Posted inଖେଳ

ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ

ନୂଆଦିଲ୍ଲୀ,୧୮ା୮(ପି.ଟି) : ହକି ଇଣ୍ଡିଆ ପକ୍ଷରୁ ଆସନ୍ତା ୯ ଅକ୍ଟୋବର ସୁଦ୍ଧା ଏହାର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ। ବୁଧବାର କମିଟି ଅଫ୍‌ ଆଡମିନିଷ୍ଟ୍ରେଟର୍ସ (ସିଓଏ) ପକ୍ଷରୁ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ନିକଟରେ ନୂତନ ସମ୍ବିଧାନର ପ୍ରଥମ ଅନୁଚ୍ଛେଦ ଉତ୍ଥାପନ କରାଯିବା ପରେ ଏହା ସ୍ପଷ୍ଟ ହୋଇଛି। ଏହା ପରେ ଉଭୟ ଏଫ୍‌ଆଇଏଚ୍‌ ଏବଂ ସିଓଏ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି। ଆସନ୍ତା ୧୦ ଦିନ ମଧ୍ୟରେ ସିଓଏ ପକ୍ଷରୁ ସମ୍ପୂର୍ଣ୍ଣ ସମ୍ବିଧାନ ଲାଉସାନେସ୍ଥିତ ଏଫ୍‌ଆଇଏଚର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବା ନେଇ ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହକି ଇଣ୍ଡିଆର ସଂଶୋଧିତ ସମ୍ବିଧାନ ଉଭୟ ଏଫ୍‌ଆଇଏଚ୍‌ ଏବଂ ସିଓଏଙ୍କ ନିକଟରେ ଦାଖଲ କରାଯାଇଥିଲା। ଏହା ସହିତ ଉଭୟ ପକ୍ଷଙ୍କ ସହମତି କ୍ରମେ ଅକ୍ଟୋବର ୯ ତାରିଖ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଘୋଷଣା କରାଯାଇଥିଲା। ଏଫ୍‌ଆଇଏଚର ଦୁଇ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିବା ସହିତ ହକି ଇଣ୍ଡିଆ ଓ ସିଓଏ ସହିତ ଆଲୋଚନା କରିଥିଲେ। ତେବେ ହକି ଇଣ୍ଡିଆ ପାଇଁ ଖୁସି ଖବର ଏହା କି, ଏଫ୍‌ଆଇଏଚ୍‌ କୋର୍ଟଙ୍କୁ ତୃତୀୟ ପକ୍ଷ ଭାବରେ ବିଚାର କରୁନାହିଁ। ଏହା ସହିତ ଭୁବନେଶ୍ୱର ଏବଂ ରାଉରକେଲାରେ ହେବାକୁ ଥିବା ବିଶ୍ୱକପ୍‌କୁ ମାତ୍ର କିଛି ମାସ ବାକି ରହିଥିବା ବେଳେ ଏହା ପ୍ରଭାବିତ ହେବ ନାହିଁ ବୋଲି ଏଫଆଇଏଚ୍‌ ପକ୍ଷରୁ କୁହାଯାଇଛି। କାର୍ଯ୍ୟକାରୀ ସଭାପତି ସେଫ୍‌ ଅହମଦ ଓ ସିଇଓ ଥିଏରି ଓ୍ବେଲ ଏଫ୍‌ଆଇଏଚ୍‌ ପକ୍ଷରୁ ସିଓଏଙ୍କ ସହିତ ଆଲୋଚନା କରିଥିଲେ। ଜଷ୍ଟିସ୍‌ ଅନିଲ୍‌ ଆର୍‌ ଡାଭେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌. ଓ୍ବାଇ. କ୍ୟୁରେଶୀ ଏବଂ ପୂର୍ବତନ ଅଲିମ୍ପିଆନ୍‌ ଜାଫର ଇକବାଲଙ୍କୁ ନେଇ ଏହି ସିଓଏ ଗଠନ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଆଇନ ବ୍ୟବସ୍ଥାକୁ ଆମେ ତୃତୀୟ ପକ୍ଷ ଭାବରେ ବିଚାର କରି ନ ଥାଉ। କ୍ରୀଡାକୁ ଶୃଙ୍ଖଳାରେ ରଖିବା ପାଇଁ କୋର୍ଟଙ୍କ ହସ୍ତକ୍ଷେପ ଆବଶ୍ୟକ ବୋଲି ଏଫ୍‌ଆଇଏଚ୍‌ କାର୍ଯ୍ୟକାରୀ ସଭାପତି ସେଫ୍‌ ଅହମଦ ପ୍ରକାଶ କରିଥିଲେ। ସିଓଏ ସଦସ୍ୟ ତଥା ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏ. ଆର. ଡାଭେ କହିଥିଲେ, ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା। ହକି ଇଣ୍ଡିଆର ସୁଗମ ପରିଚାଳନା ପାଇଁ ଦିଆଯାଇଥିବା ପ୍ରସ୍ତାବରେ ଏଫ୍‌ଆଇଏଚ୍‌ ସହମତି ପ୍ରକାଶ କରିଥିଲା। ଖେଳ ମନୋଭାବର ପରିଚୟ ଦେଇ ଆଥଲେଟମାନଙ୍କ ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଡାଭେ। ମଙ୍ଗଳବାର ଏଫ୍‌ଆଇଏଚ୍‌ ଭ୍ରମଣକାରୀ ଦଳ କେନ୍ଦ୍ର କ୍ରୀଡା ସଚିବ ସୁଜାତା ଚତୁର୍ବେଦୀଙ୍କୁ ଭେଟିଥିଲେ। ଚତୁର୍ବେଦୀଙ୍କ ସହିତ ବୈଠକ ସଫଳ ରହିଥିବା ନେଇ ଏଫ୍‌ଆଇଏଚ୍‌ ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା।
ସେହିପରି ହକି ବିଶ୍ୱକପ୍‌ ଆୟୋଜନ କରୁଥିବା ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସଚିବ ତଥା କମିଶନର ଆର. ଭିନିଲ କ୍ରିଷ୍ଣାଙ୍କୁ ମଧ୍ୟ ପ୍ରତିନିଧି ଦଳ ଭେଟିଥିଲେ। ହକି ବିଶ୍ୱକପର ପ୍ରସ୍ତୁତିକୁ ବେଶ ପ୍ରଶଂସା କରାଯାଇଥିବା ବେଳେ ସେପ୍ଟେମ୍ବର ୭, ୨୦୨୨ରେ ହକି ଇଣ୍ଡିଆ, ଏଫ୍‌ଆଇଏଚ୍‌ ଓ ସିଓଏ ସଦସ୍ୟମାନେ ଷ୍ଟାଡିୟମ ଭ୍ରମଣ କରିବା ନେଇ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଏହି ଭ୍ରମଣ ପରେ ଏଫ୍‌ଆଇଏଚ୍‌ ପକ୍ଷରୁ ସେପ୍ଟେମ୍ବର ୮ ତାରିଖରେ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଉଲ୍ଲେଖଯୋଗ୍ୟ ହକି ବିଶ୍ୱକପ୍‌ ଆୟୋଜନ ଭାରତରେ ହେବା ନେଇ ଏଫ୍‌ଆଇଏଚ୍‌ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri