ଟପ୍‌ ୧୦ରେ ଦିଲ୍ଳୀ, କୋଲକାତା

ଓ୍ବାଶିଂଟନ୍‌,୧୮।୮:: ଭାରତର ୨୦ ସହର ମଧ୍ୟରୁ ୧୮ ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ପ୍ରଭାବିତ ସହରାଞ୍ଚଳ ବାୟୁରେ ଫାଇନ୍‌ ପାର୍ଟିକଲ ପଲ୍‌ୟୁଟାଣ୍ଟ (ପିଏମ୍‌୨.୫)ର ପରିମାଣ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଯାଇଛି। ଆମେରିକାର ରିସର୍ଚ୍ଚ ଅର୍ଗାନାଇଜେଶନ୍‌ ହେଲ୍‌ଥ ଇଫେକ୍ଟସ୍‌ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ବୁଧବାର ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱର ୭୦୦ ସହରର ବାୟୁ ପ୍ରଦୂଷଣ ବାବଦରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜଧାନୀ ଦିଲ୍ଲୀର ବାୟୁରେ ମାତ୍ରାଧିକ ପିଏମ୍‌ ୨.୫ ପାର୍ଟିକଲ୍‌ ଥିବା ଏଥିରେ କୁହାଯାଇଛି। ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ସହରର ବାୟୁ ପ୍ରଦୂଷଣ ତଥ୍ୟକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି। ବାୟୁରେ ପିଏମ୍‌ ୨.୫ ପାର୍ଟିକଲ୍‌ ଏବଂ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ର ପରିମାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
୨୦୧୯ରେ ବିଶ୍ୱବ୍ୟାପୀ ୧୭ ଲକ୍ଷ ଲୋକଙ୍କ ମୃତ୍ୟୁ ପଛର କାରଣ ପିଏମ୍‌ ୨.୫ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ୭,୨୩୯ ସହରକୁ ନେଇ ଏହି ଅଧ୍ୟୟନ କରାଯାଇଥିବାବେଳେ ଏସିଆ, ଆଫ୍ରିକା, ପୂର୍ବ ଏବଂ ମଧ୍ୟ ୟୁରୋପରେ ବାୟୁ ପ୍ରଦୂଷଣର ବଡ଼ ପ୍ରଭାବ ଦେଖିବାକୁ ମିଳିଛିି। ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଶୀର୍ଷ ୧୦ ସହର ମଧ୍ୟରେ ଦିଲ୍ଲୀ ଓ କୋଲକାତା ରହିଛି। ୨୦୧୯ ସୁଦ୍ଧା ଏହି ଦୁଇ ସହରର ବାୟୁରେ ପିଏମ୍‌ ୨.୫ର ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ସେହିପରି ପ୍ରକାଶିତ ରିପୋର୍ଟର ଟପ୍‌ ୨୦ ତାଲିକାରେ ଭାରତ, ନାଇଜେରିଆ, ପେରୁ, ବାଂଲାଦେଶ ସହରଗୁଡ଼ିକର ନାମ ଅନ୍ତର୍ଭୁକ୍ତ। ଭାରତ ଏବଂ ଇଣ୍ଡୋନେସିଆରେ କ୍ରମାଗତ ଭାବେ ପିଏମ୍‌ ୨.୫ର ମାତ୍ରା ବଢ଼ୁଥିବା ରିପୋର୍ଟରେ ଦର୍ଶାଯାଇଛି। ସହର ବାୟୁରେ ହାନିକାରକ କଣିକାର ମାତ୍ରା ବୃଦ୍ଧି ପାଇଥିବାବେଳେ ଚାଇନାର ୨୦ ସହରରେ ପିଏମ୍‌ ୨.୫ର ମାତ୍ରା କ୍ରମାଗତ ଭାବେ କମିଥିବା ରିପୋର୍ଟରେ କୁହାଯାଇଛି।
ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଜାରି ରିପୋର୍ଟ ମୁତାବକ ବିଶ୍ୱର ୧୧୭ ଦେଶର ବାୟୁରେ ପିଏମ୍‌ ୨.୫ ହାନିକାରକ କଣିକାର ମାତ୍ରା କମାଇବା ପାଇଁ ବିଭିନ୍ନ ଦିଗରେ କାମ କରୁଥିବାବେଳେ ୭୪ ଦେଶ ବାୟୁରେ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ର ପରିମାଣ କମାଇବା ଉଦ୍ଦେଶ୍ୟରେ ଚେଷ୍ଟା ଚଳାଛନ୍ତି। ବିଶ୍ୱରେ ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁର କାରଣ ବାୟୁ ପ୍ରଦୂଷଣ। ୨୦୧୯ ସୁଦ୍ଧା ୬.୭ ମିଲିୟନ୍‌ ଲୋକଙ୍କ ମୃତ୍ୟୁ ଏହି କାରଣରୁ ହୋଇଛି। ବାୟୁ ପ୍ରଦୂଷଣର ପ୍ରଭାବ ଯୁବପିଢ଼ି, ବୟସ୍କଙ୍କଠାରେ ଅଧିକମାତ୍ରାରେ ପଡ଼ୁଥିବାବେଳେ ଏ ନେଇ ଶ୍ୱାସକ୍ରିୟା ଜନିତ ସମସ୍ୟା ଓ ହୃଦ୍‌ରୋଗ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri