Posted inଖେଳ

ପ୍ରଫୁଲ୍ଲ ପଟେଲଙ୍କ ନାମରେ ମାନହାନି ମକଦ୍ଦମା

ଲଣ୍ଡନ୍‌,୧୧ା୮(ପି.ଟି) : ବର୍ତ୍ତମାନ ଦେଶରେ ଫୁଟବଲ ପରିଚାଳନାର ଭାର କମିଟି ଅଫ୍‌ ଆଡମିନିଷ୍ଟ୍ରେଟର (ସିଓଏ) ଉପରେ ନ୍ୟସ୍ତ ରହିଛି। ତେବେ ଫୁଟବଲ କାର୍ଯ୍ୟ ପରିଚାଳନାରେ ବାଧା ସୃଷ୍ଟି କରୁଥିବା କାରଣରୁ ସର୍ବଭାରତୀୟ ଫୁଟବଲ ସଂଘ ସଭାପତି ପ୍ରଫୁଲ୍ଲ ପଟେଲଙ୍କ ନାମରେ ମାନହାନି ମକଦ୍ଦମା ଜାରି କରିଛି ସିଓଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ଫେଡେରେଶନ ନିର୍ବାଚନ ହେବାକୁ ଥିବା ବେଳେ ଏହି ପ୍ରକ୍ରିୟାରେ ପଟେଲ ବାଧା ସୃଷ୍ଟି କରୁଥିବା ସିଓଏ ପକ୍ଷରୁ କୁହାଯାଇଛି। ୩୫ ଜଣିଆ ପୂର୍ବତନ ସଦସ୍ୟମାନଙ୍କ ସହିତ ପଟେଲ ବୈଠକ କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଥିବା ମାନହାନି ମକଦ୍ଦମାରେ ଉଲ୍ଲେଖ ରହିଛି। ଅଗଷ୍ଟ ୮ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଜୁମ୍‌ କଲ୍‌ ମାଧ୍ୟମରେ ଏହି ବୈଠକ କରାଯାଇଥିଲା। ଏହି ବୈଠକରେ ହୋଇଥିବା ବାର୍ତ୍ତାଳାପକୁ ମାନହାନି ମକଦ୍ଦମାରେ ସଂଯୁକ୍ତ କରାଯାଇଥିବା ଜଣାପଡିଛି। ଏହା ସହିତ ଫୁଟବଲ୍‌ ସମ୍ବନ୍ଧୀୟ କୌଣସ ବି କାର୍ଯ୍ୟରେ ଯୋଗ ଦେବାରୁ ପଟେଲଙ୍କ ଉପରେ କଟକଣା ଲଗାଇବା ପାଇଁ ଆବେଦନ କରାଯାଇଛି। ଫିଫା ହେଉ କିମ୍ବା ଏଏଫ୍‌ସି ଏଥିରେ କୌଣସି ପ୍ରକାର ପଦରେ ପଟେଲଙ୍କୁ ନ ରଖିବା ପାଇଁ ଆବେଦନ କରାଯାଇଛି।
ସର୍ବୋଚ୍ଚ କୋର୍ଟ ଏହି ମାମଲାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନରେ କୁହାଯାଇଛି। ପ୍ରଫୁଲ୍ଲଙ୍କ ବ୍ୟତୀତ ଆଇଏଫ୍‌ଏ ଚେୟାରମ୍ୟାନ୍‌ ସୁବ୍ରତ ଦତ୍ତା, ଦିଲ୍ଲୀ ଫୁଟବଲ ମୁଖ୍ୟ ଶାଜି ପ୍ରଭାକରନ୍‌ ଏବଂ ଅନ୍ୟ ୫ ଜଣ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ଯୋଗ ଦେଇଥିବା ଅନ୍ୟମାନଙ୍କ ନାମରେ ମଧ୍ୟ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ ସିଓଏ ପକ୍ଷରୁ କୁହାଯାଇଛି। ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ ପୂର୍ବରୁ ନିର୍ବାଚନ କରିବାକୁ କଡା ନିର୍ଦ୍ଦେଶ ରହିଥିବା ବେଳେ ପଟେଲ ଏହି ଅଧିକାରୀମାନଙ୍କ ସହିତ ମିଶି ଏହାକୁ ଭଣ୍ଡୁର କରିବାକୁ ପ୍ରୟାସ ଚାଳାଇଥିବା ଅଭିଯୋଗରେ କୁହାଯାଇଛି। ପଟେଲ ବର୍ତ୍ତମାନ ଫିଫା କାଉନସିଲର ସଦସ୍ୟ ରହିଥିବାରୁ ସହଜରେ ବିଭିନ୍ନ ରାଜ୍ୟ ମୁଖ୍ୟମାନଙ୍କୁ ପ୍ରଭାବିତ କରୁଛନ୍ତି। ପୂର୍ବରୁ ସମସ୍ତ ରାଜ୍ୟ ସଂଘଗୁଡିକ ନିର୍ବାଚନ ପାଇଁ ହଁ ଭରିଥିଲେ ହେଁ ବର୍ତ୍ତମାନ ନିଜ ପ୍ରତିଶ୍ରୁତିରୁ ପଛକୁ ହଟୁଛନ୍ତି। ପ୍ରଥମେ ନିର୍ବାଚିତ କମିଟିରେ ୩୬ ଜଣ ପୂର୍ବତନ ଖେଳାଳିଙ୍କୁ ସାମିଲ କରାଯିବା ନିଷ୍ପତ୍ତିକୁ ଫିଫା ପକ୍ଷରୁ ବିରୋଧ କରାଯାଇଥିଲା। ଏହି ବିରୋଧାଭାସ ପରେ ଅଗଷ୍ଟ ୩ ତାରିଖରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଆଳ କରି ନିର୍ବାଚନ ରୋକିବାକୁ ଦାବି କରାଯାଇଥିଲା। ଫିଫାରେ ଗୁରୁଦାୟିତ୍ୱରେ ରହିଥିବା ପଟେଲ ନିଜ କ୍ଷମତାର ଦୁରୁପଯୋଗ କରି ନିର୍ବାଚନକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଥିବାରୁ ତାଙ୍କୁ ନିଲମ୍ବିତ କରିବା ପାଇଁ ଏହି ମାନହାନି ମକଦ୍ଦମାରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri