ଏଇ ଭାରତରେ

ବାଇକରେ ନୂଆ ଜାଗା ବୁଲିବା ସହ ରୋଜଗାରର ନୂଆ ତରିକା ସାମ୍ନାକୁ ଆଣିଛନ୍ତି କେରଳର ଜୀବିନ ମଧୁ। ଚାକିରି ନିଶାରେ ଘର ଛାଡ଼ି ବାଇକରେ ଭାରତର ୧୦ଟି ରାଜ୍ୟ, ନେପାଳ ଓ ମ୍ୟାନ୍‌ମାର ବୁଲିଛନ୍ତି ୨୪ ବର୍ଷୀୟ ଜୀବିନ । ମୋଟରେ ସେ ୧ ବର୍ଷ ୪ ମାସ ଓ ୧୭ଦିନ ବୁଲିବା ଭିତରେ ନିଆରା ଶୈଳୀରେ ରୋଜଗାର କରିଛନ୍ତି। ତାଙ୍କ ୟାମା ଏଫଜେ ବାଇକରେ ଏକ ଷ୍ଟଲ୍‌ କରି ଦିନକୁ ୫୦୦ରୁ ୬୦୦ ଟଙ୍କା ରୋଜଗାର କରୁଥିଲେ। ଏହା ବ୍ୟତୀତ ଯେଉଁ ଜାଗାକୁ ଯାଉଥିଲେ ସେଠାରେ କିଛି ଦିନ ପାଇଁ କାମ କରି ରୋଜଗାର କରୁଥିବା ପରେ ଅନ୍ୟ ସ୍ଥାନକୁ ଯାଉଥିଲେ। ସେ ତାଙ୍କ ବାଇକ୍‌ର ପଛ ଟପ୍‌ବକ୍ସ ଉପରେ କରିଥିବା ଫୁଡ ଷ୍ଟଲ୍‌ରେ ବ୍ରେଡ ଓମଲେଟ, ଚା, ନୁଡଲ୍ସ ଓ କେରଳମାତା ରାଇସରେ ପ୍ରସ୍ତୁତ ଅନ୍ନ ବିକ୍ରି କରୁଥିଲେ। ଏହି ରୋଜଗାରରେ ସେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି , ଏପରି କି ବାଇକ୍‌ ସଜାଡ଼ିବାରେ ୧୦,୦୦୦ ଟଙ୍କା ବ୍ୟୟ କରିଛନ୍ତି। ଏହି ଟ୍ରିପ୍‌ରେ ଜୀବିନ ସବୁ ସ୍ଥାନର ସଂସ୍କୃତି ସହ ପରିଚିତ ହୋଇପାରିଛନ୍ତି। ଏହି ଧାରାରେ ଜୀବିନ ତାଙ୍କ ବାଇକରେ ଥାଇଲାଣ୍ଡ ଯିବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri