ମେକ୍ସିକୋ ସିଟି: ମେକ୍ସିକୋର ସୀମାନ୍ତ ରାଜ୍ୟ ତମାଉଲିପାସ୍ରେ ବୁଧବାର ରାତିରେ ସମଲିଙ୍ଗୀ ବିବାହକୁ ବୈଧ କରିବା ସମ୍ପର୍କିତ ଆଇନ ସପକ୍ଷରେ ମତଦାନ ହୋଇଛି। ଏହି ଆଇନକୁ ସ୍ବୀକୃତି ପ୍ରଦାନରେ ଏହା ହେଉଛି ମେକ୍ସିକୋର ୩୨ତମ ବା ଶେଷ ରାଜ୍ୟ।
ଡମାଉଲିପାସ୍ରେ ସମଲିଙ୍ଗୀ ବିବାହ ସମ୍ପର୍କିତ ସିଭିଲ୍ କୋଡ୍ରେ ସଂଶୋଧନ ସପକ୍ଷରେ ୨୩ ଓ ବିରୋଧରେ ୧୨ ଭୋଟ ପଡ଼ିଥିବାବେଳେ ୨ ମତଦାତା ଭୋଟ ଦେବାରୁ ବିରତ ରହିଥିଲେ। ଫଳାଫଳ ଆସିବା ପରେ ଏହି ଧରଣ ବିବାହର ସମର୍ଥକମାନେ ଖୁସିରେ ନାଚି ଉଠିଥିଲେ। କହିଥିଲେ, ‘ହଁ ଆମେ ପାରିବା’। ସୁପ୍ରିମକୋର୍ଟ ପ୍ରେସିଡେଣ୍ଟ ଜଷ୍ଟିସ୍ ଅର୍ଟୁରୋ ଜାଲଡିଭର ଏହାକୁ ସ୍ବାଗତ କରି କହିଛନ୍ତି, ସାରା ଦେଶ ଏକ ବିଶାଳ ଇନ୍ଦ୍ରଧନୁ ସହ ଚମକୁଛି। ସମସ୍ତ ନାଗରିକ ସମ୍ମାନ ଓ ଅଧିକାର ସହ ବଞ୍ଚନ୍ତୁ। ପ୍ରେମ ହେଉଛି ଜୀବନ। ଏହା ପୂର୍ବରୁ ଗୁଏରେରୋରେ ମଧ୍ୟ ସମାନ ଧରଣର ଆଇନକୁ ସ୍ବୀକୃତି ଦିଆଯାଇଥିଲା। ୨୦୧୫ରେ ମେକ୍ସିକୋ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହ ବିରୋଧୀ ଆଇନକୁ ଅସାମ୍ବିଧାନିକ ଘୋଷଣା କରିଥିଲେ। କିନ୍ତୁ କେତେକ ରାଜ୍ୟରେ ଏହି ରାୟର ଅନୁପାଳନ ଲାଗି ଆଇନ ପ୍ରଣୟନ ବିଳମ୍ବିତ ହୋଇଛି।
Posted inHome, Home Left, ଅନ୍ତର୍ଜାତୀୟ View All
୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…
ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...
ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ
କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...
ସରକାରୀ ଜମିକୁ ଜବରଦଖଲ କଲା ଘରୋଇ ଶିକ୍ଷାନୁଷ୍ଠାନ: ତାଲିଲେ ଗାଁ ଲୋକେ, ଦେଲେ ଏଭଳି ଚେତାବନୀ
ପାଟଣା,୨୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷା ଖୋରି ଆରଆଇ ସର୍କଲ ଅନ୍ତର୍ଗତ ଭାଲୁଘର ମୌଜାର ହୁଡ଼ି ଓ ସରକାରୀ ଜମିକୁ ବିବେକାନନ୍ଦ...
ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….
ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍ କୋ’କୁ ଟାର୍ଗେଟ୍ କରିଛନ୍ତି । କାହିଁକି...
ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ
ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...
ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି
ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...
ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ
ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...
ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର
ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...
Archives


