Posted inଜାତୀୟ

ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…

ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ଛଡ଼ାଇ ନେଇଛନ୍ତି। ବର୍ତ୍ତମାନ ସେ ଆଖୁ ଏବଂ ଶିଳ୍ପ ବିଭାଗରେ କାର୍ଯ୍ୟ କରିବେ। ଏଥି ସହିତ ଆଇନ ମନ୍ତ୍ରଣାଳୟର ଦାୟିତ୍ୱକୁ ବର୍ତ୍ତମାନ ଶାମିମ ଅହମ୍ମଦ ସମ୍ଭାଳିବେ। ଶାମିମ ଅହମ୍ମଦ ପୂର୍ବରୁ ବିହାର ସରକାରଙ୍କ ଆଖୁ ଏବଂ ଶିଳ୍ପ ମନ୍ତ୍ରୀ ଥିଲେ।

କାର୍ତ୍ତିକେୟ କୁମାର ସିଂଙ୍କ ବିରୋଧରେ ଅପହରଣ ମାମଲା ପଞ୍ଜିକୃତ ହୋଇଛି ଏବଂ ଏହି କାରଣରୁ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରି ଅଗଷ୍ଟ ୧୬ ରେ ଆତ୍ମସମର୍ପଣ କରିବାକୁ କହିଥିଲେ। ସେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଆଇନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା।

୨୦୧୪ ମସିହାରେ, ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିଲା। କାର୍ତ୍ତିକେୟ ସିଂ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ। ସେ କୋର୍ଟରେ ଆତ୍ମସମର୍ପଣ କରିନାହାଁନ୍ତି କିମ୍ବା ଜାମିନ ଆବେଦନ କରିନାହାଁନ୍ତି। କୋର୍ଟ ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧ କୁ ଘୁଞ୍ଚାଇ ଦେଇଛନ୍ତି।

ନିର୍ବାଚନୀ ସତ୍ୟପାଠରେ କାର୍ତ୍ତିକେୟ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଚାରିଟି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ମାମଲାରେ ସେ ଚୋରି, ଅପହରଣ, ଦଙ୍ଗା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅପରାଧିକ ଷଡଯନ୍ତ୍ର, ଚୋରୀ, ମାରାତ୍ମକ ଅସ୍ତ୍ରଶସ୍ତ୍ର ରଖିବା ଭଳି ଅଭିଯୋଗ ରହିଛି।

ସତ୍ୟପାଠ ଅନୁଯାୟୀ କାର୍ତ୍ତିକେୟ ସିଂଙ୍କର ମୋଟ ସମ୍ପତ୍ତି ୨୨.୯୯ କୋଟି ରହିଛି। କାର୍ତ୍ତିକେୟ ନୀତୀଶ କ୍ୟାବିନେଟର ଦ୍ୱିତୀୟ ଧନୀ ମନ୍ତ୍ରୀ। ନୀତୀଶ କ୍ୟାବିନେଟର ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ଆରଜେଡି କୋଟାର ସୁମିର ମହାସେଠ। ସୁମିରଙ୍କ ସମ୍ପତ୍ତି ୨୪.୪୫ କୋଟି ଟଙ୍କା ରହିଛି। ନୀତୀଶଙ୍କ କ୍ୟାବିନେଟରେ ପାଞ୍ଚଜଣ ମନ୍ତ୍ରୀ ଅଛନ୍ତି, ଯେଉଁମାନଙ୍କର ସମ୍ପତ୍ତି ୧୦ କୋଟିରୁ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri