ବଢ଼ିଲା ବୋରିସ୍‌ଙ୍କ ସଙ୍କଟ

ଲଣ୍ଡନ,୭ା୭: ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍‌ ଜାଭିଦ୍‌ଙ୍କ ପରେ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ଶିଶୁ ଓ ପରିବାର ମନ୍ତ୍ରୀ ଓ୍ବିଲ୍‌ କୁଇନ୍ସ ଏବଂ ପରିବହନ କନିଷ୍ଠ ମନ୍ତ୍ରୀ ଲଉରା ଟ୍ରୋଟ୍‌। କଞ୍ଜରଭେଟିଭ୍‌ ପାର୍ଟିର ଏହି ୪ ହାଇପ୍ରୋଫାଇଲ ମନ୍ତ୍ରୀ ନିଜ ପଦ ଛାଡ଼ିବା ପରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଲକ୍‌ଡାଉନ୍‌ ପାର୍ଟିକୁ ନେଇ ନିକଟରେ ଅନାସ୍ଥା ଭୋଟର ସମ୍ମୁଖୀନ ହୋଇଥିବା ବୋରିସ୍‌ ବୁଧବାର ହାଉସ୍‌ ଅଫ୍‌ କମନ୍ସରେ ପୁଣି ଥରେ ହଟହଟା ହୋଇଛନ୍ତି।
ସହପ୍ରତିଷ୍ଠାତା ଏନ୍‌.ଆର. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବଂ ପାକିସ୍ତାନ ମୂଳର ସାଜିଦ୍‌ ଜାଭିଦ୍‌ ମଙ୍ଗଳବାର ବୋରିସ୍‌ଙ୍କ କ୍ୟାବିନେଟରୁ ଇସ୍ତଫା ଦେଇ ତାଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ଉଠାଇଥିଲେ। ପ୍ରଧାନମନ୍ତ୍ରୀ କେବଳ ବ୍ରିଟେନବାସୀଙ୍କ ଆସ୍ଥା ହରାଇଛନ୍ତି ତାହା ନୁହେଁ, ବରଂ କ୍ୟାବିନେଟ ସହଯୋଗୀମାନେ ମଧ୍ୟ ତାଙ୍କ ଉପରେ ଆଉ ଭରସା କରିପାରୁ ନାହାନ୍ତି ବୋଲି ଉଭୟେ କହିଥିଲେ। ଏହାର ୨୪ ଘଣ୍ଟା ନ ବିତୁଣୁ ଓ୍ବିଲ୍‌ କୁଇନ୍ସ ଏବଂ ଲଉରା ଟ୍ରୋଟ୍‌ଙ୍କ ଇସ୍ତଫା ବୋରିସ୍‌ଙ୍କ ସଙ୍କଟ ବଢ଼ାଇଛି। ଏଥିସହ ୫୮ ବର୍ଷୀୟ ବୋରିସ୍‌ଙ୍କୁ ହଟାଇ ତାଙ୍କ ସ୍ଥାନରେ ଟୋରି ପାର୍ଟିର ନୂଆ ନେତା ଚୟନ ପାଇଁ ଦାବି ଉଠିଲାଣି। ଶାସକ ଦଳର ନୂଆ ନେତା ବାଛିବାର ତାତ୍ପର୍ଯ୍ୟ ହେଉଛି, ବୋରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା। କରୋନା ମହାମାରୀ ସମୟରେ ସରକାରୀ ଲକ୍‌ଡାଉନ ଜାାରି କରାଯାଇଥିବାବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ଏହାକୁ ଏକାଧିକ ଥର ଉଲ୍ଲଂଘନ କରିଥିଲେ। ସେତେବେଳେ ବି ତାଙ୍କ ଇସ୍ତଫା ଦାବି ଜୋର ଧରିଥିଲା। କିନ୍ତୁ ସେ ଇସ୍ତଫା ନ ଦେଇ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପସନ୍ଦ କରିଥିଲେ। ତାଙ୍କ ଦଳର ୪୧ % ଏମ୍‌ପି ବୋରିସ୍‌ଙ୍କ ନେତୃତ୍ୱ ବିରୋଧରେ ଭୋଟ ଦେଇଥିଲେ। ଖୁବ କମ୍‌ ବ୍ୟବଧାନରେ ବୋରିସ୍‌ ବର୍ତ୍ତିଯାଇଥିଲେ ହେଁ ଏବେ ଆଉ ଏକ ବିବାଦୀୟ ଘଟଣା ତାଙ୍କ ପ୍ରଧାନମନ୍ତ୍ରୀ ପଦ ଛଡ଼ାଇନେବା ଭଳି ସ୍ଥିତି ଉପୁଯାଇଛି।
ଇରାକ୍‌ ଜନ୍ମିତ ନଧିମ ଜହାଓ୍ବି(୫୫)ଙ୍କୁ ନୂଆ ଅର୍ଥମନ୍ତ୍ରୀ ନିଯୁକ୍ତ କରାଯାଇଛି। ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ତାଙ୍କ ନିଯୁକ୍ତି ଉପରେ ମୋହର ମାରିଥିବା ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଛି। ସେହିପରି ବୋରିସ୍‌ଙ୍କ ଆଉଜଣେ ବିଶ୍ୱସ୍ତ ମାଇକେଲ ଡୋନେଲାନ୍‌ଙ୍କୁ ଜହାଓ୍ବିଙ୍କ ସ୍ଥାନରେ ଶିକ୍ଷାମନ୍ତ୍ରୀ କରାଯାଇଛି।

ସେକ୍ସ ସ୍କାଣ୍ଡାଲକୁ ନେଇ ଝଡ଼

ଦେଶ ଚଳାଇବାରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ସାମର୍ଥ୍ୟ ଉପରେ ଉଠିଛି ପ୍ରଶ୍ନ। ଏହି ପ୍ରଶ୍ନ କୌଣସି ବିରୋଧୀ ଏମ୍‌ପି ନୁହଁନ୍ତି ବରଂ ତାଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଆଇନପ୍ରଣେତାମାନେ ଉଠାଇଛନ୍ତି। ୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପଛରେ ଏକ ‘ସେକ୍ସ ସ୍କାଣ୍ଡାଲ’କୁ କାରଣ ରୂପେ ଦର୍ଶାଯାଉଛି। ଜୁନ୍‌ ୩୦ରେ ‘ଦ ସନ୍‌’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ କ୍ଷମାତାସୀନ କଞ୍ଜରଭେଟିଭ୍‌ ପାର୍ଟିର ଏମ୍‌ପି କ୍ରିଶ୍‌ ପିଞ୍ଚର ଲଣ୍ଡନର ଏକ ପ୍ରାଇଭେଟ କ୍ଲବ୍‌ରେ ୨ ଜଣ ପୁରୁଷଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ବୋରିସ୍‌ ଜନ୍‌ସନ୍‌ ଗତ ଫେବୃୟାରୀରେ ପିଞ୍ଚରଙ୍କୁ ପାର୍ଟିର ଡେପୁଟି ଚିଫ୍‌ ହୁଇପ୍‌ ନିଯୁକ୍ତ କରିଥିଲେ। ଖବରକାଗଜରେ ତାଙ୍କ ଯୌନ କେଳେଙ୍କାରୀ ପ୍ରଘଟ ହେବା ପରେ ପିଞ୍ଚରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସେ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ବିବାଦ ଉଠିବାରୁ ପିଞ୍ଚର ଭୁଲ୍‌ ସ୍ବୀକାର କରିଥିଲେ। କିନ୍ତୁ ଏହାର କିଛି ଦିନ ଭିତରେ ବ୍ରିଟେନ ଗଣମାଧ୍ୟମରେ ସମାନ ଅଭିଯୋଗ ସମ୍ବଳିତ ଏକାଧିକ ରିପୋର୍ଟ ପୁଣି ପ୍ରକାଶ ପାଇଥିଲା। ପିଞ୍ଚରଙ୍କ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅନୂ୍ୟନ ୬ ଜଣ ବ୍ୟକ୍ତିଙ୍କ ମାମଲା ସାମ୍‌ନାକୁ ଆସିଥିଲା। ଫଳରେ ପିଞ୍ଚରଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସେ କ୍ଷମା ମାଗିବା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ଦେଖିବାକୁ ଗଲେ ଏହି ମାମଲାରେ ବୋରିସ୍‌ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହନ୍ତି। କିନ୍ତୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଡାଉନିଂ ଷ୍ଟ୍ରିଟ୍‌ର ଯେପରି ଆଭିମୁଖ୍ୟ ରହିବା କଥା ତାହା ଦେଖିବାକୁ ମିଳି ନ ଥିଲା। ଏଥିଯୋଗୁ ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଏମ୍‌ପିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ କୋହଳ ମନୋଭାବ ତାଙ୍କୁ ବିବାଦ ଭିତରକୁ ଟାଣିନେଇଛି।

ମନ୍ତ୍ରୀ ଗୋଷ୍ଠୀ ଦୁଇ ଭାଗ

ଋଷି ସୁନକ ବ୍ରିଟେନ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠୁ ଅଦ୍ୟାବଧି ୩୮ ମନ୍ତ୍ରୀ ଓ ସହଯୋଗୀ ପଦ ଛାଡ଼ିଥିବା କୁହାଯାଉଛି। କ୍ୟାବିନେଟ ଛାଡ଼ିଥିବା ମନ୍ତ୍ରୀଙ୍କ ତାଲିକାରେ ମାଇକେଲ ଗୋଭ୍‌ ଏବଂ କ୍ୱାସି କ୍ୱାର୍ଟେଙ୍ଗ ରହିଛନ୍ତି। ଏପରି କି ନୂଆ ଅର୍ଥମନ୍ତ୍ରୀ ନଧିମ ଜହାଓ୍ବି ମଧ୍ୟ ଇସ୍ତଫା ଦେବାକୁ ବୋରିସ୍‌ ଜନ୍‌ସନଙ୍କ ଉପରେ ଚାପ ବଢ଼ାଇଛନ୍ତି। କିନ୍ତୁ ବୋରିସ୍‌ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ମନା କରି ଦେଇଛନ୍ତି। କଞ୍ଜରଭେଟିଭ୍‌ ପାର୍ଟିରେ ବିଦ୍ରୋହ ଯୋଗୁ ବୋରିସ୍‌ ସରକାର ବସ୍ତୁତଃ ଦୁଇ ଭାଗ ହୋଇଯାଇଛି। ଗୋଟିଏ ଗୋଷ୍ଠୀର ମନ୍ତ୍ରୀମାନେ ବୋରିସ୍‌ଙ୍କୁ ଇସ୍ତଫା ଦେବାକୁ କହିବା ପାଇଁ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଡେରା ପକାଇଥିବାବେଳେ ଆଉ ଏକ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ପଦ ନ ଛାଡ଼ିବା ଲାଗି ତାଙ୍କୁ ପ୍ରବର୍ତ୍ତାଉଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri