Posted inଜାତୀୟ

ପିଏଚଡି ପାଠ୍ୟକ୍ରମରେ ରିସର୍ଚ୍ଚ ପେପର ପ୍ରକାଶିତ କରିବା ଜରୁରୀ ନୁହେଁ…

ନୂଆଦିଲ୍ଲୀ,୧।୯ : ପିଏଚଡି କରୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏବେ ସେମାନଙ୍କ ଥେସିସ୍‌ର ରିସର୍ଚ୍ଚ ପେପର ପ୍ରକାଶ କରିବା ବାଧ୍ୟତାମୂଳକ ହେବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପିଏଚଡି ଶିକ୍ଷାର୍ଥୀମାନଙ୍କ ପାଇଁ ଯେକୌଣସି ପତ୍ରିକାରେ ଥେସିସ୍‌ ପ୍ରକାଶ ପାଇବା ବାଧ୍ୟତାମୂଳକ ଥିଲା। କିନ୍ତୁ ଆଗାମୀ ଶିକ୍ଷାବର୍ଷଠାରୁ ଆଡମିଶନ ନେଉଥିବା ଶିକ୍ଷାର୍ଥୀମାନେ ନୂତନ ନିୟମ ଅନୁଯାୟୀ ରିହାତି ପାଇବେ। ଏହା ବ୍ୟତୀତ ଶିକ୍ଷାର୍ଥୀମାନେ ସେମାନଙ୍କର ରୀସର୍ଚ୍ଚକୁ ପେଟେଣ୍ଟ ମଧ୍ୟ କରି ପାରିବେ।

ନ୍ୟାଶନାଲ ପଲିସି ଅନ ଏଜୁକେସନ (ଏନଇପି) ୨୦୨୦ ଅଧୀନରେ, ୟୁଜିସି ଏକ ଚାରି ବର୍ଷର ଡିଗ୍ରୀ ପ୍ରୋଗ୍ରାମକୁ ଅନୁମୋଦନ କରିଛି। ଏହା ଅନ୍ତର୍ଗତ, ବର୍ତ୍ତମାନ ଚାରି ବର୍ଷର ସ୍ନାତକ ଡିଗ୍ରୀ ପ୍ରୋଗ୍ରାମରେ ୭.୫ ସିଜିପିଏ ରଖିଥିବା ଶିକ୍ଷାର୍ଥୀମାନେ ସିଧାସଳଖ ପିଏଚଡିରେ ଆଡମିଶନ କରିପାରିବେ। ଏକାଡେମିକ ଅଧିବେଶନ ୨୦୨୨-୨୩ ରୁ ଏହି ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ, ସିଏସଆଇଆର୍‌, ଆଇସିଏମଆର୍‌, ଆଇସିଏଆର୍‌ ଇତ୍ୟାଦିରେ ପିଏଚଡି ଆଡମିଶନ କରାଯିବ। ପିଏଚଡି ଆଡମିଶନ ପାଇଁ ୭୦ ମାର୍କର ଲିଖିତ ପରୀକ୍ଷା ଏବଂ ୩୦ର ଏକ ସାକ୍ଷାତକାର ହେବ। ପିଏଚଡି ପ୍ରୋଗ୍ରାମରେ ସର୍ବନିମ୍ନ ୧୨ କ୍ରେଡିଟ ଏବଂ ସର୍ବାଧିକ ୧୬କ୍ରେଡିଟ ରହିବା ଜରୁରୀ ।

ବିଶ୍ୱବିଦ୍ୟାଳୟରେ ମୋଟ ପିଏଚଡି ସିଟ ମଧ୍ୟରୁ ୬୦ ପ୍ରତିଶତ ଏନଇଟି କିମ୍ବା ଜେଆରଏଫ୍‌ ଯୋଗ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ସଂରକ୍ଷିତ ରହିବ। ଛଅ ବର୍ଷ ମଧ୍ୟରେ ପିଏଚଡି ଶେଷ କରିବାକୁ ପଡିବ। ଦୁଇ ବର୍ଷରୁ ଅଧିକ ସମୟ ପାଇଁ କୌଣସି ଅନୁଷ୍ଠାନ ଅତିରିକ୍ତ ସମୟ ଅନୁମତି ଦେବ ନାହିଁ। ଏଥି ସହିତ, ମହିଳା ପ୍ରାର୍ଥୀ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଛଅ ବର୍ଷ ବ୍ୟତୀତ ଦୁଇ ବର୍ଷର ଅତିରିକ୍ତ ସମୟ ପ୍ରଦାନ କରାଯିବ। ମହିଳା ପ୍ରାର୍ଥୀ ମାତୃତ୍ୱ ଛୁଟିରେ, ପିଏଚଡି କାର୍ଯ୍ୟକାଳ ମଧ୍ୟରେ ଶିଶୁ ଯତ୍ନ ଛୁଟି ପାଇଁ ୨୪୦ ଦିନ ପାଇପାରିବେ। ଯେଉଁ ଶିକ୍ଷାର୍ଥୀମାନେ ଏମଫିଲ୍‌ ପ୍ରୋଗ୍ରାମରେ ସେମାନଙ୍କର ପାଠ୍ୟକ୍ରମ କାର୍ଯ୍ୟ ସମାପ୍ତ କରିଛନ୍ତି ସେମାନେ ଇଣ୍ଟିଗ୍ରେଟେଡ ଏମଫିଲ୍‌-ପିଏଚଡିରେ ଆଡମିଶନ କରିପାରିବେ ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri