ଅଗଷ୍ଟରେ ବୃଦ୍ଧି ପାଇଛି ରପ୍ତାନି

ନୂଆଦିଲ୍ଲୀ,୧୫।୯: ଗତ କିଛି ମାସ ହେବ ଭାରତରେ ଉଭୟ ଆମଦାନୀ ଓ ରପ୍ତାନିରେ ସୁଧାର ପରିଲକ୍ଷିତ ହୋଇଛି। ଏପରିକି ଗତ ମାସ ଭଳି ଚଳିତ ମାସରେ ମଧ୍ୟ ଆମଦାନୀରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ରପ୍ତାନିରେ ସୁଧାର ସାଙ୍ଗକୁ ସାମାନ୍ୟ ବୃଦ୍ଧି ଘଟିଛି। ବୁଧବାର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭାରତର ରପ୍ତାନି କ୍ଷେତ୍ରରେ ୧.୬୨% ବୃଦ୍ଧି ହୋଇ ୩୩.୯୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିଭଳି ୨୦୨୨ ଅଗଷ୍ଟରେ ବାଣିଜ୍ୟ ନିଅଣ୍ଟ ଦ୍ୱିଗୁଣିତ ହୋଇ ୨୭.୯୮ ବିଲିୟନ ଡଲାରରେ ପହଞ୍ଚତ୍ଛି। ଏପରିକି ସଂଶୋଧିତ ତଥ୍ୟ ଅନୁସାରେ ଚଳିତ ବର୍ଷ ଅଗଷ୍ଟରେ ଆମଦାନୀ କ୍ଷେତ୍ର ୩୭.୨୮% ବୃଦ୍ଧି ହୋଇ ୬୧.୯ ବିଲିୟନ ଡଲାରରେ ପହଞ୍ଚତ୍ଛି। ସେହିପରି ସେପ୍ଟେମ୍ବର ୩ରେ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପ୍ରାଥମିକ ତଥ୍ୟରେ ଦର୍ଶାଯାଇଛି ଯେ ଅଗଷ୍ଟରେ ରପ୍ତାନି ୧.୧୫% ହ୍ରାସ ଘଟି ୩୩ ବିଲିୟନ ଡଲାରରେ ପହଞ୍ଚିଛ। ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷର (ଏପ୍ରିଲରୁ ଅଗଷ୍ଟ) ପ୍ରଥମ ୫ମାସ ମଧ୍ୟରେ ରପ୍ତାନି ୧୭.୬୮% ଅଭିବୃଦ୍ଧି ହୋଇ ୧୯୩.୫୧ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷର ୫ମାସରେ ଆମଦାନୀ ୪୫.୭୪% ବୃଦ୍ଧି ହୋଇ ୩୧୮ ବିଲିୟନ ଡଲାରରେ ପହଞ୍ଚିଛି।

ଗତ ବର୍ଷ ସମାନ ଅବଧିରେ ୫୩.୭୮ ବିଲିୟନ ଡଲାର ତୁଳନାରେ ଚଳିତ ଆର୍ଥିକ ବର୍ଷ (ଏପ୍ରିଲ-ଅଗଷ୍ଟ)ରେ ବାଣିଜ୍ୟ ନିଅଣ୍ଟ ୧୨୪.୫୨ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଗତ ବର୍ଷ ଅଗଷ୍ଟରେ ନିଅଣ୍ଟ ୧୧.୭୧ ବିଲିୟନ ଡଲାର ରହିଥିଲା। ଚଳିତ ବର୍ଷ ଅଗଷ୍ଟରେ ଅଶୋଧିତ ତୈଳ ଆମଦାନୀ ୮୭.୪୪% ବୃଦ୍ଧି ହୋଇ ୧୭.୭ ବିଲିୟନ ଡଲାରରେ ଥିବାବେଳେ ସୁନା ଆମଦାନୀ ପ୍ରାୟ ୪୭% ହ୍ରାସ ପାଇ ୩.୫୭ ବିଲିୟନ ଡଲାରରେ ପହଞ୍ଚତ୍ଛି। ଅପରପକ୍ଷରେ ଗତ ବର୍ଷ ସମାନ ମାସରେ ୧୫.୪୯ ମିଲିୟନ ଡଲାରରୁ ରୁପା ଆମଦାନୀ ୬୮୪.୩୪ ମିଲିୟନ ଡଲାରକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଆମଦାନୀ ମୂଲ୍ୟରେ ବୃଦ୍ଧି କୋଇଲା, କୋକ୍‌ ଏବଂ ବ୍ରିକେଟ୍‌ସ (୧୩୩.୬୪%ରୁ ୪.୫ ବିଲିୟନ ଡଲାର), ରାସାୟନିକ ପଦାର୍ଥ (୪୩%ରୁ ପ୍ରାୟ ୩ ବିଲିୟନ ଡଲାର) ଏବଂ ପନିପରିବା ତେଲ (୪୧.୫୫%ରୁ ପ୍ରାୟ ୨ ବିଲିୟନ ଡଲାର) ଭଳି ପ୍ରମୁଖ ଖଣିଜ ଗୋଷ୍ଠୀରେ ଦେଖାଯାଇଛି।
ସେହିପରି ରପ୍ତାନି ଦ୍ରବ୍ୟ ଯାହା ଅଗଷ୍ଟରେ ସକାରାତ୍ମକ ଅଭିବୃଦ୍ଧି ରେକର୍ଡ କରିଥିଲା ସେଥିରେ ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଚାଉଳ, ଖାଇବା ତେଲ, ଚା, କଫି ଏବଂ ରାସାୟନିକ ପଦାର୍ଥ ରହିଛି। ଏପରିିକି ପେଟ୍ରୋଲିୟମ ଉତ୍ପାଦ ରପ୍ତାନିରେ ୨୨.୭୬% ବୃଦ୍ଧି ହୋଇ ୫.୭୧ ବିଲିୟନ ଡଲାରରେ ପହଞ୍ଚିଛ।

ରାସାୟନିକ ପଦାର୍ଥ ଏବଂ ଫାର୍ମା ଶିପ୍‌ମେଣ୍ଟ ଯଥାକ୍ରମେ ୧୩.୪୭% ଏବଂ ୬.୭୬% ବୃଦ୍ଧି ହୋଇ ୨.୫୩ ଏବଂ ୨.୧୪ ବିଲିୟନ ଡଲାରରେ ପହଞ୍ଚିଛି। ଅଗଷ୍ଟରେ ନକାରାତ୍ମକ ଅଭିବୃଦ୍ଧି ରେକର୍ଡ କରିଥିବା କ୍ଷେତ୍ରଗୁଡିକରେ ଇଞ୍ଜିନିୟରିଂ (୧୪.୧୯% ରୁ ୮.୩ ବିଲିୟନ ଡଲାର), ରତ୍ନ ଏବଂ ଅଳଙ୍କାର (ପ୍ରାୟ ୩% ରୁ ୩.୩୩ ବିଲିୟନ ଡଲାର) ଏବଂ ସମସ୍ତ ପୋଷାକ (୦.୩୪% ରୁ ୧.୨୩ ବିଲିୟନ ଡଲାର) ଓ ପ୍ଲାଷ୍ଟିକ୍‌ ( ୧.୧୦% ରୁ ୭୪୭.୨୧ ମିଲିୟନ ଡଲାର)ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri