ରୋଗ ରାଜନୀତି

 

କୋଭିଡ୍‌-୧୯ ସରିଗଲା ବୋଲି ଲୋକେ ଆଶ୍ୱସ୍ତ ହେଉଥିବା ବେଳେ ପୃଥିବୀର ବିଭିନ୍ନ ଭାଗରେ ଏହା ପୁଣି ମୁଣ୍ଡ ଟେକିଛି। ବିଶେଷକରି ଚାଇନାରେ ଏହା ଉଗ୍ରରୂପ ଧାରଣ କରି ଅନେକ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସେଠାରେ ମୃତ୍ୟୁସଂଖ୍ୟା ଏଭଳି ବଢ଼ିଛି ଯେ, ଶବ ପୋଡ଼ିବାକୁ ଶ୍ମଶାନରେ ଲୋକଙ୍କ ଧାଡ଼ି ଲାଗିଛି ଓ ଚିତାଭସ୍ମ ପାଇବା ପାଇଁ ଆତ୍ମୀୟସ୍ବଜନ ଚିରିକୁଟି ଧରି ଅନେକ ଘଣ୍ଟା ଅପେକ୍ଷା କରୁଛନ୍ତି ବୋଲି ଖବର ମିଳିଛି। ଅନ୍ୟପକ୍ଷରେ ଭାରତରେ କିଛି ମାସ ଧରି ଆକ୍ରାନ୍ତଙ୍କ ସଂଖ୍ୟା କମିଯିବା ପରେ ସମସ୍ତେ ଫୁଲାଫାଙ୍କିଆ ହୋଇ ବୁଲିଲେଣି। ସବୁ ଭାବିନେଲେ ଏହା ସାମାନ୍ୟ ରୋଗ ଓ କିଛି ଦିନ ରହିବା ପରେ ଚାଲିଯିବ। କିନ୍ତୁ ଚାଇନାର ସ୍ଥିତି ଦେଖିଲେ ଏହା ଏବେ ଘାତକ ସ୍ତରରେ ପହଞ୍ଚତ୍ୟାଇଛି। ଭାରତରେ ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇଛନ୍ତି ସେମାନେ ଭୟ କରିବାର ନାହିଁ ବୋଲି ସରକାରୀ ଭାବେ ଆଶ୍ୱାସନା ଦିଆଯାଇଥିଲା। ଏହା ସତ୍ତ୍ୱେ ଅନେକେ ବୁଷ୍ଟର ଡୋଜ୍‌ ନେଇନାହାନ୍ତି। ଏତଦ୍‌ବ୍ୟତୀତ ଗତ ଦୁଇବର୍ଷର ଅନୁଭୂତି କହିଦେଉଛି ଯେ, ଭାକ୍ସିନ୍‌ ନେଇଥିବା ଲୋକଙ୍କ ମଧ୍ୟରୁ କେତେକଙ୍କ ମୃତ୍ୟୁ ଘଟିଥିଲା। କୁହାଯାଉଥିଲା ଯେ, ଦୁଇ ଥର ଟିକା ନେଇଥିବା ନାଗରିକଙ୍କ ସ୍ଥିତି ସ୍ବାଭାବିକ ରହିବ। ଅର୍ଥାତ୍‌ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ କିମ୍ବା ମୃତ୍ୟୁ ଘଟିବ ନାହିଁ। ଏହି କଥାକୁ ଓଡ଼ିଶାରେ କେତେକ ଜଣାଶୁଣା ବ୍ୟକ୍ତିଙ୍କ ଦୁଃଖଦ ବିୟୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ପ୍ରମାଣ କରିଦେଇଛି। ଗତ ସପ୍ତାହରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୧୦ ଭାରତୀୟଙ୍କ ମଧ୍ୟରେ ୬ ଜଣ ବୁଷ୍ଟର ଡୋଜ୍‌ ନେବାକୁ ଅମଙ୍ଗ। କାରଣ ଯୁବବର୍ଗଙ୍କ ମଧ୍ୟରେ ଏହା ହୃଦ୍‌ଘାତକୁ ବଢ଼ାଇ ଦେଉଛି ବୋଲି ଭାରତରେ ୧୯,୦୦୦ ଲୋକଙ୍କ ଉପରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି।
ଚାଇନା ସ୍ଥିତିକୁ ଦେଖିଲେ ଭାରତ ସରକାର ଅନ୍ତର୍ଜାତୀୟ ବିମାନଯାତ୍ରୀଙ୍କ ପରୀକ୍ଷା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସମୟରେ ସବୁ ରାଜ୍ୟ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା, ଶାରୀରିକ ଦୂରତା ବଜାୟ ରଖିବା ସହ ସାନିଟାଇଜର ବ୍ୟବହାର କରିବା ଲାଗି କେନ୍ଦ୍ର ପକ୍ଷରୁ କୁହାଯାଇଥିଲେ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍ସରେ ସେଭଳି ସ୍ପଷ୍ଟତା ଆସିପାରି ନାହିଁ। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ’ ଯାତ୍ରାକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଅଧିକ ଟାର୍ଗେଟ କରିଥିବା ଦେଖାଯାଇଛି। ଭାରତ ଯୋଡ଼ୋ ବେଳେ ସହଯାତ୍ରୀମାନେ ଭିଡ଼ କରୁଥିବାରୁ ତାହା କୋଭିଡ୍‌-୧୯ ଭୂତାଣୁ ବୃଦ୍ଧି କରିବା ଆଶଙ୍କା ସୃଷ୍ଟି ହୋଇଥିବା କୁହାଯାଇଛି। ଏପରି କି କେତେଜଣ କେନ୍ଦ୍ରମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବିଷୟ ଉଲ୍ଲେଖ କରିଛନ୍ତି। ବାସ୍ତବରେ ଗତ କିଛିଦିନ ତଳେ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଶେଷ ହୋଇଥିଲା। ସେହି ନିର୍ବାଚନ ସଭା ଓ ଶୋଭାଯାତ୍ରାରେ ହୋଇଥିବା ଭିଡ଼ କେନ୍ଦ୍ରର ଭାଜପା ସରକାରଙ୍କୁ ଦେଖାଯାଇ ନ ଥିଲା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏବେ ପ୍ରସଙ୍ଗ ହେବା କଥା ଯେହେତୁ ଚାଇନା ଓ ଅନ୍ୟାନ୍ୟ କେତେକ ରାଷ୍ଟ୍ରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି, ତାହା ଯେଭଳି ଭାରତରେ ବିସ୍ତାରଲାଭ ନ କରିବ ସେହି ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ପ୍ରୟାସ କରିବା ଦରକାର। ଏଥିସହିତ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଅକ୍ସିଜେନ୍‌ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯିବା ସହ ଆବଶ୍ୟକ ଔଷଧ କିଭଳି ଆକ୍ରାନ୍ତଙ୍କ ନିକଟରେ ପହଞ୍ଚତ୍ପାରିବ ସେହି ଦିଗରେ ତତ୍ପରତା ବଢ଼ାଇବା ଆବଶ୍ୟକ। କିନ୍ତୁ କ୍ଷମତା ରାଜନୀତିରେ ମତ୍ତ ରାଜନୈତିକ ଦଳଗୁଡ଼ିକ ଦେଶର ମଙ୍ଗଳ ଚିନ୍ତା କରିବା ଅପେକ୍ଷା ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି, ଯାହା ଏକ ଖରାପ ପରମ୍ପରା ସୃଷ୍ଟି କରିଛି।
ବିଶ୍ୱ ପ୍ରେକ୍ଷାପଟରେ ଦେଖିଲେ ଭାରତ ଏବେ ଏଭଳି ଏକ ଦେଶ ପାଲଟିଯାଇଛି, ଯେଉଁଠାରେ ଅସ୍ବାଭାବିକ ପରିସ୍ଥିତିରୁ କିଭଳି ରାଜନୈତିକ ଫାଇଦା ଉଠାଇହେବ ସେ ଦିଗରେ ଅନେକେ ଧାବମାନ। କୋଭିଡ୍‌ର ଦ୍ୱିତୀୟ ଲହରରେ ଯେଭଳି ଭାବେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରୁ ବହୁ ସଂଖ୍ୟକଙ୍କ ଜୀବନ ଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସେଥିରୁ ବଞ୍ଚତ୍ୟାଇଥିବା ଓ ଆକ୍ରାନ୍ତ ହୋଇ ନ ଥିବା ବ୍ୟକ୍ତି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ। ରାଜନୈତିକ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କ ସକାଶେ ଦେଶବାସୀଙ୍କ ମଙ୍ଗଳ ଏକାନ୍ତ କାମ୍ୟ ହେବା କଥା। ହେଲେ ମହାମାରୀକୁ ରାଜନୀତି ଭିତରକୁ ଟଣାଯାଉଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ହେବା ଥୟ। ତେଣୁ ଆଉ ଏକ ବିପର୍ଯ୍ୟୟ ହେବା ପୂର୍ବରୁ ଶାସନ ଓ ପ୍ରଶାସନିକ ସ୍ତରରେ ଦେଶବାସୀଙ୍କ କଲ୍ୟାଣକୁ ଅଗ୍ରାଧିକାର ଦିଆଯିବା ଭଳି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।

କୋଭିଡ୍‌ର ଦ୍ୱିତୀୟ ଲହରରେ ଯେଭଳି ଭାବେ ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରୁ ବହୁ ସଂଖ୍ୟକଙ୍କ ଜୀବନ ଯାଇଥିବାର ଚିତ୍ର ଦେଖିବାକୁ ମିଳିଥିଲା, ସେଥିରୁ ବଞ୍ଚତ୍ୟାଇଥିବା ଓ ଆକ୍ରାନ୍ତ ହୋଇ ନ ଥିବା ବ୍ୟକ୍ତି ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲେ। ରାଜନୈତିକ ନେତୃତ୍ୱ ନେଉଥିବା ବ୍ୟକ୍ତିମାନଙ୍କ ସକାଶେ ଦେଶବାସୀଙ୍କ ମଙ୍ଗଳ ଏକାନ୍ତ କାମ୍ୟ ହେବା କଥା। ହେଲେ ମହାମାରୀକୁ ରାଜନୀତି ଭିତରକୁ ଟଣାଯାଉଥିବାରୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ହେବା ଥୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri