Posted inଜାତୀୟ

‘ବିସ୍ଫୋରଣ ବଟନ୍‌ ଦବାଇବା ପରେ କାନ୍ଦିଥିଲି’

ନୋଏଡା, ୨୯ା୮: ଉତ୍ତରପ୍ରଦେଶର ନୋଏଡାରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ବିସ୍ଫୋରଣ ଦାୟିତ୍ୱ ନେଇଥିବା ଏଡିଫିସ୍‌ ଇଞ୍ଜିନିୟରିଂ କମ୍ପାନୀର ଜଣେ ଅଧିକାରୀ ଚେତନ ଦତ୍ତ ତାଙ୍କ ଅନୁଭୂତି ବାଣ୍ଟିଛନ୍ତି। ପ୍ରାୟ ୧୦୦ ମିଟର ଉଚ୍ଚ ଅଟ୍ଟାଳିକାରେ ବିସ୍ଫୋରଣ କରିବା ପାଇଁ ବଟନ୍‌ ଦବାଇବା ପରେ ସେ କାନ୍ଦିଥିଲେ ବୋଲି କହିଛନ୍ତି। ଟୁଇନ୍‌ ଟାଓ୍ବାର ଭାଙ୍ଗିବା ପରେ ଚେତନ ଅନ୍ୟ ୪ ଅଧିକାରୀଙ୍କ ସହ ବିସ୍ଫୋରଣ ସ୍ଥଳକୁ ଯାଇଥିଲେ। ଅପରେଶନ ସଫଳ ହୋଇଥିବା ଦେଖି ତାଙ୍କ ଆଖିରୁ ଆଶ୍ୱସ୍ତି ଏବଂ ଆନନ୍ଦାଶ୍ରୁ ବୋହିଯାଇଥିଲା। ତାଙ୍କ ଟିମ୍‌ରେ ୧୦ ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟର ୭ ଜଣ ବିଦେଶୀ ବିଶେଷଜ୍ଞ ରହିଥିଲେ। ଏହାବାଦ୍‌ ଏଡିଫିସ୍‌ ଇଞ୍ଜିନିୟରିଂର ୨୦ରୁ ୨୫ କର୍ମଚାରୀ ଏହି କାର୍ଯ୍ୟରେ ସାମିଲ ଥିଲେ। ଅଟ୍ଟାଳିକା ଭଙ୍ଗାଯିବା ପାଇଁ ସାଇରନ୍‌ ବାଜିବା ପରେ ସେମାନେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଥିଲେ। ବଟନ୍‌ ଦବାଇବା କ୍ଷଣି ଆଖି ପିଛୁଳାକେ ଟୁଇନ୍‌ ଟାଓ୍ବାର ଧରାଶାୟୀ ହୋଇପଡ଼ିଥିଲା ବୋଲି ସେ କହିଛନ୍ତି।

ଟୁଇନ ଟାଓ୍ବାର: ଘଟଣାକ୍ରମ

ସୁପରଟେକ୍‌ ଲିମିଟେଡ୍‌ ଅଟ୍ଟାଳିକା ନିର୍ମାଣ କରିବା ନିମନ୍ତେ ନ୍ୟୁ ଓଖ୍‌ଲା ଇଣ୍ଡଷ୍ଟ୍ରିଆଲ ଡେଭେଲପମେଣ୍ଟ ଅଥରିଟି (ନୋଏଡା)ଙ୍କଠାରୁ ଜମି ପାଇଥିଲା।
ଜୁନ୍‌ରେ ନୋଏଡ଼ା କର୍ତ୍ତୃପକ୍ଷ ୧୪ ମହଲା ବିଶିଷ୍ଟ ବିଲ୍ଡିଂ ପାଇଁ ଅନୁମତି ଦେଇଥିଲେ। ମୋଟ ୧୪ ଟାଓ୍ବାର ପାଇଁ କମ୍ପାନୀକୁ ମଞ୍ଜୁରୀ ମିଳିଥିବାବେଳେ ପ୍ରତ୍ୟେକ କୋଠାର ଉଚ୍ଚତା ୩୭ ମିଟର ପର୍ଯ୍ୟନ୍ତ ରଖିବାକୁ କୁହାଯାଇଥିଲା।
ଆଉ ୨ ବିଲ୍ଡିଂ ଏବଂ ଅଟ୍ଟାଳିକାରେ ଅତିରିକ୍ତ ୧୧ ମହଲା ଯୋଗ କରିବାକୁ ଡେଭେଲପରଙ୍କ ପକ୍ଷରୁ ପ୍ରସ୍ତାବ ଆସିଥିଲା।
ଟୁଇନ ଟାଓ୍ବାର ଆପେକ୍ସ ଏବଂ ସିୟାନେର ମୋଟ ମହଲା ସଂଖ୍ୟା ୪୦ ମହଲାକୁ ବୃଦ୍ଧି କରିବା ପାଇଁ ଯୋଜନା କରିବା ପରେ ରେସିଡେଣ୍ଟ୍‌ସ ଅଫ୍‌ ଓ୍ବେଲଫେୟାର ଆସୋସିଏଶନ (ଆର୍‌ଡବ୍ଲ୍ୟୁଏ) ଏହାକୁ ବିରୋଧ କରିଥିଲା। ସୁପରଟେକ୍‌ ବେଆଇନ ଭାବେ ବିଲ୍ଡିଂ ନିର୍ମାଣ କରିବା ସହ ଏହା ମହଲା ସଂଖ୍ୟା ବଢ଼ାଇଥିବା ଅଭିଯୋଗ କର ଆର୍‌ଡବ୍ଲ୍ୟୁଏ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା
ଆଲ୍ଲାହାବାଦ ହାଇକୋର୍ଟ ନୋଏଡା ଟୁଇନ ଟାଓ୍ବାରକୁ ଭାଙ୍ଗିବା ପାଇଁ ରାୟ ଦେବା ସହ ଏଥିରେ ଘର କିଣିଥିବା ଲୋକଙ୍କୁ ୧୪% ସୁଧ ସହ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ୨୦୨୧ ଅଗଷ୍ଟ ୩୧ରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଟୁଇଟ ଟାଓ୍ବାର ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri