ଅବସର ପରେ କିଛି ଲୋକ ପୁଣି ନିଯୁକ୍ତି ପାଉଛନ୍ତି। ଏହା କେତେଦୂର ଠିକ୍‌। ମୁଁ କହିଲି, ତୋ’ ପ୍ରଶ୍ନ ଶୁଣି ମୋର ଗୋଟେ କଥା ମନେପଡୁଛି। ଥରେ ଆଖୁ ରସ ପିଇବାକୁ ମୁଁ ଛିଡ଼ା ହୋଇଥାଏ, ଆଖୁରସ ବିକୁଥିବା ବ୍ୟକ୍ତିଟି କେତେ ଖଣ୍ଡ ନିର୍ଦ୍ଦିିଷ୍ଟ ଆଖୁକୁ ଏକାଧିକ ଥର ମେଶିନରେ ପୂରାଉଥାଏ।
ମୁଁ ତାଙ୍କୁ କହିଲି, ସେହି ଆଖୁଖଣ୍ଡକୁ ବାରମ୍ବାର ମେଶିନରେ ପୂରାଉଛ, ଆଉ କ’ଣ ତା’ ଭିତରେ ରସ ଅଛି? ସେ କହିଲେ, ଆଖୁର କେତେ ରସ ଅଛି ମୁଁ ଜାଣିଛି। ସେଥିପାଇଁ ବାରମ୍ବାର ମେଶିନରେ ପୂରାଇ ରସ କାଢୁଛି। ଆଖୁ ବିକୁଥିବା ଲୋକର କଥାକୁ ଉଦାହରଣ ଦେଇ ବନ୍ଧୁଙ୍କୁ କହିଲି, ଆମକୁ ବୁଝିବାକୁ ପଡ଼ିବ ଯେ ଯେଉଁ ସଂସ୍ଥା ଅବସର ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଚାକିରି ଦେଉଛନ୍ତି ସେମାନେ ଜାଣିଥିବେ, ଏହାର କାରଣ କ’ଣ ଓ କେତେ ଦୂର ଠିକ୍‌।
ଆମେ ଯେମିତି ବ୍ୟବହାର କରିବା, ସେହି ପ୍ରକାର ଆମକୁ ମିଳିବ। କିନ୍ତୁ ସେ ବାବୁ ଜଣକ ଯାହା କହିଲେ, ତାଙ୍କ କଥାକୁ ନେଇ କିଛି ଲେଖିବାକୁ ଚେଷ୍ଟା କରିଛି। ସେ କହିଲେ, ଅବସର ପରେ ଭଲ ଲାଗୁନିର ମୁଖ୍ୟ କାରଣ ହେଉଛି କେହି କଥା ହେବାକୁ ଆସୁନାହାନ୍ତି ।
ଆଗ ଭଳି କେହି ଆଉ ବାବୁଙ୍କ କଥାକୁ ସମ୍ମାନ ଦେଉ ନାହାନ୍ତି। ବାବୁ ଚାକିରି କରିଥିଲେ ବୋଲି ଅବସର କଥା କହୁଛନ୍ତି କିନ୍ତୁ ଯେଉଁମାନେ ଚାଷୀ, ବ୍ୟବସାୟୀ କିମ୍ବା ଚାକିରି କରିନାହାନ୍ତି ସେମାନଙ୍କର ଅବସର ଅଛି କି? ଯେତେବେଳେ ପଦବୀ ଥିଲା କାହାରି ସହିତ ଭଲ ସମ୍ପର୍କ ରଖିପାରିଲେ ନାହିଁ। ସମ୍ପର୍କୀୟ, ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଗାଁ ଲୋକଙ୍କ ପାଖରୁ ଦୂରେଇ ରହିଲେ, କାଳେ କିଏ ସାହାଯ୍ୟ ମାଗିବେ, କିଏ ଟଙ୍କା ମାଗିବେ। ଗାଁରେ କୌଣସି ସାମୂହିକ କାର୍ଯ୍ୟକ୍ରମ କିମ୍ବା ମନ୍ଦିର କିମ୍ବା କୌଣସି ଅନୁଷ୍ଠାନକୁ ସାହାଯ୍ୟ କରି ନ ଥିଲେ। କାହାରି ଦୁଃଖରେ ଛିଡ଼ା ହେବାକୁ ସମୟ ନ ଥିଲା, ସବୁବେଳେ ନିଜ ଚିନ୍ତା କରୁଥିଲେ କେମିତି ଭଲରେ ରହିବେ।
ବାବୁ ଅବସର ପରେ ଜାଣିଲେ ଯେ ଭାବର ଆଦାନପ୍ରଦାନ ନିହାତି ଦରକାର। ଚାକିରି କରିଥିବା ବେଳେ ଏମିତି ଭାବିଥିଲେ ଭଲ ହୋଇଥାନ୍ତା। ସେ ସମୟ ଏବେ ଆଉ ନାହିଁ। ଏବେ ସମୟ ଅତିବାହିତ କରିବା ପାଇଁ ଅନ୍ୟମାନଙ୍କୁ ଖୋଜିଲେ ଆଉ କିଏ ଦେଖାଦେବେ। ଶାସ୍ତ୍ର କହିଥାଏ ”ଏବେ କରିବା କର୍ମ ମାନ ଆଗକୁ ହୁଅ ସାବଧାନ“।
ଆମେ ଏମିତି ଅଭ୍ୟାସରେ ପଡ଼ିଗଲେଣି ଯେ ସବୁବେଳେ ଅନ୍ୟକୁ ଦେଖୁ କିନ୍ତୁ ନିଜକୁ ଦେଖୁନା। ଅନ୍ୟମାନେ ପରିବର୍ତ୍ତନ ହୁଅନ୍ତୁ କିନ୍ତୁ ନିଜକୁ ବଦଳାଇବା କଥା ଚିନ୍ତା କରୁନା। ସର୍ବଦା ନିଜ ଦୋଷ ଦେଖି ନିଜଠାରେ ପରିବର୍ତ୍ତନ ଆଣିପାରିଲେ ଶାନ୍ତିରେ ରହିବା ସମ୍ଭବ ହୋଇପାରିବ।
ବାବୁ ଜଣକ ଅତୀତରେ ନିଜକୁ ପରିବର୍ତ୍ତନ କରିପାରିଲେ ନାହିଁ କିନ୍ତୁ ଏବେ ଅନ୍ୟମାନେ କେମିତି ପରିବର୍ତ୍ତନ ହେବେ ଆଶା କରୁଛନ୍ତି।
କିଛି ବ୍ୟକ୍ତି ଯେତେବେଳେ କୌଣସି ପଦପଦବୀରେ ଥାଆନ୍ତି ସେମାନେ କ୍ଷମତାର ନିଶାରେ ନିଜର ଶକ୍ତି ଦେଖାଇ ଥାଆନ୍ତି । କିନ୍ତୁ ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ । ସମୟ ଓ ପରିସ୍ଥିତିକୁ ନେଇ ସବୁ କିଛି ପରିବର୍ତ୍ତନ ହୋଇଯାଏ ।
ଏହି ସମୟ ଚାଲିଯିବ, ଯାହାର ଅର୍ଥ ସଂସାରରେ କିଛି ସ୍ଥାୟୀ ନୁହେଁ । ଯେଉଁମାନେ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଭଲ କାର୍ଯ୍ୟରେ ଉପଯୋଗ କରିଥାନ୍ତି ସେମାନଙ୍କ ଜୀବନ ଧନ୍ୟ ହୁଏ । ସୁନ୍ଦର ଭାବରେ ବଞ୍ଚିବାକୁ ହେଲେ ଆବଶ୍ୟକତା ଅଛି ଏକ ସୁନ୍ଦର ସମ୍ପର୍କର । ନିଜର ମୂଲ୍ୟ ବୁଝିବା ସହିତ ଅନ୍ୟର ମଧ୍ୟ ମୂଲ୍ୟ ଅଛି ବୋଲି ଭାବିବା ମାନବିକତାର ପରିଚୟ।

– ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ : ୯୯୩୮୦୬୦୮୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri